ଦୂର ହେଲା ଅଞ୍ଚଳବାସୀଙ୍କ ଦୁଃଖ, ହାଇ ଲେଭଲ ବ୍ରିଜ୍ ନିର୍ମାଣ ପାଇଁ ଅନୁମୋଦନ

Published By : Prameya-News7 Bureau | January 23, 2023 IST

ଜଳେଶ୍ୱର ୨୩/୦୧: ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ନିର୍ବାଚନ ମଣ୍ଡଳୀର ଦୁଃଖ କହିଲେ ସୁବର୍ଣ୍ଣରେଖା ନଦୀ । ରାଇବଣିଆ ଅଂଚଳର ଲୋକମାନେ ଜଳେଶ୍ୱର ସହର ତଥା ବ୍ଲକକୁ ଆସିବାରେ ନାହିଁ ନଥିବାର ଅସୁବିଧାର ସମ୍ମୁଖୀନ ହୁଅନ୍ତି । ଅଂଚଳବାସୀଙ୍କର ଦୁଃଖ ଶୁଣିଥିଲେ ଜଳେଶ୍ୱର ବିଧାୟକ ତଥା ରାଜ୍ୟ ପର୍ଯ୍ୟଟନ ଅବକାରୀ ସାଂସ୍କୃତିକ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ।

ଗତ ଶନିବାର କ୍ୟାବିନେଟରେ ୧୦୧କୋଟି ୬୬ଲକ୍ଷ ଟଙ୍କାରେ ପୁରୁଣା ଜାତୀୟ ରାଜପଥ ଜଳେଶ୍ୱର ବାଇପାସ ରାସ୍ତାର ଗୋବରଘାଟ ଠାରୁ ଦକ୍ଷିଣପ୍ରହରାଜପୁର ପଂଚାୟତ ସଂଯୋଗ ପାଇଁ ଏକ ହାଇ ଲେଭୁଲ ବ୍ରିଜ ନିର୍ମାଣ ପାଇଁ ଅନୁମୋଦନ ହୋଇଛି । ଏହି ବ୍ରିଜ ନିର୍ମାଣ ହେଲେ ରାଇବଣିଆ ବ୍ଲକ ଜଳେଶ୍ୱର ନଗର ବାସୀ ଓ ମୟୁର ଭଞ୍ଜ ଜିଲ୍ଲାର ଲୋକ ମାନଙ୍କର ଯାତାୟତରେ ସହଜ ହେବ । ଏହି ପୋଲ ୩୬ ମାସ ମଧ୍ୟରେ ଶେଷ ହେବ ।

ମୁଖ୍ୟମନ୍ତ୍ରୀ ଜଳେଶ୍ୱର ବାସୀଙ୍କୁ ଏହି ହାଇ ଲେଭୁଲ ବ୍ରିଜ ଭେଟି ଦେଇଥିବାରୁ ଜଳେଶ୍ୱର ବିଜୁ ଜନତା ଦଳ ତରଫରୁ ନୂଆବଜାର ଭଞ୍ଜ କଲ୍ୟାଣ ମଣ୍ଡପ ପରିସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ପର୍ଯ୍ୟଟନ ଅବକାରୀ ମନ୍ତ୍ରୀଙ୍କୁ ଧନ୍ୟବାଦ ସହିତ ଶୁଭେଚ୍ଛା ଜଣାଇଛନ୍ତି । ଦକ୍ଷିଣ ପ୍ରହରାଜପୁର ବାସୀ ତଥା ଦକ୍ଷିଣପ୍ରହରାଜପୁର ପଂଚାୟତର ପୂର୍ବତନ ସରପଂଚ ସତ୍ୟ ରଞ୍ଜନ ଦାସ ମୁଖ୍ୟମନ୍ତ୍ରୀ ଓ ବିଧାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.