Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ନୟାଗଡ ଚିନିକଳ ବିକ୍ରି ଖବରକୁ ନେଇ ଅସନ୍ତୋଷ, ଆନ୍ଦୋଳନ ବ୍ୟାପକ କରିବାକୁ ଚେତାବନୀ

18/06/2019 at 4:44 PM

ନୟାଗଡ (ବୈଦ୍ୟଭୂଷଣ ମହାପାତ୍ର) ୧୮|୬: ନୟାଗଡ ଚିନିକଳକୁ କବାଡିଆ ଦରରେ ଗୁଜୁରାଟର ଏକ କମ୍ପାନୀକୁ ବିକ୍ରି କରାଯାଉଥିବା ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଜିଲ୍ଲାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଚାଷୀ, ବୁଦ୍ଧିଜୀବୀ ଏବଂ ସବୁ ରାଜନୈତିକ ଦଳର ନେତା ଏକାଠି ହୋଇ ଏହା ବିରୋଧରେ ବ୍ୟାପକ ଆନ୍ଦୋଳନ କରିବାକୁ ଧମକ ଦେଇଥିବାବଳେ ଜିଲ୍ଲାପାଳ କିନ୍ତୁ ଏହା ଏକ ଗୁଜବ ବୋଲି କହିଛନ୍ତି ।

୧୯୮୪ ମସିହାରେ ନୟାଗଡର ପାଣିପୋଇଲାଠାରେ ପ୍ରତିଷ୍ଠା ହୋଇଥିବା ଚିନିକଳ ୧୯୮୮ ମସିହାରେ ଉତ୍ପାଦନ ଆରମ୍ଭ କରିଥିଲା । ତେବେ କିନ୍ତୁ ବାରମ୍ବାର କ୍ଷତିରେ ଚାଲୁଥିବା ଏହି ଚିନିକଳକୁ ସମବାୟ ବିଭାଗ ଧରଣୀ ସୁଗାରକୁ ବିକ୍ରି କରିଦେଇଥିଲା । ପରେ ଧରଣୀ ସୁଗାର କର୍ମଚାରୀ ଏବଂ ଚାଷୀଙ୍କ ଟଙ୍କା ଦେଇନପାରି ରାତିଅଧିଆ ଚମ୍ପଟ ମାରିଥିଲା । ଫଳରେ ୨୦୦୦ରୁ ୨୦୦୪ ପର୍ଯ୍ୟନ୍ତ ଏହା ବନ୍ଦ ରହିବା ପରେ ସରକାର ତ୍ରୈଲୋକ୍ୟ ମିଶ୍ରଙ୍କୁ ଏହାକୁ ବିକ୍ରି କରିଦେଇଥିଲେ । ହେଲେ ସେ ମଧ୍ୟ କର୍ମଚାରୀ ଏବଂ ଶ୍ରମିକଙ୍କ ଟଙ୍କା ବାକି ରଖି ୨୦୧୪ରେ କମ୍ପାନୀରେ ତାଲା ପକାଇଦେଇଥିଲେ ।

ସେହିଦିନଠାରୁ ଚିନିକଳକୁ ଚାଲୁ କରିବାକୁ ବିଭିନ୍ନ ସମୟରେ ଆନ୍ଦୋଳନ ହୋଇଆସୁଥିଲେ ମଧ୍ୟ ସରକାର ଏ ସମ୍ପର୍କରେ କୈ।ଣସି ନିଷ୍ପତ୍ତି ନେଉନାହାଁନ୍ତି । ତ୍ରୈଲୋକ୍ୟ  ମିଶ୍ର ଚିନିକଳକୁ ଚଲାଇବାପାଇଁ ବିଭିନ୍ନ ବ୍ୟାଙ୍କରୁ ୨୫କୋଟିରୁ ଅଧିକ ଋଣ ଆଣି ସୁଝିନଥିବାରୁ  ବ୍ୟାଙ୍କ କର୍ତ୍ତୃପକ୍ଷ ଗୁଜୁରାଟର ଶକ୍ତି ଏଣ୍ଟରପ୍ରାଇଜର୍ସ ନାମକ ଏକ ସଂସ୍ଥାକୁ କବାଡିଆ ଦରରେ ବିକ୍ରି କରିଥିବା କିଛି ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ବୁଦ୍ଧିଜୀବୀମାନେ ଏକଜୁଟ ହୋଇ ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି । ଚିନିକଳକୁ ତୁରନ୍ତ ଚାଲୁ କରିବାକୁ ସେମାନେ ଦାବି କରିବା ସହ ବିକ୍ରି ଖବରର ସତ୍ୟତା ଥିଲେ ଏଥିପାଇଁ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି କହିଛନ୍ତି ।

ସେପଟେ ଚିନିକଳ ବିକ୍ରି ହେବା ଖବର ପ୍ରଶାସନ ପାଖରେ ନଥିବା ଜିଲ୍ଲାପାଳ କହିଛନ୍ତି । ଚିନିକଳକୁ ବିକ୍ରି କରିବାକୁ ବ୍ୟାଙ୍କ କର୍ତ୍ତୃପକ୍ଷ ୨୦୧୭ ଏବଂ ୨୦୧୯ରେ ଟେଣ୍ଡର୍ କରିଥିଲେ ମଧ୍ୟ କେହି ବିଡର୍ ଆସିନଥିବା ବ୍ୟାଙ୍କ କର୍ତ୍ତୃପକ୍ଷ  ଜଣାଇଥିବା ଜିଲ୍ଲପାଳ କହିଛନ୍ତି । ସେହିପରି ଚିନିକଳ ସମ୍ପର୍କରେ କୋର୍ଟରେ ମାମଲା ଚାଲିଥିବାରୁ ଏହାକୁ ପୁଣିଥରେ ଚଲାଇବା କାର୍ଯ୍ୟ ବିଭିନ୍ନ ସ୍ତରରେ ଆଲୋଚନା ପରେ ସମ୍ଭବ ବୋଲି ସେ କହିଛନ୍ତି । 

ଗତ ନିର୍ବ।ଚନ ସମୟରେ ନୟାଗଡ ଚିନିକଳକୁ ୧୫ ଦିନ ମଧ୍ୟରେ ଚାଲୁ କରିବାକୁ ବିଜେପି ପ୍ରତିଶୃତି ଦେଇଥିବା ବେଳେ ୭ଦିନ ମଧ୍ୟରେ ଚାଲୁ କରିବାକୁ ବିଜେଡି କହିଥିଲା । ବିଧାୟକ ଅରୁଣ ସାହୁ ଏଠାରୁ ନିର୍ବ।ଚିତ ହୋଇ କୃଷିମନ୍ତ୍ରୀ ହୋଇଥିବାରୁ ଜିଲ୍ଲାର ଏକମାତ୍ର ଏହି ଶିଳ୍ପକୁ କାର୍ଯ୍ୟକ୍ଷମ କରିବାକୁ ଦେଇଥିବା ପ୍ରତିଶୃତି ପାଳନ କରିନପାରିଲେ ଜିଲ୍ଲାରେ ଆନ୍ଦୋଳନ ତୀବ୍ର ହେବା ନିଶ୍ଚିତ ।

   Related Posts