ଜାଣନ୍ତୁ ଜଣେ ସୈନିକଙ୍କ ପ୍ରତିଦିନ ଭୋଜନ ନିମନ୍ତେ କେତେ ଖର୍ଚ୍ଚ କରୁଛନ୍ତି ଇଣ୍ଡିଆନ ଆର୍ମି

Published By : Prameya-News7 Bureau | July 16, 2019 IST

ଲକ୍ଷ୍ନୌ : ଭାରତୀୟ ସେନାର ପରାକାଷ୍ଠା ଉପରେ କାହାର ବି ସନ୍ଦେହ ନାହିଁ। ଜଳ,ସ୍ଥଳ ଓ ଆକଶରେ ଭାରତୀୟ ସେନାର ଶକ୍ତି ଓ ସାମର୍ଥ୍ୟ ସାରା ବିଶ୍ୱ ଜାଣିଛି। ଏଭଳି ଦୁର୍ଦ୍ଦଶ ସୈନିକଙ୍କ ଦୈନିକ ଖାଦ୍ୟ ବାବଦ ଖର୍ଚ୍ଚ ସମ୍ପର୍କରେ  ଲକ୍ଷ୍ନୌ ନିବାସୀ ଜନୈକ ବ୍ୟକ୍ତି ନିକଟରେ ସୂଚନା ଅଧିକାର ଆଇନ ବଳରେ ପ୍ରତିରକ୍ଷା ମନ୍ତ୍ରାଳୟଙ୍କ ନିକଟରୁ ତଥ୍ୟ ମାଗିଥିଲେ। ଯେଉଁଥିରେ ସେ ସୋଲଜର ଓ ନନ୍ ସୋଲଜରଙ୍କ ଗୋଟିଏ ଦିନ ଖାଦ୍ୟର ସମ୍ପୂର୍ଣ୍ଣ ବିବରଣୀ ମାଗିଥିଲେ। ଏ ନେଇ ଭାରତୀୟ ସେନାର ଲୋକସମ୍ପର୍କ ଅଧିକାରୀ ଯେଉଁ ତଥ୍ୟ ଦେଇଛନ୍ତି , ସେଥିରୁ ଜଣେ ସୈନିକଙ୍କ ପୁରା ଦିନକର ଖାଦ୍ୟ ପାଇଁ ସରକାର କରୁଥିବା ଖର୍ଚ୍ଚର ପରିମାଣ ଏପରି।

{"id":134395,"width":583,"height":350}

ସୂଚନା ଅନୁସାରେ ସୈନିକଙ୍କ ମୁତୟନ ସ୍ଥାନ ଅନୁସାରେ ଖାଦ୍ୟ ବାବାଦ ବ୍ୟୟ ବରାଦ ହୋଇଥାଏ। ଅର୍ଥାତ ୯ ହଜାର ଫୁଟରୁ ତଳେ ସମତଳ ଅଞ୍ଚଳରେ ମୁତୟନ ହୋଇଥିବା ଜଣେ ସୈନିକର ଗୋଟିଏ ଦିନ ଅର୍ଥାତ ସକାଳ, ମଧ୍ୟାହ୍ନ ଓ ରାତ୍ର ଭୋଜନ ନିମନ୍ତେ ଖର୍ଚ୍ଚ ହେଉଛି ମାତ୍ର ୧ଶହ ଟଙ୍କା ୪୦ ପଇସା। ସେହି ଅନୁସାରେ ୯ ହଜାର ଫୁଟରୁ ୧୧ ହଜାର ୯୯୯ ଫୁଟ ଉଚ୍ଚରେ ମୁତୟନ ଜଣେ ସୈନିକର ପ୍ରତି ଦିନ ରାସନ ବାବଦ ଖର୍ଚ୍ଚ ହେଉଛି ୧୧୬ ଟଙ୍କା ୫୬ ପଇସା। ୧୨ ହଜାର ଫୁଟରୁ ଅଧିକ ଉଚ୍ଚ ସ୍ଥାନରେ ମୁତୟନ ଜଣେ ସୈନିକଙ୍କ ବାବଦେ ଦୈନିକ ଖର୍ଚ୍ଚ ୨୪୧ ଟଙ୍କା ୧୭ ପଇସା। ଯାହା କି ସାଧାରଣରେ ଲୋକେ ଖାଉଥିବା କେବଳ ମଧ୍ୟାହ୍ନ ଭୋଜନ ବାବଦ ବିଲଠାରୁ ବି ଅନେକ କମ।

{"id":134396,"width":578,"height":490}

 ଆରଟିଆଇ ସୂଚନାରେ କେବଳ ସ୍ଥଳ ସେନା ସମ୍ପର୍କରେ ସୂଚନା ରହିଛି। ଏଥିରେ ଏୟାରଫୋର୍ସ ଅଥବା ଇଣ୍ଡିଆନ ନେଭିର ସୈନିକଙ୍କ ଖାଦ୍ୟ ବାବଦରେ କୌଣସି ସୂଚନା ନାହିଁ। ତେବେ ୧୧ ଅଗଷ୍ଟ ୨୦୧୬ ଭାରତ ସରକାରଙ୍କ ଆଦେଶ ମୁତାବକ ଅଧିକାରୀ, କର୍ମଚାରୀ ଓ ଇଣ୍ଟରସର୍ଭିସ୍ ଅର୍ଗାନାଇଜେସନର ସମସ୍ତଙ୍କ ଲାଗି ଦୈନିକ ୯୭ଟଙ୍କା ୯୫ ପଇସା ହିସାବରେ ରାସନ ମନି ପ୍ରଦାନ କରାଯାଉଛି। ଆରଟିଆଇ କାର୍ଯ୍ୟକର୍ତ୍ତାଙ୍କ ଅନୁସାରେ ଏବେକାର ମହଙ୍ଗା ବଜାରରେ ଜଣେ ସୈନିକ ପିଛା ଦିନକୁ ଖାଦ୍ୟ ବାବଦ ଖର୍ଚ୍ଚ ୧ଶହ ଟଙ୍କା ବହୁତ୍ କମ୍। ଏଣୁ କାର୍ଯ୍ୟକର୍ତ୍ତା ଏ ବାବଦରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖି ମଧ୍ୟ ଜଣଇଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.