୧୦ ଲକ୍ଷରେ ନିର୍ମାଣ ହେଲା ସାର୍ବଜନୀନ ଶୌଚାଳୟ, ତିଆରି କରିଥିବା ବ୍ୟକ୍ତିଙ୍କୁ ଖୋଜୁଛନ୍ତି ଲୋକେ !

Published By : Prameya-News7 Bureau | December 22, 2022 IST

ଲକ୍ଷ୍ନୌ: ଅନେକ ସମୟରେ ସରକାରୀ ଅର୍ଥ ବାଟମାରଣା ହେବା କଥା ଆପଣ ନିଶ୍ଚୟ ଶୁଣିଥିବେ ।  ଏଭଳି ଅନେକ ଉଦାହରଣ ମଧ୍ୟ ଦେଖିବାକୁ ମିଳିଥାଏ। ଏବେ ଏହାର ଏକ ସଦ୍ୟ ଚିତ୍ର ସାମ୍ନାକୁ ଆସିଛି। ଯାହାକୁ ଦେଖିଲେ ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଯିବେ। ଆପଣଙ୍କୁ ନିଶ୍ଚୟ ହସ ଲାଗିବ। ଘଟଣା ଉତ୍ତର ପ୍ରଦେଶର ବଲିୟାର। ଯେଉଁଠାରେ ଏକ ଶୌଚାଳୟ ନିର୍ମାଣ କରାଯାଇଥିଲା। ଆପଣ ଭାବୁଥିବେ ଶୌଚାଳୟରେ କ’ଣ ଅସୁବିଧା। ପ୍ରକୃତରେ ଏଠାରେ ଏକ ଭିନ୍ନ ଧରଣର ପବ୍ଲିକ୍‌ ଟଏଲେଟ୍ ନିର୍ମାଣ କରିଛନ୍ତି ଠିକାଦାର। ଯାହାକୁ ଆପଣ ଦେଖିଲେ ନିଶ୍ଚୟ ପ୍ରଶ୍ନ କରିବେ ଯେ କ’ଣ ଭାବି ଏଭଳି ପାଇଖାନା ନିର୍ମାଣ କରାଯାଇଛି।

ସୂଚନା ଅନୁଯାୟୀ, ଉତ୍ତରପ୍ରଦେଶର ବସ୍ତି ଜିଲ୍ଲାର ଗୌରା ଧୁନ୍ଧା ଗାଁରେ ଶୌଚାଳୟ ପରିସରରେ ଏକ ସାର୍ବଜନିକ ଶୌଳାଳୟ ତିଆରି କରାଯାଇଥିଲା। ୧୦ ଲକ୍ଷ ଟଙ୍କା ବ୍ୟୟରେ ତିଆରି ହୋଇଥିବା ଶୌଚାଳୟରେ ଏକାସାଙ୍ଗରେ ଦୁଇଟି ପାଇଖାନା ବସାଯାଇଛି। ଆଉ ତାହାବି ପୁଣି ପାଖାପାଖି।  ଆଶ୍ଚର୍ଯ୍ୟର କଥା ହେଉଛି ଯେଉଁଠାରେ ଏହି ପାଇଖାନା ଲଗାଯାଇଛି ତାହାର ବାହାରେ କବାଟ ମଧ୍ୟ ଲଗାଯାଇନାହିଁ।  ତେବେ କିଏ ଆଉ କ’ଣ ଭାବି ଏକାସାଙ୍ଗରେ ଦୁଇ ସିଟ୍ ଲଗାଇଛି ତାହା ଚର୍ଚ୍ଚାର କାରଣ ପାଲଟିଛି।

ଯଦି କାହାକୁ ସାର୍ବଜନିକ ଟଏଲଟ ଯିବାର ଥିବ ତ’ ସେ କିପରି ଯିବେ ? ତିଆରି କରିଥିବା ଲୋକ କ’ଣ ଭାବି ଏଭଳି କରିଥିବେ। ଏହା ସହ ୟୁଜର୍ସ ଏଭଳି ପାଇଖାନା ତିଆରି କୋଉଠି ଅଛନ୍ତି ବୋଲି କମେଣ୍ଟ କରିଛନ୍ତି ସୋସିଆଲ ମିଡିଆ ୟୁଜର୍ସ। ସେପଟେ ଜିଲ୍ଳା ପ୍ରଶାସନ କହିବା ଏହି ମାମଲାର ଯାଞ୍ଚ କରୁଥିବା ନେଇ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.