scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ନୂଆ ବର୍ଷରେ ଭାରତର କେଉଁ ରାଜ୍ୟର ଲୋକେ ଅଧିକ ମଦ୍ୟପାନ କରନ୍ତି ?

23/12/2023 at 7:41 PM

ନୂଆଦିଲ୍ଲୀ: ନୂଆବର୍ଷକୁ ଆଉ ମାତ୍ର କେଇଟା ଦିନ ବାକି ରହିଛି। ଲୋକେ ନୂତନ ବର୍ଷ ଆଗମନକୁ ବେଶ ଜାକଜମକରେ ମନାଇବାକୁ ଯୋଜନା କଲେଣି। କିଏ ପରିଭ୍ରମଣରେ ଯିବାକୁ ଯୋଜନା କରୁଛି ତ ଆଉ କିଏ  ଭୋଜିଭାତ ଆୟୋଜନରେ ଲାଗି ଲଗେଣି। ତେବେ ନୂଆ ବର୍ଷ ସେଲିବ୍ରେସନରେ ଭୋଜିଭାତରେ ମଦ୍ୟପାନର ଆସର ମଧ୍ୟ ଜମିଥାଏ। ଏମିତିରେ ଯେଉଁ ରାଜ୍ୟରେ ଲୋକେ ଅଧିକ ମଦ ପିଇଥାନ୍ତି, ସେଠାରେ ମଦ ବିକ୍ରି ବଢିବାକୁ ଯାଉଛି। ଆପଣ ଜାଣିଛନ୍ତି କି ଦେଶରେ କେଉଁ ରାଜ୍ୟରେ ନୂଆ ବର୍ଷରେ ଅଧିକ ମଦ ବିକ୍ରି ହୋଇଥାଏ।

Also read- ଭାରତ ମହାସାଗରରେ ଇସ୍ରାଏଲୀ ଜାହାଜ ଉପରେ ଡ୍ରୋନ୍ ଆକ୍ରମଣ, ବିସ୍ଫୋରଣ ପରେ ଲାଗିଲା ନିଆଁ

୨୦୨୩ରେ ନୂଆ ବର୍ଷ ପାଳନରେ ସବୁଠୁ ଅଧିକ ପରିମାଣରେ ମଦ ରାଜସ୍ଥାନରେ ବିକ୍ରି ହୋଇଥିଲା। ଏଠାରେ ୨୦୨୨ ଡିସେମ୍ବର ୩୦ ଓ  ୩୧ ତାରିଖରେ ୩୫.୨୬ କୋଟି ଟଙ୍କାର ମଦ ବିକ୍ରି ହୋଇଥିଲା। ଏକାକୀ ଜୟପୁରରେ ଏହି ଦୁଇ ଦିନରେ ୧୧ କୋଟି ଟଙ୍କାର ମଦ ବୋହି ନେଇଥିଲେ ଲୋକେ। ଏହି ମାମଲାରେ ଦ୍ଵିତୀୟ ସ୍ଥାନରେ ରହିଛି ଦିଲ୍ଲୀ। ଏଠାରେ ୨୦୨୨ ଡିସେମ୍ବରରେ ୯ କୋଟି ଟଙ୍କା ବିକ୍ରି ହୋଇଥିଲା। ସେହିପରି ୨୦୨୧ରେ ଅବକାରୀ ବିଭାଗର ରିପୋର୍ଟ ଅନୁଯାୟୀ, ୨୦୨୧ ଡିସେମ୍ବର ୩୦-୩୧ରେ ରାଜସ୍ଥାନରେ ୭୭ କୋଟି ୮୨ଲକ୍ଷ ଟଙ୍କାର ମଦ ବିକ୍ରି ହୋଇଥିଲା।

ଭାରତରେ କେତେ ଲୋକ ମଦ ପିଅନ୍ତି

ଇକୋନୋମିକ ରିସର୍ଚ୍ଚ ଏଜେନ୍ସି ICRIER ଓ ଲ’ କନସଲଟିଂ ଫର୍ମ PLR Chambersର ରିପୋର୍ଟ ଅନୁଯାୟୀ, ଭାରତରେ ପ୍ରାୟ ୧୬ କୋଟି ଲୋକେ ମଦ୍ୟପାନ କରନ୍ତି। ଏଥିରେ ୯୫ ପ୍ରତିଶତ ପୁରୁଷ ରହିଛନ୍ତି ଯାହାଙ୍କ ଆୟୁ ୧୮ରୁ ୪୯ ମଧ୍ୟରେ ରହିଛି। ସେହିପରି ମହିଳାଙ୍କ ସଂଖ୍ୟା ୫ ପ୍ରତିଶତ ରହିଛି।

କେଉଁ ରାଜ୍ୟରେ ଲୋକେ ପିଅନ୍ତି ଅଧିକ ମଦ

କ୍ରିସିଲ ନାମକ ଏକ ସର୍ଭେ କମ୍ପାନୀ ୨୦୨୦ରେ ସମଗ୍ର ଦେଶରେ ସର୍ଭେ କରିଥିଲା। ସର୍ଭେରୁ ଜଣା ପଡ଼ିଥିଲା ଯେ, ୨୦୨୦ରେ ଭାରତର ୫ଟି ରାଜ୍ୟର ଲୋକେ ସବୁଠୁ ଅଧିକ ମଦ୍ୟପାନ କରନ୍ତି। ପ୍ରଥମରେ ରହିଥିଲା ଛତିଶଗଡ଼ର ନଁ। ଏଠାକାର ମୋଟ୍ ଜନସଂଖ୍ୟାର ପ୍ରାୟ ୩୫.୬ ପ୍ରତିଶତ ଲୋକ ମଦ୍ୟପାନ କରନ୍ତି। ଦ୍ଵିତୀୟରେ ରହିଛି ତ୍ରିପୁରା। ଏଠାରେ ମୋଟ୍ ଜନସଂଖ୍ୟାର ୩୪.୭ ପ୍ରତିଶତ ଲୋକ ମଦ ପିଇଥାନ୍ତି। ତୃତୀୟରେ ଆନ୍ଧ୍ର ପ୍ରଦେଶର ନାଁ ରହିଛି। ରାଜ୍ୟର ମୋଟ୍ ଜନସଂଖ୍ୟାର ୩୪.୫ ପ୍ରତିଶତ ଲୋକ ମଦପ୍ୟାନ କରିଥିବା ରିପୋର୍ଟରୁ ପ୍ରକାଶ।

   Related Posts