କମ୍ପାନୀରୁ ଶତାଧିକ କର୍ମଚାରୀଙ୍କୁ ଛଟେଇ କରିବ ପେପ୍ସିକୋ: ରିପୋର୍ଟ

Published By : Prameya-News7 Bureau | December 06, 2022 IST

ନୂଆଦିଲ୍ଲୀ, ୬/୧୨: ପେପ୍ସିକୋ ଆଇଏନସି ଏହାର ଉତ୍ତର ଆମେରିକା ସ୍ଥିତ ହେଡକ୍ବାର୍ଟ୍ସରୁ କର୍ମଚାରୀଙ୍କୁ ଛଟେଇ କରିବାକୁ ଯାଉଛି। କମ୍ପାନୀ ଏହାର ସ୍ନାକ ଏବଂ ପାନୀୟ ୟୁନିଟ୍‌ରୁ କର୍ମଚାରୀଙ୍କୁ ଛଟେଇ କରିବାକୁ ଯାଉଛି। ଓ୍ବଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲର ଏକ ରିପୋର୍ଟ ଅନୁଯାୟୀ, ଟେକ୍ନୋଲୋଜୀ ଏବଂ ମିଡିଆ କମ୍ପାନୀମାନଙ୍କ ପରେ ଏବେ କର୍ପୋରେଟ୍ ସେକ୍ଟରରେ ଛଟେଇର ଏହା ଏକ ସଙ୍କେତ। ରିପୋର୍ଟ ଅନୁଯାୟୀ କମ୍ପାନୀ ସୋମବାର ଏକ ଅନ୍ତରୀଣ ବିବୃତ୍ତି ଜାରି କରି ଏନେଇ କର୍ମଚାରୀଙ୍କ ସୂଚିତ କରିଛି। କମ୍ପାନୀ ଏହାର ପ୍ରକ୍ରିୟାରେ ସରଳୀକରଣ କରିବାକୁ ଏଭଳି ପଦକ୍ଷେପ ନେଇଥିବା କହିଥିବା ନେଇ କହିଛି।

ସୂଚନାଯୋଗ୍ୟ, ବିଶ୍ବରେ ଲାଗିରହିଥିବା ଆର୍ଥିକ ଅନିଶ୍ଚିତତା ଏବଂ ମୁଦ୍ରାସ୍ଫୀତି ବିଭିନ୍ନ ଶିଳ୍ପ କ୍ଷେତ୍ରର କମ୍ପାନୀଗୁଡିକୁ ଚକିତ କରିଦେଇଛି ଫଳରେ କମ୍ପାନୀମାନେ ଖର୍ଚ୍ଚ କମ୍ କରିବା ଉପରେ ବିଚାର କରୁଛନ୍ତି। ନ୍ୟାସନାଲ ପବ୍ଲିକ ରେଡିଓ ନିଯୁକ୍ତି ଉପରେ ପ୍ରତିବନ୍ଧକ ଲଗାଇଛି ଏବଂ ୱାର୍ଣ୍ଣର ବ୍ରୋସ, ଡିସକଭରି ଆଇଏନସି, ସିଏନ୍ଏନ୍ ଭଳି ଗଣମାଧ୍ୟମ କର୍ମଚାରୀଙ୍କ ଛଟେଇ କରୁଛନ୍ତି। ଆମାଜନ, ଆପଲ୍ ଏବଂ ମେଟା ପ୍ଲାଟଫର୍ମ ମଧ୍ୟ ହଜାର ହଜାର କର୍ମଚାରୀଙ୍କୁ ଛଟେଇ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.