କୋରାପୁଟ ୧୮/୧୧: ପକ୍କା ରାସ୍ତା ଏବଂ ମୋବାଇଲ ଟାୱାର ସ୍ଥାପନା ଦାବିକରି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ପଟାଙ୍ଗି ବ୍ଳକ୍ ପେଟ୍ରୁ ପଞ୍ଚାୟତର ଶତାଧିକ ଗ୍ରାମବାସୀ । ପେଟ୍ରୁ ଏକ ଉପାନ୍ତ ପଞ୍ଚାୟତ ହୋଇଥିବା ବେଳେ ଏହାର ଅଧିନରେ ୫୩ଟି ଗ୍ରାମ ରହିଛି ।
ରାସ୍ତା ଓ ମୋବାଇଲ ନେଟୱର୍କ ସମସ୍ୟା ଯୋଗୁଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ । ଦୈନନ୍ଦିନ ଜୀବନରେ ଆବଶ୍ୟକତା ସହ ଜରୁରୀକାଳୀନ ସେବା ପାଇବା ପାଇଁ ସଂଘର୍ଷ କରିବାକୁ ପଡୁଛି । ରାସ୍ତା ସମସ୍ୟା ଯୋଗୁଁ ଗାଁକୁ ଆମ୍ବୁଲାନ୍ସ ଆସି ପାରୁନଥିବା ବେଳେ ଅନେକ ସମୟରେ ରୋଗୀ ଓ ଗର୍ଭବତୀ ମାନଙ୍କୁ ଭାରରେ ବହିବାକୁ ପଡୁଥିବା ଅଞ୍ଚଳ ବାସିନ୍ଦା କହିଛନ୍ତି ।
ବାରମ୍ବାର ସ୍ଥାନୀୟ ଜନପ୍ରତିନିଧି ମାନଙ୍କୁ ଅଭିଯୋଗ କଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ସମସ୍ୟା ସମାଧାନ ନେଇ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ । ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ରାସ୍ତା ଓ ମୋବାଇଲ ନେଟୱର୍କ ସମସ୍ୟା ସମାଧାନ କରାନଗଲେ ଭୋଟ ବର୍ଜନ ନିଷ୍ପତ୍ତି ନେବେ ପଞ୍ଚାୟତ ବାସିନ୍ଦା କହିଛନ୍ତି ।
you can also raed
wp:embed {"url":"https://www.prameyanews7.com/tiger-fear-at-near-panchupalli-village/","type":"wp-embed","providerNameSlug":"prameya-news-7"} /wp:embed