ଆକାଶରେ ବିରାଟ ଶବ୍ଦ ଶୁଣି ବାଲେଶ୍ବରବାସୀ ଭୟଭୀତ
24/09/2018 at 12:38 PM

ବାଲେଶ୍ବର ୨୪/୯:ଆଜି ସକାଳ ୯ଟାରୁ ୧୨ଟା ମଧ୍ୟରେ ବାଲେଶ୍ବର ଆକାଶରେ ଦୁଇଥର ଭୀଷଣ ଶବ୍ଦ ଶୁଣିବାକୁ ମିଳିଲା। କ୍ଷେପଣାସ୍ତ୍ର ପରୀକ୍ଷଣ ହେବାଭଳି ଏହି ଶବ୍ଦ ଶୁଣି ଲୋକମାନେ ଭୟଭିତ ହୋଇ ଯାଇଥିଲେ। ପ୍ରଥମ ଶବ୍ଦଟି ଦିନ ୯ଟା ୨୮ମିନିଟରେ ହୋଇଥିବା ବେଳେ ଦ୍ବିତୀୟ ଶବ୍ଦଟି ୧୧ଟା ୩୬ମିନିଟରେ ହୋଇଥିଲା। ଏହି ସମୟରେ ଆକାଶରେ ଜେଟ୍ ଯିବାପରେ ଯେମିତି ଧଳା ଦାଗ ପଡ଼ିଯାଏ ସେହିଭଳି ପଡ଼ିଯାଇଥିଲା। ହେଲେ ଏହା ଚାନ୍ଦିପୁର ପଟୁ ହୋଇନଥିଲା। ଏହି ଦାଗ ଜଳେଶ୍ବର ପଟୁ ହୋଇଥିବାର ଜଣାପଡ଼ୁଥିଲା। ଏହାକୁ ଦେଖି ଲୋକମାନେ ଭୟଭୀତ ହୋଇ ଯାଇଥିଲେ। ପରେ ଆଇଟି ଆରର ନିର୍ଦ୍ଦେଶକ ଡ଼.ବିନୟ କୁମାର ଦାସଙ୍କୁ ପଚାରିବାରୁ ଜଣାପଡ଼ିଥିଲା ଏହା ଏକ ସୁପରସୋନିକ ଏୟାରକ୍ରାଫ୍ଟ୍। ଏହା ଯେତେବେଳେ ବାୟୁମଣ୍ଡଳ ମଧ୍ୟରେ ପ୍ରବେଶ କରେ ସେତେବେଳେ ଏହି ଶବ୍ଦ ହୁଏ। ଏହା ଫଳରେ କାହାର କିଛି କ୍ଷତିହେବ ନାହିଁ । ଏହା ଆହୁରି ୮ଦିନ ଚାଲିବ। କଲାଇ କୁଣ୍ଡାରୁ ଏହି ପରୀକ୍ଷଣ ହେଉଅଛି। ବାଲେଶ୍ବରବାସୀ ଏଥିରେ ଭୟଭୀତ ହେବାର ନାହିଁ।