କେନ୍ଦ୍ରମନ୍ତ୍ରୀଙ୍କ ବ୍ୟକ୍ତିଗତ ସହାୟକଙ୍କୁ କରୋନା

Published By : Prameya-News7 Bureau | August 30, 2020 IST

ନୀଳଗିରି୩୦/୮: କେନ୍ଦ୍ରମନ୍ତ୍ରୀ ପ୍ରତାପ ସଡ଼ଙ୍ଗୀଙ୍କ ବ୍ୟକ୍ତିଗତ ସହାୟକ କରୋନା ପଜିଟିଭ୍‌ ଚିହ୍ନଟ। ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ ଦିନକୁ ଦିନ କରୋନା ସଂକ୍ରମଣଙ୍କ ସଂଖ୍ୟା ବୃଦ୍ଧ ପାଉଛି। ଏହି ଆକ୍ରାନ୍ତଙ୍କ ମଧ୍ୟରୁ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ବ୍ୟକ୍ତିଗତ ସହାୟକ ଚନ୍ଦ୍ରବିନ୍ଦୁ ଦାସ ମଧ୍ୟ ସାମିଲ ଅଛନ୍ତି। ମିଳିଥିବା ସୂଚନା ଅନୁସାରେ କିଛିଦିନ ହେବ ଚନ୍ଦ୍ରବିନ୍ଦୁ ଅସୁସ୍ଥ ଥିଲେ।

ସେ ନୀଳଗିରି ଡାକ୍ତରଖାନାରେ ଚିକିତ୍ସା ହେଉଥିଲେ। ତାଙ୍କର ସ୍ୱାବ ପରୀକ୍ଷା ପରେ ପଜିଟିଭ୍ ବାହାରିଛି।ତେବେ ତାଙ୍କୁ କରୋନା ଭୂତାଣୁ ଆସିବା ପରେ ସେ ବହୁ ଲୋକଙ୍କ ସଂସ୍ପର୍ଶରେ ଆସିବା ସହ ପାଞ୍ଚଦିନ ପୂର୍ବରୁ କେନ୍ଦ୍ରମନ୍ତ୍ରୀଙ୍କ ସଂସ୍ପର୍ଶରେ ଆସିଛନ୍ତି । ଖବର ଚାରିଆଡେ ପ୍ରଚାର ହେବାପରେ ତାଙ୍କ ସହିତ ମିଶିଥିବା ବ୍ୟକ୍ତି ଆତଙ୍କିତ ହୋଇପଡିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.