oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାୟଗଡ଼ା : ଗୁମ୍ମା ଘାଟିରେ ଦୁର୍ଘଟଣା : ସ୍ୱାମୀ ମୃତ, ସ୍ତ୍ରୀ ଏବଂ ପୁଅ ଗୁରୁତର
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୯ କୋଭିଡ୍ ପଜିଟିଭ୍
  • ||
  • ମେକ୍ସିକୋ ଧୁଆଁଧାର ଫାୟାରିଂ: ୭ ପୋଲିସ କର୍ମଚାରୀ, ମେୟରଙ୍କ ସମେତ ୧୮ ଜଣଙ୍କ ମୃତ୍ୟୁ
  • ||
  • ଜଲପାଇଗୁଡ଼ିରେ ଦୁର୍ଗା ଭସାଣି ବେଳେ ଫ୍ଲାସ ଫ୍ଲଡ୍, ବନ୍ୟାରେ ଭାସି ୭ ମୃତ
  • ||

ଏହି ୨ ବ୍ଲଡ୍‌ ଗ୍ରୁପ୍‌ ଥିବା ବ୍ୟକ୍ତିଙ୍କ ପାଇଁ ଘାତକ ହୋଇପାରେ କୋଭିଡ୍ ଭାଇରସ୍, ଚେତାଇଲେ ବିଶେଷଜ୍ଞ

11/05/2021 at 1:19 PM

ନୂଆଦିଲ୍ଲୀ ୧୧/୦୫ : କରୋନା ଭାଇରସର ବେକାବୁ ଲହର ଏ​‌ବେ ସାରା ଦେଶକୁ କବଳିତ କରି ରଖିଛି । ଏହାରି ମଧ୍ୟରେ ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । କାଉନସିଲ ଅଫ୍‌ ସାଇଣ୍ଟିଫିକ୍‌ ଆଣ୍ଡ ଇଣ୍ଡଷ୍ଟ୍ରିୟାଲ ରିସର୍ଚ୍ଚ (CSIR) ଏକ ରିସର୍ଚ୍ଚ ଦ୍ବାରା ଗୁରୁତ୍ବପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆଣିଛି । AB+ ଏବଂ B+ ବ୍ଲଡ୍‌ ଗ୍ରୁପ୍‌ ଥିବା ବ୍ୟକ୍ତିବିଶେଷ କୋଭିଡ୍‌-୧୯ ପାଇଁ ଅଧିକ ସତର୍କ ରହିବା ଉଚିତ । କାରଣ ଏହି ବ୍ଲଡ୍‌ ଗ୍ରୁପ୍‌ ଥିବାବ୍ୟକ୍ତିମାନେ କରୋନାରେ ସଂକ୍ରମିତ ହେବା ଆଶଙ୍କା ଅଧିକ । ଅନ୍ୟ ବ୍ଲଡ୍‌ ଗ୍ରୁପ୍‌ ଥିବା ବ୍ୟକ୍ତିମାନଙ୍କ ତୁଳନାରେ AB ଏବଂ B ବ୍ଲଡ୍‌ ଗ୍ରୁପ୍‌ ଥିବା ବ୍ୟକ୍ତିବିଶେଷ ଅଧିକ ସଚେତନ ରହିବା ଆବଶ୍ୟକ ।

ରିସର୍ଚ୍ଚରୁ ଜଣାପଡିଛି ଯେ, O ବ୍ଲଡ୍‌ ଗ୍ରୁପ ଥିବା ବ୍ୟକ୍ତିବିଶେଷ କରୋନା ସଂକ୍ରମିତ ହେବା ଆଶଙ୍କା କମ । ଅର୍ଥାତ ଏମାନଙ୍କ କ୍ଷେତ୍ରରେ କୋଭିଡ୍‌ ପ୍ରଭାବ କମ ରହିଥାଏ । O ଗ୍ରୁପର ଲୋକମାନେ କରୋନା ସଂକ୍ରମିତ ହେଲେ ସେମାନଙ୍କ ଶରୀରରେ ଲକ୍ଷଣ ଖୁବ କମ ଦେଖାଯାଏ । ସାରା ଦେଶରେ ସେରୋପଜିଟିଭ ସର୍ବେ ଆଧାରରେ ଏହି ତଥ୍ୟ ପାଇଛି SCIR ।

कोरोना वायरस 4

ଏହାବାଦ ରିପୋର୍ଟରେ ଦର୍ଶାଯାଇଛି ଯେ, ଶାକାହାରୀଙ୍କ ତୁଳନାରେ ମାଂସାହାରୀ ବ୍ୟକ୍ତିବିଶେଷଙ୍କୁ କରୋନା ସଂକ୍ରମଣ ହେବା ଆଶଙ୍କା ଅଧିକ ରହିଥାଏ । ଅର୍ଥାତ ପ୍ରତିଦିନ ପନିପରିବା ତଥା ଫଳମୂଳ ଖାଉଥିବା ବ୍ୟକ୍ତିଙ୍କ ତୁଳନାରେ ମାଂସ ଖାଉଥିବା ବ୍ୟକ୍ତି କୋଭିଡ୍‌ରେ ଆକ୍ରାନ୍ତ ହେବାର ସମ୍ଭାବନା ଅଧିକ ବୋଲି ବିଶେଷଜ୍ଞମାନେ କହିଛନ୍ତି । ଏହି ସର୍ଭେ ଦେଶର ବିଭିନ୍ନ ସ୍ଥାନରେ ପ୍ରାୟ ୧୦ ହଜାର ଲୋକଙ୍କର ସାମ୍ପଲକୁ ନେଇ କରାଯାଇଥିଲା । ଏହି ସର୍ଭେରେ ପ୍ରାୟ ୧୪୦ ଜଣ ଡାକ୍ତର ମଧ୍ୟ ସାମିଲ ଥିଲେ ।

कोरोना वायरस 3

   Related Posts