ତିନି ମାସରେ ଲୋକେ ହ୍ବାଟସ୍ଆପ୍‌ରେ ବିତାଇଛନ୍ତି ୮୫୦୦କୋଟି ଘଣ୍ଟା, ଏହା ଫେସବୁକ୍ ବ୍ୟବହାରଠାରୁ ଅଢେଇ ଗୁଣ ଅଧିକ

Published By : Prameya-News7 Bureau | August 22, 2018 IST

ସାନ୍‌ଫ୍ରାନସିକ୍ସୋ ୨୨/୮ : ସୋସିଆଲ ମିଡିଆ ଦୌଡରେ ହ୍ବାଟସ୍ଆପର ଲୋକପ୍ରିୟତା ଦିନକୁ ଦିନ ବଢିବାରେ ଲାଗିଛି । ଏ ସମ୍ବନ୍ଧରେ ଫୋବର୍ସ ପକ୍ଷରୁ ଏକ ରିପୋର୍ଟ ଜାରି କରାଯାଇଛି । ରିପୋର୍ଟ ଅନୁସାରେ ସାରା ବିଶ୍ବରେ ଗତ ତିନି ମାସ ମଧ୍ୟରେ ୮୫୦୦କୋଟି ଘଣ୍ଟା ହ୍ବାଟସ୍ଆପ ବ୍ୟବହାର ହୋଇଛି । ରିପୋର୍ଟ ଅନୁସାରେ ବିଶ୍ବର ପ୍ରତ୍ୟେକ ବ୍ୟବହାରକାରୀ ୩ ମାସ ମଧ୍ୟରେ ୧୧.୪୨୫ ଘଣ୍ଟା ହ୍ବାଟସ୍ଆପ ବ୍ୟବହାର କରିସାରିଲେଣି । ବିଶ୍ବରେ ଏହି ଆପ୍ଲିକେସନ ୧୫୦କୋଟି ଲୋକ ବ୍ୟବହାର କରୁଛନ୍ତି । ସେହିପରି ୩୦୦୦କୋଟି ଘଣ୍ଟା ଲୋକମାନେ ଫେସବୁକ୍ ବ୍ୟବହାର କରିଛନ୍ତି । ଟପ୍-୧୦ ସୋସିଆଲ ମିଡିଆ ଆପ୍ସ ହ୍ବାଟସ୍ଆପ, ଓ୍ବିଚାଟ୍, ଫେସ୍ବୁକ, ମେସେଞ୍ଜର, ପଣ୍ଡୋରା, ୟୁଟ୍ୟୁବ୍, ଟ୍ବିଟର, ଗୁଗୁଲ ମ୍ୟାପ୍ସ ଏବଂ ସ୍ପୋଟିଫି ରହିଛି । ଏହି ରିପୋର୍ଟରେ ଚୀନ୍ର ଥର୍ଡ୍ ପାର୍ଟି ଆଣ୍ଡ୍ରୋଏଡ୍ ଆପ୍ ଷ୍ଟୋର୍ସ, ଓ୍ବିଚାଟ୍ ଏବଂ ଚୀନ୍ର ଅନ୍ୟ ଆପ୍ ସାମିଲ ନାହିଁ । ଯେପରିକି ଓ୍ବିଚାଟ୍ ବ୍ୟବହାର ବିଶ୍ବର ଦ୍ବିତୀୟ ସ୍ଥାନରେ ରହିଛି । ମୋବାଇଲ୍‌ସ ଗେମ୍ସ କଥା କହିବା ଯଦି କ୍ଲାସ୍ ଅଫ୍ କ୍ଲାନ୍ସ ଏହି ଲିଷ୍ଟରେ ଟପ୍ରେ ଅଛି । ତିନି ମାସ ମଧ୍ୟରେ ବ୍ୟବହାରକାରୀ ଏହି ଗେମ୍କୁ ୩୮୩ କୋଟି ଘଣ୍ଟା ଖେଳିସାରିଲେଣି । ଏହା ବ୍ୟତୀତ ଟକିଂ ଟମ୍, କ୍ୟାଣ୍ଡି କ୍ରସ ସାଗା, ଫୋର୍ଟିନାଇଟ୍, ଲ୍ୟାଡର୍ସ ମୋବାଇଲ, ସବ୍ଓ୍ବେ ସର୍ଫର୍ସ, ହେଲିକ୍ସ ଜମ୍ପ୍, ସ୍ଲିଥର ଡାଣ୍ଟ ଆଇଓ, ୟୁବ୍ ମୋବାଇଲ ଏବଂ ଫିସଡମ ନମ୍ବର ଆସୁଛି । ରିପୋର୍ଟ ଅନୁସାରେ କେବଳ ଆମେରିକାର ଲୋକମାନେ ପ୍ରତ୍ୟକ ଦିନ ପାଖାପାଖି ସାଢେ ତିନି ଘଣ୍ଟା ମୋବାଇଲ ବ୍ୟବହାର କରନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.