ପିଓକେରେ ପାକ୍ ବିରୋଧୀ ନାରା; ଭେଦଭାବ ବିରୋଧରେ ଲୋକଙ୍କ ପ୍ରଦର୍ଶନ, ଭାରତରେ ସାମିଲ୍ ହେବାକୁ ଦାବି

Published By : Prameya-News7 Bureau | January 13, 2023 IST

ନୂଆଦିଲ୍ଲୀ: ପାକିସ୍ତାନରେ କୁହୁଳୁଛି ଗୃହକଳିର ଧୁଆଁ । ପାକ୍ ସରକାରଙ୍କ ବିରୋଧରେ ସ୍ବର ଉଠାଇଲେଣି ଲୋକେ । ଗିଲଗିଟ୍ ବାଲ୍ଟିସ୍ତାନରେ ଲୋକେ ରାସ୍ତା ଉପରକୁ ଆସି ଧାରଣା ଦେଇଛନ୍ତି । ପାକ୍ ସରକାର ପିଓକେ ବାସୀଙ୍କ ସହିତ ଭେଦଭାବ କରୁଛନ୍ତି। ତେଣୁ ପୁଣି ଥରେ ଭାରତରେ ସାମିଲ ହେବାକୁ ଦାବି କରିଛନ୍ତି ପାକିସ୍ତାନ ଆଧିକୃତ କାଶ୍ମୀରବାସୀ ।

ଗୋଟିଏ ପଟେ ଆର୍ଥିକ ମାନ୍ଦାବସ୍ଥା ଅନ୍ୟପଟେ ମହଙ୍ଗାମାଡ଼ରେ ଜୁଝି ହେଉଛି ପାକିସ୍ତାନ । ଆଉ ଏହାରି ଭିତରେ ଗୃହକଳି ଜୋରଧରିଲାଣି । ପୁଣି ଥରେ ପାକିସ୍ତାନ ବିଭାଜନର ସ୍ବର ଶୁଣିବାକୁ ମିଳୁଛି । ପିଓକେରେ ଭେଦଭାବର ବହ୍ନି ପାକିସ୍ତାନ ପାଇଁ କାଳ ହେଇଛି । ପାକିସ୍ତାନ ଅଧିକୃତରେ କାଶ୍ମୀରରେ ସରକାରଙ୍କ ବିରୋଧରେ ସ୍ବର ଉଠାଇଛନ୍ତି । ପାକ୍ ପ୍ରଶାସନ ଭେଦଭାବ କରୁଥିବା ଅଭିଯୋଗ ହୋଇଛି । ଗିଲଗିଟ୍ ବାଲ୍ଟିସ୍ତାନରେ ଲୋକେ ସରକାର ବିରୋଧରେ ରାସ୍ତାକୁ ବାହାରି ପ୍ରଦର୍ଶନ କରିଛନ୍ତି । ଆନ୍ଦୋଳକାରୀ ‘ଆର୍ ପାର୍ ଯୋଡ ଦୋ, କାରଗିଲ୍ କୋ ଖୋଲ ଦୋ’ ନାରା ଦେଇଛନ୍ତି । ଭାରତ ସହିତ ମିଶିବା ସହିତ କାରଗିଲ୍ ସଡ଼କ ଖୋଲିଦେବାକୁ ଦାବି କରିଛନ୍ତି । ଯାହା ପାକିସ୍ତାନ ସରକାରଙ୍କ ନିଦ ହଜାଇ ଦେଇଛି ।

ତଙ୍ଗାହାଲିରେ ସ୍ଥିତି ଧୀରେ ଧୀରେ ବିଗିଡ଼ିବାରେ ଲାଗିଛି । ଦେଶରେ ଘୋର ଖାଦ୍ୟ ସଙ୍କଟ ଦେଖାଦେଇଛି । ଅଟା ପାଇଁ ଲୋକଙ୍କ ଲମ୍ବା ଲାଇନ୍ ଲାଗିଛି । ରୁଟି ପାଇଁ ଲୋକଙ୍କ ମଧ୍ୟରେ ସଂଘର୍ଷ କରୁଛନ୍ତି । ପାକିସ୍ତାନରେ ମାନ୍ଦାବସ୍ଥା ପାଇଁ ସରକାର ଦାୟୀ ବୋଲି ଅଭିଯୋଗ କରିଛନ୍ତି ଲୋକେ । ଅନ୍ୟପଟେ ପାକିସ୍ତାନ ଅଧିକୃତ କାଶ୍ମୀରରେ ଲୋକଙ୍କ ଭାରତରେ ସାମିଲ୍ ହେବା ସ୍ବର ସରକାରଙ୍କ ମୁଣ୍ଡବ୍ୟଥା କାରଣ ପାଲଟିଛି।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.