ବିନିକା ୨୬।୬: ସରକାର ଜନସାଧାରଣଙ୍କ ସୁବିଧା ପାଇଁ ବିଭିନ୍ନ ସ୍ଥାନରେ ଟିକାକରଣ କେନ୍ଦ୍ର କରୁଛନ୍ତି । ସୁବର୍ଣ୍ଣପୁର ଜିଲ୍ଲା ବିନିକା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସିଦ୍ଧାର୍ଥ ମହାବିଦ୍ୟାଳୟଠାରେ ହୋଇଥିବା ଟିକାକରଣ କେନ୍ଦ୍ରରେ ଲୋକଙ୍କ ଭିଡ ଦେଖିବାକୁ ମିଳିଛି । ଟିକାକରଣ କେନ୍ଦ୍ରରେ ଲୋକେ ସାମାଜିକ ଦୁରତ୍ଵ କୁ ଫୁ କରି ଏମିତି ଭିଡ ଜମାଉଛନ୍ତି ଯେ, କରୋନା ଟିକା ନେଇ ଆସିବା ବଦଳରେ କରୋନା ରୋଗ ନେଇକି ଯିବାର ଆଶଙ୍କା ରହିଛି ।
{"id":471625,"sizeSlug":"large","linkDestination":"none"}ଟିକାକରଣ କେନ୍ଦ୍ରରେ ଅନଲାଇନ ଓ ଅଫଲାଇନରେ ଦିଆଯାଉଥିବା ଟିକାଦାନରେ ଅବ୍ୟବସ୍ଥା ମଧ୍ୟ ଦେଖା ଦେଉଥିବାରୁ ଲୋକେ ବହୁ ହଇରାଣ ହରକତ ହେଇଥିବା ଅଭିଯୋଗ କରିଛନ୍ତି । ଟିକାକରଣ କେନ୍ଦ୍ରରେ ଯେତିକି ପରିମାଣରେ ଟିକା ଦିଆଯିବ ସେତିକି ଲୋକ ନରହି ଅଧିକ ମଧ୍ୟ ଗହଳି ହେଉଥିବାରୁ ଲୋକେ କିଛି ସମୟ ଅଟକି ରହି ପୁଣି ଚାଲିଯାଉଛନ୍ତି । ଟିକାକରଣ କେନ୍ଦ୍ରରେ ଲୋକଙ୍କ ଏପରି ଭିଡ଼ ଜମାଉଛନ୍ତି ଯେ, ଲୋକେ ଭୟରେ ଭିତରେ ନରହି ବାହାରେ ବସିରହି ଜଗୁଛନ୍ତି ।