ନୂଆଦିଲ୍ଲୀ ୨୬/୦୭ : ଟୋକିଓ ଅଲିମ୍ପିକ୍ସରେ ଭାରତ ପାଇଁ ରୌପ୍ୟ ପଦକ ଜିତିଥିବା ଭାରୋତ୍ତୋଳନକାରୀ ମୀରାବାଈ ଚାନୁଙ୍କୁ ନିଜ ଦେଶକୁ ଫେରିବା ପରେ ଭବ୍ୟ ସ୍ୱାଗତ କରାଯାଇଛି। ମୀରାବାଈ ଭାରତକୁ ଫେରିବା ପରେ ବିମାନବନ୍ଦର କର୍ମଚାରୀ ଏବଂ ଜନତା ତାଙ୍କୁ ସ୍ୱାଗତ କରିବା ପାଇଁ 'ଭାରତ ମାତା କି ଜୟ' ଏବଂ 'ବନ୍ଦେ ମାତାରାମ'ର ସ୍ଲୋଗାନ ଦେଇଥିଲେ। ଟୋକିଓରେ ମୀରାବାଈଙ୍କ ଦମଦାର ପ୍ରଦର୍ଶନ କରି ରୌପ୍ୟ ପଦକ ଜିତିବାରେ ସଫଳ ହୋଇଥିଲେ। ୨୦୦୦ ପରେ ଜଣେ ଖେଳାଳି ଅଲିମ୍ପିକ୍ସରେ ଭାରତ ପାଇଁ ଭାରୋତ୍ତୋଳନରେ ପଦକ ଜିତିଛନ୍ତି। ମୀରାବାଈଙ୍କ ପୂର୍ବରୁ କର୍ଣ୍ଣମ ମାଲଲେଶ୍ୱରୀ ୨୦୦୦ ମସିହାରେ ସିଡନୀ ଅଲିମ୍ପିକ୍ସରେ ପଦକ ଜିତିଥିଲେ।
{"id":486264,"sizeSlug":"large","linkDestination":"none"}
ମୀରାବାଈ ଚାନୁ ମହିଳାମାନଙ୍କ ୪୯ କିଲୋଗ୍ରାମରେ ୨୦୨ କିଲୋଗ୍ରାମ (୮୭ କିଲୋଗ୍ରାମ + ୧୧୫ କିଲୋଗ୍ରାମ) ଭାର ଉଠାଇ ଅଲିମ୍ପିକ୍ ଭାରୋତ୍ତୋଳନ ଇଭେଣ୍ଟରେ ପଦକ ଜିତି ଭାରତର ୨୧ ବର୍ଷର ଅପେକ୍ଷାକୁ ପୁରା କରିଛନ୍ତି। ପାଞ୍ଚ ବର୍ଷ ପୂର୍ବରୁ ରିଓ ଅଲିମ୍ପିକ୍ସରେ ନିରାଶଜନକ ଫଳାଫଳ ହାସଲ କରିଥିଲେ ଚାନୁ।
{"id":486265,"sizeSlug":"large","linkDestination":"none"}
ପ୍ରତିଯୋଗିତାର ପ୍ରଥମ ଦିନରେ ଜଣେ ଭାରତୀୟ ପଦକ ଜିତିବା ଏହା ପ୍ରଥମ ମୌକା। ଏହା ସହ ଭାରତ ବର୍ତ୍ତମାନ ପଦକ ତାଲିକାରେ ସଂଯୁକ୍ତ ଦ୍ୱାଦଶ ସ୍ଥାନରେ ରହିଛି। ଚାନୁ କହିଛନ୍ତି, ମୁଁ ବହୁତ ଖୁସି, ଗତ ପାଞ୍ଚ ବର୍ଷ ଧରି ମୁଁ ଏଥିପାଇଁ ସ୍ୱପ୍ନ ଦେଖୁଥିଲି। ଏଥର ମୁଁ ନିଜ ପାଇଁ ଗର୍ବିତ ଅନୁଭବ କରୁଛି, ମୁଁ ସ୍ୱର୍ଣ୍ଣ ପଦକ ପାଇଁ ଚେଷ୍ଟା କଲି କିନ୍ତୁ ରୋପ୍ୟ ପଦକ ମଧ୍ୟ ମୋ ପାଇଁ ଏକ ବଡ଼ ସଫଳତା।'