ଆମ୍ବ ଖାଇବାକୁ ପସନ୍ଦ କି ? ଜାଣନ୍ତୁ କେଉଁମାନେ ଆମ୍ବ ଠାରୁ ଦୂରେଇ ରହିବା ଉଚିତ୍...

Published By : Prameya-News7 Bureau | May 20, 2024 IST

ନୂଆଦିଲ୍ଲୀ ୨୦।୦୫: ଗ୍ରୀଷ୍ମଋତୁରେ ପାଚିଲା ଆମ୍ବ ବଜାରକୁ ଆସେ । ଫଳର ରାଜା ଆମ୍ବ, ଯେତିକି ସ୍ୱାଦିଷ୍ଟ ସେତିକି ପୁଷ୍ଟିକର ମଧ୍ୟ । ଏଥିରେ ଫାଇବର, ଫୋଲେଟ୍, ଭିଟାମିନ୍ ସି, ଭିଟାମିନ୍ ଏ, ବି6 ଭଳି ଅନେକ ପୋଷକ ତତ୍ତ୍ୱ ରହିଛି । କିନ୍ତୁ କିଛି ଲୋକ ଆମ୍ବ ଖାଇବା ଠାରୁ ଦୂରେଇ ରହିବା ଉଚିତ୍ । 

ଖାସ୍ କରି ମଧୁମେହ ରୋଗୀମାନେ ଆମ୍ଭଠାରୁ ଦୂରେଇ ରହିବା ଉଚିତ୍ । ଯେଉଁମାନଙ୍କ  ରକ୍ତରେ ଶର୍କରା ଅଧିକ ରହିଥାଏ ସେମାନେ ପାଚିଲା ଆମ୍ବ ଖାଇବା ଠାରୁ ଦୂରେଇ ରହିବା ଉଚିତ୍ । କିନ୍ତୁ ଆମ୍ଭକୁ ସେମାନେ ଅଳ୍ପ ପରିମାଣରେ ଖାଇ ପାରିବେ । ଯେଉଁମାନଙ୍କର ହଜମ ଜନିତ ସମସ୍ୟା ରହିଛି ସେମାନେ ଆମ୍ବ ଖାଇବା ଠାରୁ ଦୂରେଇ ରହିବା ଉଚିତ୍ ।

ଏହାବ୍ୟତୀତ ଯେଉଁମାନଙ୍କର କୌଣସି ପ୍ରକାରର ସ୍କିନ୍ ଆଲର୍ଜି ଏବଂ ବ୍ରଣ ଥାଏ । ସେମାନେ କେବଳ ଡାକ୍ତରଙ୍କ ପରାମର୍ଶ ପରେ ଆମ୍ବ ଖାଇବା ଉଚିତ୍ । ଫ୍ରୁକ୍ଟୋଜ୍ ସମସ୍ଯା ଥିବା ବ୍ୟକ୍ତି ଅଧିକ ଆମ୍ବ ଖାଇବା ଉଚିତ୍ ନୁହେଁ । ନଚେତ୍ ଏହା ପେଟ ଫୁଲିବାର କାରଣ ହୋଇପାରେ ।

 ତେବେ ବଜାରରୁ ଆମ୍ବ ଆଣିବା ପରେ ଏହାକୁ କିଛି ସମୟ ପାଣିରେ ଭିଜାଇ ରଖିବା ଉଚିତ୍ । ଖାଦ୍ୟ ଖାଇବା ପୂର୍ବର ୧ ଘଣ୍ଟା ପୂର୍ବରୁ କିମ୍ବା ଖାଦ୍ୟ ଖାଇବାର ଏକରୁ ଦେଢ ଘଣ୍ଟା ପରେ ଆମ୍ବ ଖାଇବା ଉଚିତ୍ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.