ବେପରୁଆ ବାଲି ଖୋଳା ଯୋଗୁ ଲୋକେ ଜଳବନ୍ଦୀ

Published By : Prameya-News7 Bureau | August 04, 2018 IST

ଗୋପାଳପୁର ବନ୍ଦର ନିକଟରେ ଆଇ.ଆର.ଇ. କମ୍ପାନୀ କର୍ତ୍ତୃପକ୍ଷଙ୍କ ବେପରୁଆ ବାଲି ଖୋଳା ଯୋଗୁ ଓଡିଆରପି କଲୋନୀରେ ପାଣି ପଶିଯାଇଛି । ଫଳରେ ଅଞ୍ଚଳବାସୀ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରି ଡୁଗୁଲି ଛକଠାରେ ଗୋପାଳପୁର ବନ୍ଦର ଓ ଛତ୍ରପୁର ରାସ୍ତାକୁ ଅବରୋଧ କରିଛନ୍ତି ଅଞ୍ଚଳବାସୀ । ଆଇ.ଆର.ଇ. କମ୍ପାନୀ କର୍ତ୍ତୃପକ୍ଷଙ୍କ ବେପରୁଆ ବାଲିଖୋଳା ଯୋଗୁ ଏପରି ସମସ୍ୟା ହେଉଥିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ । ଗୋପାଳପୁର ବନ୍ଦର ନିକଟରେ ଥିବା ସମୁଦ୍ର ବାଲି ଖୋଳାଯିବା ଯୋଗୁଁ ପାଣି ଏବେ କଲୋନୀ ବାସିନ୍ଦାଙ୍କ ଘରେ ପଶିଯାଇଛି। ଘଟଣାସ୍ଥଳରେ ସ୍ଥାନୀୟ ବିଧାୟକ ଡାକ୍ତର ପ୍ରିୟାଂଶୁ ପ୍ରଧାନ ଓ ପୁଲିସ ପହଞ୍ଚି ଘଟଣାର ଲୋକଙ୍କୁ ବୁଝାସୁଝା କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.