ଗାଡ଼ି ଆଗରେ ପ୍ରେସ୍‌ ଲେଖି ଚାଲାଣ ହେଉଛି ଗୋରୁ, ଅଟକାଇବାରୁ ଜୀବନରୁ ମାରିଦେବାକୁ ସାମ୍ୱାଦିକଙ୍କୁ ଧମକ

Published By : Prameya-News7 Bureau | July 05, 2021 IST

ସାଲେପୁର, ୦୫/୦୭: କଥାରେ ଅଛି ଚୋର ମୁହଁ ଟାଣ । ନିଜକୁ କେତେବେଳେ ସାମ୍ବାଦିକ ତ ଆଉ କେତେବେଳେ ନିଜକୁ ଓକିଲ ବୋଲି ଗାଡିରେ ଲୋଗୋ ଲଗାଇ କରୁଥିଲେ ଗୋରୁ ଚାଲାଣ । ପ୍ରେସ ଲେଖାଥିବା ଏକ ଟାଟା ଏସି ଗାଡିକୁ ଅଟକାଇବାରୁ ସାମ୍ବାଦିକଙ୍କୁ ଜୀବନରୁ ମାରିଦେବାକୁ ଧମକ। ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ଜଗତପୁର ଥାନା ପାଗା ଫାଣ୍ଡି ଅନ୍ତର୍ଗତ ଭୀମରାଜପୁର ଗାଁରେ ।

ଭୀମରାଜପୁର ଠାରେ ଏକ ଟାଟା ଏସି ଗାଡିରେ ପ୍ରେସ ଲେଖାହୋଇଥିବା ଗାଡି ଭିତରେ ଗାଈ ଥିବାରୁ ସନ୍ଦେହରେ ସ୍ଥାନୀୟ ସାମ୍ବାଦିକ ଗାଡି ଭିତରେ କଣ ଅଛି ବୋଲି ପଚାରିଥିଲେ । ସେଥିରେ ବସିଥିବା ଜଣେ ଲୋକ ଆଠଗଡ ଖୁଣ୍ଟୁଣି ଅଞ୍ଚଳର ଅଶୋକ ସାହୁ ନିଜକୁ ସାମ୍ବାଦିକ କହିବା ସହ ଓକିଲ କହି ଗାଳିଗୁଲଜ କରି ଜୀବନରୁ ମାରିଦେବାକୁ ସାମ୍ବାଦିକ ଯଶୋବନ୍ତ ପ୍ରଧାନଙ୍କୁ ଧମକ ଦେଇଥିଲେ । ଆଉ ସେଠରୁ ୨ଜଣ ସହଯୋଗୀଙ୍କୁ ଡକାଇ ଯଦି ପୋଲିସ ଆମକୁ ଧରେ ତେବେ ତୋତେ ଜୀବନରୁ ଏଇଠି ମରିଦେବୁ ବୋଲି କହିଥିଲେ ।

୨ଜଣ ସହଯୋଗୀ ହେଲେ ସ୍ଥାନୀୟ ଅଞ୍ଚଳର ବାରୋ ଓ ରମୋ। ଏହି ଘଟଣା ନେଇ ପାଗାଫାଣ୍ଡି ଅଧିକାରୀଙ୍କୁ ଲିଖିତ ଜଣାଇବାରୁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଟାଟା ଏସି ଗାଡି ସହ ଜଣକୁ ଫାଣ୍ଡିରେ ଅଟକ ରଖି ପଚରାଉଚରା କରୁଥିବାର ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.