ଅଟୋରେ ଯାଉଥିଲେ ଯାତ୍ରୀ, ପୁଲିସ୍‌କୁ ଦେଖି କାହିଁକି ଦୌଡିଲେ?

Published By : Prameya-News7 Bureau | April 18, 2022 IST

ନୂଆଦିଲ୍ଲୀ ୧୮/୦୪: ଆଜିକାଲି ଗାଡିରେ ଯାତ୍ରା କରିବା ସମୟରେ ଲୋକଙ୍କ ଭିଡ ଦେଖିବାକୁ ମିଳେ। ଯେଉଁଥିପାଇଁ ପ୍ରାୟ ସମୟ ଦୁର୍ଘଟଣା ଘଟିଥାଏ। ବସ୍ ହେଉ କି ଟ୍ରେନ୍, ଲୋକ‌େ ତା’ ଉପରେ ବସି ଯାତ୍ରା କରନ୍ତି। କେବଳ ସେତିକି ନୁହେଁ, ଛୋଟ ସହରରେ ଅଟୋରିକ୍ସା ଉପରେ ମଧ୍ୟ ଲୋକ ବସିବାକୁ ହେଳା କରନ୍ତି ନାହିଁ।
 ଅଟୋ ଆଗ ସିଟ୍‌ ପଛ ସିଟ୍‌ ସହ ତା ଉପରେ ବସିବାର ମଧ୍ୟ ଦେଖାଯାଇଛି।  ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ୍‌ ହେଉଛି। ଭାଇରାଲ ହେଉଥିବା ଏହି ଭିଡିଓଟି ଉପରେ ଥରେ ନଜର ପକାନ୍ତୁ। ଏଥିରେ ଗୋଟିଏ ବ୍ୟାଟେରିଚାଳିତ ଅଟୋରିକ୍ସାର ଉପରେ କିଛି ଯାତ୍ରୀ  ବସି ଯାତ୍ରା କରୁଥିବା ଦେଖାଦେଇଛି। ଏଭଳି ଏକ ହାଲୁକା ଗାଡି ଉପରେ ଲୋକେ ଏତେ ଭାର ଦେଇ ବସିଛନ୍ତି। ବିପଦଜନକ ପରିସ୍ଥିତି। କେଉଁ ପରିସ୍ଥିତିରେ ବି  ଗାଡିଟି ଓଲଟିଯାଇ ପାରେ। ତଥାପି ଲୋକେ ତାହାକୁ ଧ୍ୟାନ ନ ଦେଇ ଗାଡି ଉପରେ ବସି ଯାଉଛନ୍ତି।
ଗାଡିକୁ ଦେଖି ପୁଲିସ୍ ଠେଙ୍ଗା ଧରି ‌ଅଟୋ ଆଡ଼କୁ ଅଟକାଇବାକୁ ଚେଷ୍ଟା କରୁଥିବା ଭିଡିଓରେ ଦେଖିବାକୁ ମିଳିଛି। ପୁଲିସ୍‌କୁ ଦେଖି ଗାଡି ଉପରେ ବସିଥିବା ଯାତ୍ରୀ ତଳକୁ ଡେଇଁ ପଳାଇବାକୁ ଉଦ୍ୟମ କରୁଛନ୍ତି। ପୁଲିସ ମଧ୍ୟ ବାଡି ଧରି ସେମାନଙ୍କୁ ଘଉଡ଼ାଇବା ଦୃଶ୍ୟ ଦେଖିବାକୁ ମିଳୁଛି ।  ଏହି ଭିଡିଓକୁ ଆଇପିଏସ୍ ଅଫିସର ଦିପାନ୍ସୁ କାବ୍ରା ତାଙ୍କ ଟୁଇଟରରେ ପୋଷ୍ଟ କରିଛନ୍ତି। ଭିଡିଓକୁ ଏପର୍ଯ୍ୟନ୍ତ ୧୪ ହଜାରରୁ ଅଧିକ ଲୋକ ଦେଖିସାରିଲେଣି । ଭିଡିଓ ଦେଖି ଲୋକେ ସୁଧୁରିବେନି ବୋଲି କିଛି ଲୋକ ଲେଖିଛନ୍ତି। କିଛି ଲୋକ ଗାଡି ଚାଳକଙ୍କ ଠାରୁ ଫାଇନ୍‌ ନେବା ଆବଶ୍ୟକ ବୋଲି ଲେଖିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.