ଔପଦାବାସୀଙ୍କୁ ପ୍ରଶାସନର ଅଣଦେଖା ଅଭିଯୋଗ, ଉପଜିଲ୍ଲାପାଳଙ୍କୁ ଭେଟିଲେ ଜନ ପ୍ରତିନିଧି

Published By : Prameya-News7 Bureau | January 13, 2023 IST

ନୀଳଗିରି : ନୀଳଗିରି ଉପଖଣ୍ଡର ପ୍ରଶାସନର ଉଦାସୀନ ମନୋଭାବ ଓ ଔପଦାବାସୀଙ୍କୁ ଅଣଦେଖା ଅଭିଯୋଗ ଆଣି ଉପଜିଲ୍ଲାପାଳଙ୍କୁ ଭେଟିଛନ୍ତି ଜନ ପ୍ରତିନିଧି । ସୂଚନଯୋଗ୍ୟ ଯେଉଁ ସ୍ଥାନରେ ପଞ୍ଚାୟତରାଜ ବିଭାଗ ଦ୍ଵାରା ପ୍ରଦତ୍ତ ଅର୍ଥ ଜେଇଙ୍କ ବାସଭବନ ନିର୍ମାଣ ପାଇଁ ଖର୍ଚ୍ଚ କରିବା ପାଇଁ ପ୍ରଶାସନ ସହଯୋଗ କଲାନି, ସେଠି ଏବେ କେଉଁ ସ୍ୱାର୍ଥରେ ପୁରୁଣା ବାସଭବନ ଭାଙ୍ଗି ନୂଆଘର ନିର୍ମାଣ କରାଯାଉଛି ବୋଲି ପ୍ରଶ୍ନ ଉଠାଇଛନ୍ତି ଔପଦା ବ୍ଲକବାସୀ ଆଣିଛନ୍ତି ।

ସୂଚନାଯୋଗ୍ୟ, ନୀଳଗିରି ଉପଖଣ୍ଡ ହସ୍ପିଟାଲ ସମ୍ମୁଖରେ ପୂର୍ବରୁ ଔପଦା ବ୍ଲକ ଓ କର୍ମଚାରୀଙ୍କ ବାସଭବନ ଥିବାବେଳେ କାଳକ୍ରମେ ଏହା ପରିତ୍ୟକ୍ତ ଅବସ୍ଥାରେ ଗତି କରୁଛି। ଏହି ସ୍ଥାନକୁ ଭାଙ୍ଗି ସେହି ସ୍ଥାନରେ ଆହାର କେନ୍ଦ୍ରର ଖାଦ୍ୟ ରନ୍ଧା ସେଣ୍ଟର ଓ ଏକ ଗୋଦାମ ହେବା ନେଇ କାର୍ଯ୍ୟ ଆରମ୍ଭ ପରେ ଔପଦା ବିଡ଼ିଓ ଘଟଣାକୁ ନେଇ ନୀଳଗିରି ଉପଜିଲ୍ଲାପାଳଙ୍କୁ ପତ୍ର ଲେଖିଥିବା ବେଳେ ନୀଳଗିରି ବିଧାୟକ ଇଂ ସୁକାନ୍ତ କୁମାର ନାୟକ ପ୍ରଶାସନର ଏଭଳି କାର୍ଯ୍ୟକଳାପକୁ ନାପସନ୍ଦ କରି ଅନୁରୂପ ଭାବେ ପତ୍ର ଲେଖିଥିଲେ।

ଜେଇଙ୍କ ବାସଭବନ ପାଇଁ ଅର୍ଥମଞ୍ଜୁର ଥିବାବେଳେ ସେହି ସ୍ଥାନରେ ତାହା କରାନଯିବାରୁ ଅସନ୍ତୋଷ ବୃଦ୍ଧି ପାଇଛି। ଆଜି ବିଧାୟକ ଇଂ ନାୟକ, ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡ଼ଙ୍ଗୀ, ବାଉଁଶବଣିଆ ସରପଞ୍ଚ ତଥା ସିପିଆଇ ନେତା ନିରଂଜନ ବାରିକ, କାଣ୍ଡଗରଡ଼ିହି ସମିତିସଭ୍ୟ ଭାଗବତ ଖିଲାର ସରପଞ୍ଚ ରାଜେନ୍ଦ୍ର ରାଉତ, ଶ୍ୟାମସୁନ୍ଦରପୁର ସରପଞ୍ଚ ପୁରୁଷୋତ୍ତମ ସେଠି, ଦକ୍ଷିଣ ନରସିଂହପୁର ସରପଞ୍ଚ ଅଶୋକ ଜେନା, ସିପିଆଇର ବରିଷ୍ଠ ନେତା କୈଳାସ ପଣ୍ଡା, ବିଜେପି ନେତା ସମରଶଙ୍କର କାନୁନଗୋ, ବସନ୍ତ ରାଉଳ ସମେତ ବହୁ ଜନପ୍ରତିନିଧି ନୀଳଗିରି ଉପଜିଲ୍ଲାପାଳଙ୍କୁ ଭେଟି ଘଟଣା ବିଷୟରେ ଆଲୋଚନା କରିବା ସହ ଏକ ଦାବିପତ୍ର ପ୍ରଦାନ କରିଥିଲେ।

ଯଦି ଅଞ୍ଚଳବାସୀଙ୍କ ସ୍ୱାର୍ଥରେ ଆଘାତ ଦିଆଯାଏ ତାହେଲେ ବାଧ୍ୟ ହୋଇ ଆଗକୁ ଜନ ଆନ୍ଦୋଳନ ଶେଷ ରାସ୍ତା ବୋଲି କୁହାଯାଇଥିଲା। ପରେ ଉପଜିଲ୍ଲାପାଳ ଚାଲୁଥିବା କାର୍ଯ୍ୟ ବନ୍ଦ କରିଥିବା ବେଳେ ଜିଲ୍ଲାପାଳ ଙ୍କ ସହିତ ବିଶଦ ଆଲୋଚନା କରିବେ ବୋଲି କହିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.