ଭାରସାମ୍ୟ ହରାଇ ଧାନବିଲକୁ ପସିଗଲା ଫେରିବାଲା ବାଇକ୍, ମାନବିକତା ଦେଖାଇ ଉଦ୍ଧାର କଲେ ମହିଳା ଓ ଯୁବତୀ

Published By : Prameya-News7 Bureau | February 26, 2024 IST

ବାଲିପାଟଣା ୨୬/୦୨: ଭାରସାମ୍ୟ ହରାଇ ଧାନ ବିଲକୁ ଖସିପଡିଲା ଫେରିବାଲା ବାଇକ୍ । ପାଣିରୁ ଉଦ୍ଧାର କଲେ ମହିଳା ଏବଂ ଯୁବତୀ । ଜଣେ ଫେରିବାଲା ତାଙ୍କ ବାଇକରେ ଜିନିଷ ପତ୍ର ଲଦି ଯାଉଥିଲେ ବ୍ୟବସାୟ କରିବାକୁ । ବାଲିପାଟଣା ବ୍ଳକ୍‌ ସରିପୁର-ଚଣାହଟ୍ଟା ରାସ୍ତାରେ ଭାରସାମ୍ୟ ହରାଇ ବାଇକ୍‌ଟି ଧାନ ବିଲ ମଧ୍ୟକୁ ଖସିପଡ଼ିଥିଲା ।

ଧାନ ବିଲରେ ପ୍ରାୟ ୨ ଫୁଟ ପାଣି ଥିବାରୁ ନିଜ ବାଇକ୍ କିମ୍ବା ଜିନିଷପତ୍ର ଉଠାଇବାରେ ଅସମର୍ଥ ହୋଇଥିଲେ ଫେରିବାଲା । ଅସହାୟ ଅବସ୍ଥାରେ ଫେରିବାଲା ଜଣକ ରାସ୍ତାରେ ବସି କାନ୍ଦୁଥିବା ବେଳେ ଏକାଧିକ ବ୍ୟକ୍ତି ସେହି ରାସ୍ତା ଦେଇ ଯାତାୟତ କରୁଥିଲେ । ମାତ୍ର କୌଣସି ବ୍ୟକ୍ତି ଫେରିବାଲାକୁ ସାହାର୍ଯ୍ୟ କରିବାକୁ ଆସି ନଥିଲେ । ଏହି ସମୟରେ ସରାଟ ପଣ୍ଡାସାହି ଗ୍ରାମର ସ୍ମାରକୀ ମହାପାତ୍ର ସେହି ବାଟ ଦେଇ ଯିବା ବେଳେ ଫେରିବାଲା ଉପରେ ଦୃଷ୍ଟି ପଡିଥିଲା ।

wp:html /wp:html

ଫେରିବାଲା ଅବସ୍ଥା ଦେଖି ଉଦ୍ଧାର କରିବାକୁ ଅଣ୍ଟା ଭିଡିଥିଲେ ସ୍ମାରକୀ । ଏକା ଏକା ଉଦ୍ଧାର କରିବା ଅସମ୍ଭବ ହେଲା । ପରେ କିଛି ମହିଳାଙ୍କୁ ଏକାଠି କରି ଫେରିବାଲା ବାଇକ୍ ଏବଂ ଜିନିଷପତ୍ର ବିଲରୁ ରାସ୍ତା ଉପରକୁ ଆଣିଥିଲେ ସମସ୍ତେ । ଅନେକ ବ୍ୟକ୍ତି ସେହି ରାସ୍ତା ଦେଇ ଯାତାୟତ କରୁଥିଲେ ବି କେହି ଫେରିବାଲା କୁ ସାହାଯ୍ୟ କରିନଥିଲେ । ସ୍ମାରକୀ ଏବଂ ମହିଳା ମାନେ ଫେରିବାଲା କୁ ସାହାଯ୍ୟ କରିଥିବାରୁ ସମସ୍ତେ ସେମାନଙ୍କୁ ପ୍ରଶଂସା କରିଛନ୍ତି ।

you can also read...

wp:embed {"url":"https://www.prameyanews7.com/heavy-police-security-for-the-presidents-visit/","type":"wp-embed","providerNameSlug":"prameya-news-7"}
https://www.prameyanews7.com/heavy-police-security-for-the-presidents-visit/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.