ଜାଣନ୍ତୁ ଏପରି ଗାଁ ବିଷୟରେ ଯେଉଁଠାରେ ଚାଲୁ ଚାଲୁ ଶୋଇ ପଡ଼ନ୍ତି ଲୋକମାନେ,ସପ୍ତାହେ ଯାଏଁ ମଧ୍ୟ ଉଠନ୍ତି ନାହିଁ

Published By : Prameya-News7 Bureau | April 12, 2019 IST

ଆପଣ ବହୁତ ଲୋକଙ୍କୁ ଶୋଇବାର ଦେଖିଥିବେ କିନ୍ତୁ ଏପରି କେବେ ଶୁଣିନଥିବେ ଯେ କେହି ଚାଲିବାବେଳେ ଶୋଇପଡ଼ନ୍ତି। କିନ୍ତୁ ଏପରି ଏକ ଗାଁ ରହିଛି ଯେଉଁଠାରେ ସମସ୍ତ ଲୋକ ଚାଲୁ ଚାଲୁ ଶୋଇ ପଡ଼ିଥାଆନ୍ତି। କିମ୍ବା କିଛି କାମ କରୁ କରୁ ଶୋଇ ପଡ଼ିଥାଆନ୍ତି। ଆପଣ ଏକଥା ବିଶ୍ବାସ କରିପାରୁନଥିବେ। କିନ୍ତୁ ଏହା ବିଲକୁଲ ସତ। ଏହା ହେଉଛି କାଜଖିସ୍ତାନର ଏକ ଗାଁ।

{"id":102771,"width":593,"height":394}

ଏହି ଗାଁର ନାଁ କଲାଚି। ଏଠାରେ ଲୋକେ ଏକ ବହୁତ ବଡ଼ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏଠାରେ ଲୋକେ ଚାଲୁ ଚାଲୁ ଶୋଇ ପଡ଼ନ୍ତି। ଶୋଇବା ପରେ ଏହି ଲୋକମାନେ କେବେ ଉଠିବେ ଜଣା ଯାଏ ନାହିଁ। ଅନେକ ଥର ଏପରି ହୋଇଛି ଯେ ଅନେକ ସପ୍ତାହ ଧରି ଶୋଇ ରହିବା ଫଳରେ ତାଙ୍କ ମୃତ୍ୟୁ ହୋଇଯାଏ।

{"id":102772,"width":591,"height":393}

ଏଠାରେ ହେଉଥିବା ଏହି ସମସ୍ୟା ବିଷୟରେ ଜାଣିବା ପାଇଁ ବୈଜ୍ଞାନିକମାନେ ଏକ ଗବେଷଣା କରିଥିଲେ। ଗବେଷଣାରୁ ତାଙ୍କୁ ଜଣା ପଡ଼ିଥିଲା ଯେ ଏହି ଗାଁରେ ୮୦୦ଜଣ ଲୋକ ରୁହନ୍ତି। ଯେଉଁମାନଙ୍କ ମଧ୍ୟରୁ ୨୦୦ଜଣ ଲୋକ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହା ସହ ବୈଜ୍ଞାନିକ ଏହି କଥା ମଧ୍ୟ ଜାଣିପାରିଥିଲେ ଯେ କେଉଁ କାରଣରୁ ଏଠାକାର ଲୋକେ ମୃତ୍ୟୁ ବରଣ କରୁଛନ୍ତି। ବୈଜ୍ଞାନିକଙ୍କ କହିବାନୁସାରେ ଏହି ଗାଁରେ ହାଇଡ୍ରୋକାର୍ବନ,କାର୍ବନ ମନୋକ୍ସାଇଡର ସ୍ତର ଅତ୍ୟନ୍ତ ବଢ଼ିଯାଇଛି। ଯେଉଁଥିପାଇଁ ଲୋକେ ପର୍ଯ୍ୟାପ୍ତ ମାତ୍ରାରେ ଅମ୍ଳଜାନ ନେଇ ପାରୁନାହାନ୍ତି। ଏଥିପାଇଁ ଲୋକେ ଚାଲୁ ଚାଲୁ ଟଳି ପଡ଼ିଥାଆନ୍ତି।

{"id":102775,"width":594,"height":395}

ଆଉ ଥରେ ବୈଜ୍ଞାନିକମାନେ ଗବେଷଣା କରିବାରୁ ଜଣା ପଡ଼ିଲା ଯେ ଏହି ଗାଁର ଆଖପାଖରେ ୟୁରାନିୟମର ଖଣି ରହିଛି। ଏଠାରୁ ପ୍ରଚୁର ପରିମାଣରେ କାର୍ବନ ମନୋକ୍ସାଇଡ ନିର୍ଗତ ହୋଇଥାଏ। ଏଥିପାଇଁ ଲୋକଙ୍କୁ ଏପରି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ଏଥିପାଇଁ ବୈଜ୍ଞାନିକମାନେ ସନ୍ତୁଷ୍ଟ ହୋଇପାରୁ ନାହାନ୍ତି। ଏଠାକାର ସମସ୍ୟାକୁ ଦେଖି କାଜଖିସ୍ତାନର ସରକାର ଏଠାକାର ଲୋକଙ୍କୁ ଅନ୍ୟ ସ୍ଥାନକୁ ପଠାଇଛନ୍ତି।    

{"id":102777,"width":590,"height":373}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.