oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: ରେଶମ ସହରରେ ବେଧଡ଼କ ଚାଲିଛି ଧଳାଜହର କାରବାର, ଜଣେ ମହିଳା ଗିରଫ
  • ||
  • ରାୟଗଡା : ବନ୍ଦ ହେଲା ରାଜ୍ୟର ଦ୍ୱିତୀୟ ଝୁଲାପୋଲ, ସୁରକ୍ଷା ଦୃଷ୍ଟିରୁ ପ୍ରଶାସନର ନିଷ୍ପତ୍ତି
  • ||
  • ଏକ୍‌ଜିଟ୍ ପୋଲର ଆକଳନ, ଇଟାଲୀର ପ୍ରଧାନମନ୍ତ୍ରୀ ହେବେ ମେଲୋନୀ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୪ କୋଭିଡ୍ ପଜିଟିଭ୍
  • ||
  • ସାଲେପୁର: ବିଳମ୍ୱିତ ରାତିରେ ମାତିଲେ ଲୁଟେରା, ମନ୍ଦିରରୁ ଲୁଟିନେଲେ ୩ କୋଟିର ଅଷ୍ଟଧାତୁ ମୂର୍ତ୍ତି
  • ||
  • ଯାଜପୁର: ଗଡିବ ମା’ ବିରଜାଙ୍କ ସିଂହଧ୍ଵଜ ରଥ, ୯ ଦିନ ଧରି ଭକ୍ତଙ୍କୁ ଦର୍ଶନ ଦେବେ ଦେବୀ
  • ||
  • ହିମାଚଳ ପ୍ରଦେଶର କୁଲୁରେ ମର୍ମନ୍ତୁଦ ଦୁର୍ଘଟଣା, ୭ ପର୍ଯ୍ୟଟକ ମୃତ
  • ||
  • ସୋମବାରଠୁ ନବରାତ୍ର ପୂଜା, ମାଆଙ୍କ ଷୋଡ଼ଶ ପୂଜାପାଠରେ କମ୍ପୁଛି ଶକ୍ତିପୀଠ
  • ||
  • ମୋହନା : ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍, ଅଳ୍ପକେ ବର୍ତ୍ତିଲେ ୨୪ଯାତ୍ରୀ
  • ||

ବାତ୍ୟାର ୬ ଦିନ ପରେ ବି ସୁଧୁରିପାରିଲାନି ସ୍ଥିତି : ଖାଦ୍ୟ, ବିଦ୍ୟୁତ୍, ପାନୀୟଜଳ, ରିଲିଫ୍ ନିମିଳିବାରୁ ଲୋକେ ହେଲେଣି ଧର୍ଯ୍ୟଚ୍ୟୁତ, କେଉଁଠି ରାସ୍ତାରୋକ ତ କେଉଁଠି ସରକାରୀ କାର୍ଯ୍ୟାଳୟରେ ପଶି ଲୁଟିଲେଣି ଖାଦ୍ୟ ସାମଗ୍ରୀ

8/05/2019 at 3:25 PM

ଭୁବନେଶ୍ବର ୮|୫: ବାତ୍ୟାର ୬ଦିନ ବିତିଲାଣି । ହେଲେ ସ୍ଥିତି ସୁଧୁରିବାର ନାଁ ଧରୁନି । ବରଂ ଦିନକୁ ଦିନ ପରିସ୍ଥିତି ଅଣାୟତ୍ତ ହେଲାଣି । ଏବେବି ଲୋକଙ୍କ ପାଖରେ ରିଲିଫ୍‌ ପହଞ୍ଚିନାହିଁ । ଲୋକଙ୍କ ପାଖରେ ଖାଦ୍ୟ, ବିଦ୍ୟୁତ, ପାନୀୟଜଳର ଘୋର ଅଭାବ । ଶୁଣିବାକୁ କେହିନାହିଁ ଦେଖିବାକୁ ବି କେହିନାହିଁ । ଏପରି ସ୍ଥଳେ କେଉଁଠି ଲୋକେ ରାସ୍ତାରୋକ କଲେଣି ତ କେଉଁଠି ସରକାରୀ କାର୍ଯ୍ୟାଳୟରେ ପଶି ଗଛିତ ସାମଗ୍ରୀ ଲୁଟିବାକୁ ଉଦ୍ୟମ କଲେଣି ।ବାତ୍ୟା ପ୍ରଭାବିତ ଅଞ୍ଚଳରେ ଏଭଳି ଅବସ୍ଥା ।

ଧର୍ଯ୍ୟଚ୍ୟୁତ ହେଲାଣି । ଅସହାୟତା କ୍ରୋଧରେ ପରିଣତ ହେଲାଣି। ହାହାକାରରୁ ହୋହଲ୍ଲା ।  ପିଇବା ପାଇଁ ପାଣି ନାହିଁ, ବିଦ୍ୟୁତ୍ ନାହିଁ, ଖାଇବାକୁ ନାହିଁ କି ହାତରେ ପଇସା ନାହିଁ । ଏପରିସ୍ଥଳେ ଲୋକେ କରିବେ କଣ । ବାତ୍ୟାର ୪ଦିନ ପରେ ବି ପ୍ରଭାବିତ ଅଞ୍ଚଳରେ ହାହାକାର ପରିସ୍ଥିତି । ଏ ହେଉଛି ପୁରୀ ଜିଲ୍ଲା ବାଲିଘାଇ ଅଞ୍ଚଳର ଦୃଶ୍ୟ । ଏଠି ଲୋକେ ରିଲିଫ୍‌ ପାଇଁ ତାତିଛନ୍ତି । ହାତରେ ଠେଙ୍ଗାବାଡି ଧରି ରାସ୍ତାରୋକ କରିଛନ୍ତି । ପୋଲିସକୁ ଅଟକ ରଖିଛନ୍ତି । କାରଣ ଏଯାଏଁ ସ୍ଥାନୀୟ ଅଞ୍ଚଳର ଲୋକଙ୍କୁ ରିଲିଫ୍‌ ମିଳିନାହିଁ । ବିଦ୍ୟୁତ୍ କଥା ଛାଡନ୍ତୁ ଘରେ ପାଣି ମୁନ୍ଦାଏ ବି ନାହିଁ । କେବେ ଲୋକଙ୍କୁ ରିଲିଫ୍ ମିଳିବା ସେକଥା କହିବାକୁ ବି କେହି ନାହିଁ । ଏପରି ସ୍ଥଳେ ଲୋକେ ତାତିବେନି ତ ହେବ କଣ ।

ଆଉ ଏହେଉଛି ଜଗତସିଂପୁର ବିରିଡି ଅଞ୍ଚଳର ଦୃଶ୍ୟ । ରିଲିଫ୍ ନମିଳିବାରୁ ହାଜିପୁର, କାଇଜଙ୍ଗ, ନୂଆପୋଲ, ତାଇକୁଣ୍ଡ, ଦୋଗଛିଆଁ ଅଞ୍ଚଳର ଲୋକେ ରାସ୍ତାରୋକ କରିଛନ୍ତି । ଏଠିକାର ଲୋକଙ୍କୁ ବାତ୍ୟା ଆଶ୍ରାୟସ୍ଥଳରେ ରଖାଯାଇଥିଲା । ଏହାପରଠାରୁ ନା ସେମାନଙ୍କୁ ମିଳିଛି ରିଲିଫ୍, ନା ଭଙ୍ଗା ଘର ଘୋଡାଇବାକୁ ପଲିଥିନ୍‌ । ସେହିପରି ଏପର୍ଯ୍ୟନ୍ତ ସ୍ଥାନୀୟ ଅଞ୍ଚଳରେ ବିଦ୍ୟୁତ୍ ସଂଯୋଗ ହୋଇପାରି ନାହିଁ। ପିଇବା ପାଣି ବ୍ୟବସ୍ଥା ବି ନାହିଁ । ଜିଲ୍ଲାର ସବୁ ଅଞ୍ଚଳରେ ଏପରି ସ୍ଥିତି । ଯାହାକୁ ନେଇ ଲୋକଙ୍କ ଭିତରେ ଅସନ୍ତୋଷ ବଡିବାରେ ଲାଗିଛି ।

ଏଭଳି ଦୃଶ୍ୟ ମଧ୍ୟ ରାଜଧାନୀ ଭୁବନେଶ୍ବରରେ ଦେଖିବାକୁ ମିଳିଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ରିଲିଫ କାର୍ଯ୍ୟ ଆରମ୍ଭ ହୋଇଛି । ହେଲେ ଏଠି ବି ରିଲିଫ୍‌କୁ ନେଇ ନାହିଁ ନଥିବା ଅସନ୍ତୋଷ । ୟୁନିଟ୍ ୮ ସ୍ଥିତ କମ୍ୟୁନିଟି ସେଣ୍ଟରରେ ରିଲିଫ ଦିଆଯାଉଥିଲା । ହେଲେ ରିଲିଫ୍‌ରେ ଖାଦ୍ୟ କିମ୍ବା ଚାଉଳ ଦେବେ କଣ ଧରାଇ ଦେଇଛନ୍ତି ପଇସା । ପ୍ରତିବାଦ କରିବାରୁ କେହି ଶୁଣିଲେନି । ଏପରିକି ସକାଳ ୮ଟାରୁ ଲମ୍ବା ଲାଇନ୍ରେ ବୟସ୍କ, ଦିବ୍ୟାଙ୍ଗ ଥିଲେ ବି ସେମାନଙ୍କ ପାଇଁ କିଛି ବ୍ୟବସ୍ଥା ନଥିଲା । ଲୋକଙ୍କୁ କଥା ବୁଝିବାକୁ ଅଧିକାରୀମାନେ ବି ଆସିଲେନି । ତେଣୁ ଏହାକୁ ବିରୋଧକରି ତାତିଥିଲେ ଲୋକେ । ନାଲକୋ ଛକରେ ପ୍ରାୟ ୩ ଘଣ୍ଟାରୁ ଅଧିକ ସମୟ ଧରି ରାସ୍ତା ଅବରୋଧ କରିଥିଲେ ଲୋକେ ।

ସରକାର ଯେତିକି ସ୍ଥିତି ସୁଧୁରୁଥିବା କଥା କହୁଛନ୍ତି, ସେତିକି ସ୍ଥିତି କିନ୍ତୁ ବାସ୍ତବରେ ସୁଧୁରିନାହିଁ । ବାତ୍ୟା ପ୍ରଭାବିତ ଅଞ୍ଚଳରେ ଯେପରି ପଡିଛି କେବଳ ହାହାକର।

   Related Posts