Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପାଠ୍ୟକ୍ରମରେ ପୁଣି ପରିବର୍ତ୍ତନ କଲା NCERT, ୧୦ମ ବିଜ୍ଞାନ ପୁସ୍ତକରୁ ହଟିଲା Periodic Table

1/06/2023 at 5:52 PM

ନୂଆଦିଲ୍ଲୀ, ୩୧/୦୫: ପିଲାଙ୍କ ଉପରୁ ବୋଝ କମ୍‌ କରିବା ଦିଗରେ ପୁଣି ପାଠ୍ୟକ୍ରମରେ ପରିବର୍ତ୍ତନ କରିଛି ଏନସିଇଆରଟି। ଏହିକ୍ରମରେ ୧୦ମ ଶ୍ରେଣୀ ବିଜ୍ଞାନ ପୁସ୍ତକରୁ ପିରିୟୋଡିକ୍ ଟେବୁଲ ହଟାଇଛି ଏନସିଇଆରଟି। ଅର୍ଥାତ୍‌ ଏବେ ୧୦ମ ଶ୍ରେଣୀ ଛାତ୍ରଛାତ୍ରୀ ପଢ଼ିବେନି ପିରିୟୋଡିକ୍ ଟେବୁଲ। ଏହା ସହ ଡେମୋକ୍ରାଟିକ୍‌ ପଲିଟିକ୍ସ-୧ ପୁସ୍ତକରୁ ମଧ୍ୟ ଗଣତନ୍ତ୍ର ଉପରେ ଥିବା କିଛି ବିଷୟ ମଧ୍ୟ ହଟାଯାଇଛି। ତେବେ ଏସବୁ ବିଷୟ ହଟାଯିବାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଶିକ୍ଷାବିତ୍‌।

ସୂଚନାଥାଉକି, ପିରିଓଡିକ୍‌ ଟେବୁଲ୍‌ ରସାୟନ ବିଜ୍ଞାନ ବିଷୟର ଏକ ମହତ୍ବପୂର୍ଣ୍ଣ ଅଙ୍ଗ। ଏହାଦ୍ବାରା ରାସାୟନିକ ତତ୍ତ୍ବ ଏବଂ ତାହାର ବିଶେଷତ୍ବ ଭଳି ଅନେକ କଥା ବୁଝିହୁଏ। ଦୁନିଆର ଛୋଟ ଛୋଟ ଅଂଶ କିଭଳି ତିଆରି ହୋଇଛି, ଏସବୁ ଜାଣିବା ପାଇଁ ଏହି ଟେବୁଲ ବେଶ୍ ଜରୁରୀ ହୋଇଥାଏ। ଏନସିଇଆରଟି ଦ୍ବାରା ଜାରି କରାଯାଇଥିବା ନୂଆ ପାଠ୍ୟପୁସ୍ତକରେ ପିରିଓଡିକ୍‌ ଟେବୁଲ, ପ୍ରଦୂଷଣ ଏବଂ ଜଳବାୟୁ ସମ୍ବନ୍ଧୀୟ ବିଷୟ ସମେତ ଅନ୍ୟ ବିଷୟରେ ମଧ୍ୟ କାଟ୍‌ ହୋଇଛି।

ଆହୁରି ପଢ଼ନ୍ତୁ: ଶୁକ୍ରବାର ପ୍ରକାଶ ପାଇବ ଓଜେଇଇ ରେଜଲ୍ଚ, ୱେବସାଇଟ୍‌ ଜରିଆରେ ମିଳିବ ପରୀକ୍ଷା ଫଳ

ତେବେ ଏନସିଇଆରଟିର ଏହି ପଦକ୍ଷେପ ଦ୍ବାରା ଶିକ୍ଷାବିତ୍‌, ବିଶେଷଜ୍ଞ ଏବଂ ଗବେଷକ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ସେମାନେ କହିଛନ୍ତି ଏହାଦ୍ବାରା ଦେଶର ଲକ୍ଷ ଲକ୍ଷ ବିଦ୍ୟାର୍ଥୀ ଏହାଦ୍ବାରା ପ୍ରଭାବିତ ହେବେ। ଜଳ, ବାୟୁ ପ୍ରଦୂଷଣ, ସମ୍ବଳ ପରିଚାଳନା ଏବଂ ଶକ୍ତି ସ୍ରୋତ ସହ ସମ୍ବଳିତ ବିଷୟ ହଟାଇବା ଆଜିର ଦୁନିଆରେ ଏହି ବିଷୟର ପ୍ରାସଙ୍ଗିକତାକୁ ଖଣ୍ଡନ କରୁଛି।

ସୂଚନାଯୋଗ୍ୟ, ଏହା ପୂର୍ବରୁ ଏନସିଇଆରଟି ୯ମ ଏବଂ ୧୦ମ ପାଠ୍ୟପୁସ୍ତକରୁ ଚାର୍ଲ୍ସ ଡାରଓ୍ବିନ୍‌ଙ୍କ ବିକାଶ ସିଦ୍ଧାନ୍ତକୁ ହଟାଇଛି। ଯାହାକୁ ନେଇ ମଧ୍ୟ ବେଶ୍‌ ବିରୋଧ ହୋଇଥିଲା। ଏହା ପୂର୍ବରୁ ଗତବର୍ଷ ଜୁନ୍‌ରେ ଏନସିଇଆରଟି, କୋଭିଡ-୧୯ ମହାମାରୀ କାରଣରୁ ପିଲାଙ୍କ ଉପରୁ ବୋଝ କମ୍ କରିବା ଦର୍ଶାଇ ୧୦ମ ପାଠ୍ୟପୁସ୍ତକରୁ ବିଭିନ୍ନ ଅଧ୍ୟାୟ ହଟାଇଥିଲା। ଗତ ବର୍ଷ ହୋଇଥିବା କାଟ୍ ଏବଂ ପରିବର୍ତ୍ତନ ପରେ ନୂଆ ବହି ଏବେ ବଜାରକୁ ଆସିଛି।

ଆହୁରି ପଢ଼ନ୍ତୁ: ପ୍ରକାଶ ପାଇଲା +୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ, ଓ୍ୱେବସାଇଟ୍‌ରେ ରେଜଲ୍ଟ ଉପଲବ୍ଧ

   Related Posts