ଚାଲିଥିଲା ଅଶ୍ଳୀଳ ଫିଲ୍ମ ସୁଟିଂ, ଭଣ୍ଡୁର କରିଦେଲା ପୋଲିସ : ଅଭିନେତାଙ୍କ ସମେତ ୫ ଗିରଫ

Published By : Prameya-News7 Bureau | February 06, 2021 IST

ମୁମ୍ବାଇ ୦୬/୦୨ : ପିଲ୍ମ ସିଟି ମୁମ୍ବାଇରେ ନିଜର ପରିଚୟ ତିଆରି କରିବା ପାଇଁ ଅନେକ ଛୋଟ ବଡ ଅଭିନେତା ଅଭିନେତ୍ରୀ ପ୍ରୟାସ କରିଥାନ୍ତି । କିନ୍ତୁ ବେଳେବେଳେ ସାମାନ୍ୟ ଟିକେ ଭୁଲ ସେମାନଙ୍କୁ ଭାରିପଡେ । ସେହିଭଳି ଏକ ଘଟଣା ମୁମ୍ବାଇର ମଲାଡ-ମାଲଓ୍ବାନୀ ଅଞ୍ଚଳରୁ ଆସିଛି । ଅଶ୍ଳୀଳ ଫିଲ୍ମ ତିଆରି କରୁଥିବା ଅଭିଯୋଗରେ ସଂପୃକ୍ତ ଅଞ୍ଚଳରେ ଚଢଉ କରି ୫ ଜଣଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ବିରୁଦ୍ଧରେ ଅଶ୍ଳୀଳ ଚଳଚିତ୍ର ନିର୍ମାଣ ଏବଂ ବିଭିନ୍ନ ସୋସିଆଲ ମିଡିଆରେ ଅପ୍‌ଲୋଡ କରିବା ଭଳି ଅଭିଯୋଗ ଥିଲା ।

ଏହାକୁ ନେଇ ପୋଲିସ କହିଛି ଯେ, ମଲାଡ-ମାଲଓ୍ବାନୀ ଅଞ୍ଚଳର ଏକ ବଙ୍ଗଳାରେ ଅଶ୍ଳୀଳ ଫିଲ୍ମ ତିଆରି କରାଯାଉଥିବା ଖବର ମିଳିଥିଲା । ଗୁପ୍ତ ସୂଚନା ଆଧାରରେ ପୋଲିସ ସଂପୃକ୍ତ ଅଞ୍ଚଳରେ ଚଢଉ କରିବା ସହିତ ୨ଜଣ ପୁରୁଷ ଅଭିନେତା, ଜଣେ ଲାଇଟ୍‌ ମ୍ୟାନ୍‌, ଜଣେ ମହିଳା ଫଟୋଗ୍ରାଫର ଏବଂ ଜେଣ ଗ୍ରାଫିକ୍ସ ଡିଜାଇନରଙ୍କୁ ଗିରଫ କରିଥିଲା ।

ମୁମ୍ବାଇ ପୋଲିସର ଜଣେ ଅଧିକାରୀ କହିଛନ୍ତି, ଚଢଉ ସମୟରେ ସେମାନଙ୍କ ନିକଟରୁ ୬ଟି ମୋବାଇଲ, ଗୋଟିଏ ଲାପ୍‌ଟପ୍‌, ମେମୋରୀ କାର୍ଡ ଏବଂ କ୍ୟାମେରା ଜବତ କରାଯାଇଛି । ପିଲ୍ମ ତିଆାରି ପାଇଁ ବ୍ୟବହୃତ ହେଉଥିବା ଉପକରଣଗୁଡିକର ମୂଲ୍ୟ ପ୍ରାୟ ୫.୬୮ ଲକ୍ଷ ଟଙ୍କା ବୋଲି ପୋଲିସ କହିଛି । ଏହା ବାଦ ସେମାନଙ୍କ ଆକାଉଣ୍ଟରୁ ପ୍ରାୟ ୩୬.୬୦ ଲକ୍ଷ ଟଙ୍କା ମଧ୍ୟ ଜବତ କରିଛି ମୁମ୍ବାଇ ପୋଲିସ ।

ତେବେ ଚଢଉ ସମୟରେ ଜଣେ ମହିଳାଙ୍କୁ ମଧ୍ୟ ଧରିଥିଲା ପୋଲିସ । ତେବେ ପଚରାଉଚରା ପରେ ତାଙ୍କୁ ଛାଡିଦେଇଥିବା ସୂଚନା ମିଳିଛି । ତେବେ ଘଟଣାରେ ସଂପୃକ୍ତ ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ପୋଲିସ ମାମଲା ରୁଜୁ କରିବା ସହିତ ସମସ୍ତଙ୍କୁ ଫେବୃଆରୀ ୧୦ ତାରିଖ ଯାଏଁ ନ୍ୟାୟିକ ହେପାଜତକୁ ପଠାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.