ଆଜି ପୌଷ ପୂର୍ଣ୍ଣିମା: କରନ୍ତୁ ଏହି ୪ଟି ସରଳ କଥା, ଧନ ଲକ୍ଷ୍ମୀ କରିବେ କୃପା ବର୍ଷା
21/01/2019 at 1:30 PM

ହିନ୍ଦୁ ଧର୍ମରେ ପୈାଷ ପୂର୍ଣ୍ଣିମାର ଖାସ୍ ମହତ୍ତ୍ବ ରହିଥାଏ ଏବଂ ଏହି ଦିନ ପରଠୁ ମାଘ ମାସ ଆରମ୍ଭ ହେବା ସହ ସ୍ନାନର ଶୁଭାରମ୍ଭ ହୋଇଥାଏ। ଏପରି ବିଶ୍ବାସ ରହିଛି ଯେ ପୈାଷ ପୂର୍ଣ୍ଣିମା ଦିନ ବ୍ରତ କରିବା ଦ୍ବାରା ଏବଂ ପବିତ୍ର ନଦୀରେ ସ୍ନାନ କରିବା ଦ୍ବାରା ମୋକ୍ଷ ପ୍ରାପ୍ତି ହୋଇଥାଏ। ଏହି ଦିନ ସୂର୍ଯ୍ୟ ଦେବତା ଏବଂ ଭଗବାନ କୃଷ୍ଣଙ୍କ ପୂଜାର୍ଚ୍ଚନା କରିବାର ବିଧି ଥାଏ। ପୈାଷ ପୂର୍ଣ୍ଣିମା ଦିନ ଲୋକେ ବ୍ରତ ତ କରିଥାନ୍ତି ଏହା ସହ ବ୍ରାହ୍ମଣଙ୍କୁ ଏବଂ ଦରିଦ୍ରଙ୍କୁ ଦାନ କରିଥାନ୍ତି। ଏପରି କୁହାଯାଇଥାଏ ଯେ ଏପରି କରିବା ଦ୍ବାରା ପୁଣ୍ୟ ପ୍ରାପ୍ତି ହୋଇଥାଏ ଏବଂ ସୂର୍ଯ୍ୟ ଦେବତା ସମସ୍ତ ମନୋକାମନା ପୂରଣ କରିଥାନ୍ତି।

ଇଂରାଜୀ କ୍ୟାଲେଣ୍ଡର ଅନୁସାରେ ପୈାଷ ପୂର୍ଣ୍ଣିମା ପ୍ରତି ବର୍ଷ ଜାନୁୟାରୀ ମାସରେ ହୋଇଥାଏ। ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ ପୈାଷ ମାସର କୃଷ୍ଣ ପକ୍ଷର ଶେଷ ଦିନ ପୈାଷ ପୂର୍ଣ୍ଣିମା ପାଳନ କରାଯାଇଥାଏ ଏବଂ ଏହି ବର୍ଷ ପୈାଷ ପୂର୍ଣ୍ଣିମା ଜାନୁୟାରୀ ୨୧ତାରିଖ ଅର୍ଥାତ ଆଜି ପାଳନ କରାଯାଉଛି।

ଏହି ଦିନ ମାଆ ଲକ୍ଷ୍ମୀଙ୍କ କୃପା ପାଇବା ପାଇଁ ଆପଣଙ୍କ ମୁଖ୍ୟ କବାଟରେ ହଳଦୀ ଛିଞ୍ଚନ କରନ୍ତୁ ଏବଂ କଅଁଳ ଆମ୍ବ ପତ୍ରର ତୋରଣ ବାନ୍ଧନ୍ତୁ। ହଳଦୀ ଏବଂ କୁମକୁମକୁ ମିଶାଇ ମାଆ ଲକ୍ଷ୍ମୀଙ୍କ ପଦଚିହ୍ନ ଘରର ମୁଖ୍ୟ ପ୍ରବେଶ ଦ୍ବାରରେ ପ୍ରସ୍ତୁତ କରନ୍ତୁ। ଏପରି ପଦଚିହ୍ନ କରନ୍ତୁ ଯେପରି ଲାଗିବ ମାଆ ଲକ୍ଷ୍ମୀ ଆପଣଙ୍କ ଘରେ ଘରକୁ ପ୍ରବେଶ କରୁଛନ୍ତି। ଏହା ପରେ ମାଆ ଲକ୍ଷ୍ମୀଙ୍କ ଫଟୋ ଆପଣଙ୍କ ଘରେ ସ୍ଥାପନ କରନ୍ତୁ।

ଏବେ ଆପଣଙ୍କୁ ୧୧ଟି କଉଡ଼ି ନେଇ ଏଥିରେ ହଳଦୀର ତିଳକ ଲଗାନ୍ତୁ। ଯଦି ଆପଣଙ୍କ ପାଖରେ କଉଡ଼ି ନାହିଁ ତେବେ ଆପଣ ମାଆ ଲକ୍ଷ୍ମୀଙ୍କୁ କ୍ଷମା ମାଗି ୧୧ଟି ମୁଦ୍ରା ତାଙ୍କ ପାଖରେ ରଖି ଦିଅନ୍ତୁ। ଏବେ ଏହାକୁ ଲାଲ କପଡ଼ାରେ ବାନ୍ଧି ନିଜ ଲକରରେ ରଖି ଦିଅନ୍ତୁ ଏବଂ ସବୁ ପୂର୍ଣ୍ଣିମାରେ ଗୋଟିଏ ଗୋଟିଏ କଉଡ଼ି ବାହାର କରି ସେଗୁଡ଼ିକ ହଳଦୀରେ ତିଳକ କରି ମାଆ ଲକ୍ଷ୍ମୀଙ୍କ ସମ୍ମୁଖରେ ରଖିବା ଉଚିତ୍। ଏପରି କରିବା ଦ୍ବାରା ମାଆ ଲକ୍ଷ୍ମୀଙ୍କ କୃପା ଆପଣଙ୍କ ଘରେ ସବୁବେଳେ ରହିବ ଏବଂ ଆପଣଙ୍କ ଘର ଧନ ସମ୍ପତ୍ତିରେ ଭରି ଉଠିବ। ଦେବୀ ମାଆଙ୍କ କୃପା ପାଇବା ପାଇଁ ଆପଣ ନିଜ ଘରେ ଶ୍ରୀ ଯନ୍ତ୍ର ମଧ୍ୟ ରଖିପାରିବେ।
