ଏବେ ନଭଜ୍ୟୋତ ସିଦ୍ଧୁଙ୍କୁ ଖୁଆଇବାକୁ ଜେଲର ବାଜିବ ବ୍ୟାଣ୍ଡ, ଫାଇଭ ଷ୍ଟାର ଡାଏଟ୍ ପ୍ଲାନକୁ ମଞ୍ଜୁର କରିଛନ୍ତି କୋର୍ଟ

Published By : Prameya-News7 Bureau | May 27, 2022 IST

ପାଟିଆଲା ୨୭।୫: ସୁପ୍ରିମକୋର୍ଟଙ୍କ ୧ ବର୍ଷର ଦଣ୍ଡ କାଟିବାକୁ ନଭଜ୍ୟୋତ ସିଂହଙ୍କୁ ସିଦ୍ଧୁଙ୍କୁ ଏବେ ପାଟିଆଲା ଜେଲରେ ରଖାଯାଇଛି।  ଜେଲରେ ପହଞ୍ଚିବା ପରେ ସିଦ୍ଧୁ ସେଠାରେ ଖାଦ୍ୟ ଖାଇବା ବନ୍ଦ କରିଦେଇଥିଲେ। ଏଣୁ ତାଙ୍କ ଓକିଲ ଡାକ୍ତରଙ୍କ ପ୍ରେସ୍କ୍ରିପସନ ସହ ଡାକ୍ତରୀ ଡାଏଟ ପ୍ଲାନ ନେଇ କୋର୍ଟରେ ପହଞ୍ଚିଥିବା ବେଳେ ତାଙ୍କ ସୁସ୍ଥ ସ୍ୱାସ୍ଥ୍ୟକୁ ଧ୍ୟାନରେ ରଖି ସ୍ୱତନ୍ତ୍ର ଧରଣର ଖାଇବା ପିଇବା ବ୍ୟବସ୍ଥା ନିମନ୍ତେ ନିବେଦନ କରିଥିବା ବେଳେ କୋର୍ଟ ଏହାକୁ ମଞ୍ଜୁର କରିଦେଇଛନ୍ତି।

ଡାକ୍ତରଙ୍କ ବୋର୍ଡ ସିଦ୍ଧୁଙ୍କ ଦିନଚର୍ଯ୍ୟା ଓ ଖାଇବା ପିଇବାର ବିସ୍ତୃତ ଚାର୍ଟ ପ୍ରସ୍ତୁତ କରିଦେଇଛନ୍ତି। ଏଥିରେ ସକାଳୁ ରାତି ପର୍ଯ୍ୟନ୍ତ  ସିଦ୍ଧୁଙ୍କ ସେବାରେ ପାଟିଆଲ ସେଣ୍ଟ୍ରାଲ ଜେଲର ବ୍ୟାଣ୍ଡ ବାଜିବ ବୋଲି ଏବେ ଅନୁମାନ କରାଗଲାଣି। ଡାଏଟ ଚାର୍ଟରେ ଏମିତି ସବୁ ଖାଇବା ପିଇବା ଜିନିଷ ରହିଛି ଜେଲରେ ବନ୍ଦୀ କୌଣସି କୈଦୀ ଲାଗି ଏହା ସ୍ୱପ୍ନ ଠାରୁ କମ ନୁହେଁ। ତେବେ ଡାକ୍ତରଙ୍କ ସୁପାରିଶରେ କୋର୍ଟଙ୍କ ଆଦେଶ ଏବେ ଜେଲର ବାବୁଙ୍କୁ ଏ ସବୁ ବ୍ୟବସ୍ଥା କରିବାକୁ ହିଁ ହେବ।

{"id":635220,"width":840,"height":592,"sizeSlug":"full","linkDestination":"none"}

ସିଦ୍ଧୁଙ୍କ ଓକିଲ କୋର୍ଟରେ ଦାବି କରିଛନ୍ତି ଯେ ସେ କେତେକ ରୋଗରେ ଆକ୍ରାନ୍ତ ଏଣୁ ତାଙ୍କୁ ଖାସ ଭୋଜନ ଦରକାର। ତେବେ କୋର୍ଟଙ୍କ ସବୁଜ ସଂକେତ ପୂର୍ବରୁ ସିଦ୍ଧୁ ଜେଲରେ ଫଳଫୁଲା ଓ ସାଲାଡରେ ଏବେ ବଞ୍ଚିଛନ୍ତି।  ଅଟା ପ୍ରତି ଏଲର୍ଜୀ ଥିବାରୁ ଜେଲରେ ଡାଲି ରୁଟି ବ୍ୟତିରେକ ଖାଦ୍ୟ ପାଇଁ ସେ ଅଡି ବସିଛନ୍ତି। ଜେଲରେ କିରଣୀ କାମ କରିବାକୁ ଯାଉଥିବା ସିଦ୍ଧୁଙ୍କ ସକାଳ ଏକ କପ ହର୍ବଲ ଚା ସହିତ ଆରମ୍ଭ ହେବାକୁ ଯାଉଥିବା ବେଳେ ଅଧା ଗ୍ଲାସ୍ ଲାଉ ଜୁସ୍ ଅଥବା ପଇଡ ପାଣି ପିଇବେ।

ସେହିପରି ଡାଏଟ ଚାଟ ଅନୁସାରେ ସକାଳ ଜଳଖିଆରେ ଏକ କପ ଲାକ୍ଟୋଜ ଫ୍ରି ଅମୁଲ ଖୀର ସାଙ୍ଗକୁ ଏକ ଚାମଚ ଅଳସୀ ଅଥବା ଚିଆ କିମ୍ବା ସୂର୍ଯ୍ୟମୁଖୀ ମଞ୍ଜି ନଚେତ କଖାରୁ ମଞ୍ଜି ଚୁର୍ଣ୍ଣ ନିଶ୍ଚିତ ଖାଇବେ। ଏହା ସାଙ୍ଗକୁ ୫ରୁ ୬ଟି ବାଦମ, ଗୋଟିଏ ୱାଲନଟ ୨ଟି ପେକାନ ନଟ୍ ନିଶ୍ଚିତ ଖାଇବାକୁ ଦିଆଯିବ। ଏହାର କିଛି ସମୟ ପରେ ଜଳଖିଆରେ ତାଙ୍କୁ ନାଉ, କାକୁଡି, ମୌସୁମୀ, ତୁଳସୀ, ପୁଦିନା, ଅଁଳାଗାଜର ଏଲୋବେରା ଅଥବା ବିଟ୍ ଯେ କୌଣସି ଗୋଟିଏ ଜୁସରୁ ଏ ଗ୍ଲାସ ଦେବାକୁ ପଡିବ। ଏହା ଛଡା ଗଜାବୁଟ, ମୁଗ, ସହିତ କାକୁଡି, ଟମାଟର ଓ ଲେମ୍ବୁ ମଧ୍ୟ ଦେବାକୁ ପଡିବ।

{"id":635221,"width":839,"height":466,"sizeSlug":"full","linkDestination":"none"}

ସେହିପରି ମଧ୍ୟାହ୍ନ ଭୋଜନରେ ସିଦ୍ଧୁଙ୍କୁ ମିକ୍ସଗ୍ରେନ ଅଟାରେ ପ୍ରସ୍ତୁତ ଗୋଟିଏ ରୁଟି ସହିତ ଗୋଟିଏ ତାଟିଆ ସବୁଜ ପନିପରିବା ତରକାରୀ, ଗୋଟିଏ ଗିନା କାକୁଡି, ଲାଉ କିମ୍ବା ରାଇତା ସହ ଗୋଟିଏ ଗ୍ଲାସ ଲସି ଦେବାକୁ ପଡିବ।  ସେହିପରି ଅପରାହ୍ନରେ କମ ଫ୍ୟାଟ୍ ଦୁଗ୍ଧରେ ପ୍ରସ୍ତୁତ ଚା ସହିତ ୨୫ ଗ୍ରାମ ପନିର ସ୍ଲାଇସ୍ କିମ୍ବା ଲେମ୍ବୁ ସହିତ ସୋୟା ପନିର ଦେବାକୁ ହେବ। ସେହିପରି ରାତି ଖାଦ୍ୟରେ ଗୋଟିଏ ଗିନା ମିକ୍ସ ତରକାରୀ ସହିତ ଗୋଟିଏ ଗିନା ଡାଲି ଅଥବା ବୁଟ ସୁପ୍। ଏହା ଛଡା ୨୦୦ ଗ୍ରାମ ହାଲୁକା ରନ୍ଧା ହୋଇଥିବା ଅଥବା ସେକା ହୋଇଥିବା ସବୁଜ ପରିବା ଯେଉଁଥିରେ ମସରୁମ, ବ୍ରକୋଲି ଆଦି ପରିବା ଥିବା ଜରୁରୀ। ସେହିପରି ଶୋଇବା ପୂର୍ବରୁ ୧ କପ୍ କେମୋମାଇଲ ଚା ସହିତ ଅଧଗିଲାସ ପାଣିରେ ୧ ଚାମଚ ଇସବଗୋଲ ବି ଦେବାକୁ ପଡିବ।

ଜେଲରେ କେହି ବିଚାରାଧୀନ ହୁଅନ୍ତୁ ଅଥବା ସଜା ପ୍ରାପ୍ତ କୌଣସି ବନ୍ଦୀ ଲାଗି ଏପରି ବିସ୍ତୃତ ଖାଦ୍ୟର ତାଲିକା ଜେଲ କର୍ତ୍ତୃପକ୍ଷ କେବେବି କାହାରିକୁ ଦେଇନଥିବେ। ଡାକ୍ତରଙ୍କ ଡାଏଟ ଚାର୍ଟକୁ ମଞ୍ଜୁର କରିବା ବଦଳେ କୋର୍ଟ ଯଦି ତାଙ୍କୁ ଘର ଖାଇବା ମଞ୍ଜୁର କରିଥାନ୍ତେ ବହୁତ ଭଲ ହୋଇଥାନ୍ତା ବୋଲି ଜେଲ କର୍ତ୍ତୃପକ୍ଷ ଏବେ ଚିନ୍ତା କରୁଛନ୍ତି। ସିଦ୍ଧୁଙ୍କ ଡାଏଟ୍ ଚାର୍ଟରେ ଏପରି ଅନେକ ଖାଦ୍ୟ ସାମଗ୍ରୀ ଅଛି ଯାହା ଜେଲ କେବେ କିଣିମଧ୍ୟ ନାହିଁ।

{"id":635222,"width":840,"height":470,"sizeSlug":"full","linkDestination":"none"}

ଯାହା ହେଉ ସିଦ୍ଧୁଙ୍କ ଆଗ୍ରହରେ କୋର୍ଟ ମଧ୍ୟ ମୋହର ଲଗାଇଦେଇଛନ୍ତି। ଏଣୁ ଏବେ ଜେଲରେ ସିଦ୍ଧୁଙ୍କ ଖାଇବା ପିଇବାର ସମୁଚିତ ବ୍ୟବସ୍ଥା କରିବାର ଦାୟିତ୍ୱ ସରକାର ଓ ଜେଲ କର୍ତ୍ତୃପକ୍ଷଙ୍କର। ସିଦ୍ଧୁଙ୍କର କଣ ଅଛି ସେ ତ ଜେଲରେ ସଜା କାଟିବେ ଓ ସଶ୍ରମ କାରାଦଣ୍ଡାଦେଶ ଯୋଗୁ କ୍ଲାର୍କର କାମ କରି ସମୟ ବିତାଇବେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.