ଚଳିତବର୍ଷ ବୁଲେଟ୍ ଟ୍ରେନରେ ଯାତ୍ରା କରିପାରିବେ ଲୋକେ ! ତାରିଖ ଧାର୍ଯ୍ୟ କଲେ ରେଳମନ୍ତ୍ରୀ

Published By : Prameya-News7 Bureau | June 06, 2022 IST

ସୁରଟ ୬।୬: ଚଳିତବର୍ଷ ଶେଷ ସୁଦ୍ଧା ବୁଲେଟ୍ ଟ୍ରେନ୍‌ରେ ଯାତ୍ରା କରିପାରିବେ ଲୋକେ। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ରେଳ ରାଜ୍ୟମନ୍ତ୍ରୀ ଦର୍ଶନା ଜର୍ଦୋଶ ଏହି ଆଶାବ୍ୟକ୍ତ କରିଛନ୍ତି। ଉଭୟ ଗୁଜରାଟ ଗସ୍ତ କରି ସୁରଟରେ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିବା ପରେ ଏହି ଆଶାପୋଷଣ କରିଛନ୍ତି। ଚଳିତବର୍ଷ ଶେଷ ଆଡକୁ ଗୁଜରାଟ ବିଧାନସଭା ନିର୍ବାଚନ। ରାଜ୍ୟକୁ ବୁଲେଟ୍ ଟ୍ରେନ୍‌ ଉପହାର ଦେବା ଲାଗି ଏବେ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ହେଉଛି। ଏଥିରୁ ବର୍ଷ ଶେଷ ସୁଦ୍ଧା ଗୁଜରାଟ ଲୋକେ ବୁଲେଟ୍ ଟ୍ରେନ ଯାତ୍ରା କରିପାରୁଥିବେ ବୋଲି ଉଭୟ କେନ୍ଦ୍ରମନ୍ତ୍ରୀ ଆଶାପୋଷଣ କରିଛନ୍ତି।

ଅହମ୍ମଦାବାଦ-ମୁମ୍ବାଇ ମଧ୍ୟରେ ବୁଲେଟ୍ ଟ୍ରେନ ପ୍ରକଳ୍ପର କାମ ଜୋରଦାର କରାଯାଇଛି। କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ରେଳ ରାଜ୍ୟମନ୍ତ୍ରୀ ଦର୍ଶନା ଜର୍ଦୋଶ ଅଧିକାରୀ ଟିମ୍‌ଙ୍କ ସହିତ ସୁରଟରୁ ନବସାରୀ ପର୍ଯ୍ୟନ୍ତ ବୁଲେଟ୍ ଟ୍ରେନ ପ୍ରକଳ୍ପ ଲାଇନର ସମୀକ୍ଷା କରିଛନ୍ତି। ମୁମ୍ବାଇ-ଅହମ୍ମଦାବାଦ ୫୦୮ କିଲୋମିଟର ଦୀର୍ଘ ରେଳଲାଇନରେ ମହାରାଷ୍ଟ୍ର ପଟରୁ କାମ ଧିମା  ପଡିଛି। ଭୂ-ଅଧିଗ୍ରହଣରେ ବିଳମ୍ବ ଓ ସ୍ଥାନୀୟ ରାଜନୀତି ବୁଲେଟ୍ ଟ୍ରେନ ପ୍ରକଳ୍ପକୁ ପ୍ରଭାବିତ କରିଛି। ଏଣୁ ସରକାର ଗୁଜରାଟ ସଂଭାଗର କାମ ଏବେ ତ୍ୱରିତ ଶେଷ କରିବାକୁ ଚାହୁଁଛନ୍ତି।

{"id":639390,"sizeSlug":"full","linkDestination":"none"}

କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ କୁମାର ବୈଷ୍ଣବଙ୍କ ଅନୁସାରେ ଯେ କୌଣସି ପରିସ୍ଥିତିରେ ୨୦୨୬ ସୁଦ୍ଧାବୁଲେଟ ଟ୍ରେନ ପ୍ରୋଜେକ୍ଟ  ଟ୍ରାୟଲ ଆରମ୍ଭ ହେବ। ଏହା ପରେ ବୁଲେଟ୍ ଟ୍ରେନ୍‌ ଯାତ୍ରୀଙ୍କ ଲାଗି ଧାରଣାରେ ଦୌଡିବାରେ ଲାଗିବ। ତେବେ ପ୍ରାରମ୍ଭିକ ପର୍ଯ୍ୟାୟରେ ସୁରଟ-ବିଲିମୋରା ୪୮ କିଲୋମିଟର ରାସ୍ତାରେ ବୁଲେଟ୍ ଟ୍ରେନ୍ ଟ୍ରାୟଲ ଆରମ୍ଭ ହେବ। ପାଖାପାଖି  ଦେଢ ଲକ୍ଷ କୋଟି ଟଙ୍କାର ଏହି ପ୍ରକଳ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡ୍ରିମ ପ୍ରୋଜେକ୍ଟ। ଏଣୁ ରେଳବାଇ ଏବେ ପ୍ରକଳ୍ପ ଉପରେ ସମ୍ପୂର୍ଣ୍ଣ ଫୋକସ କରୁଛି।

୫୦୮ କିଲୋମିଟର ଦୀର୍ଘ ଏହି ବୁଲେଟ୍ ଟ୍ରେନ ପ୍ରକଳ୍ପର ୯୧ ପ୍ରତିଶତ ଏଲିଭେଟେଡ ବାକି ୪ କିଲୋମିଟର ଭୂମି ଉପରେ ଯାଉଥିବା ବେଳେ ପ୍ରକଳ୍ପର ୭ କିଲୋମିଟର ଗୁଜରାଟରେ ସମୁଦ୍ର ମଧ୍ୟ ଦେଇ ଯିବ। ଏଥିରେ ମୋଟ ୧୨ଟି ଷ୍ଟେସନ ରହିବାକୁ ଥିବା ବେଳେ ଗୁଜରାଟରେ ୮ ଓ ମହାରାଷ୍ଟ୍ରରେ ୪ଟି ଷ୍ଟେସନ ପଡୁଛି। ଏଣୁ ଗୁଜରାଟରେ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଏବେ ବୁଲେଟ୍ ଟ୍ରେନ ପ୍ରକଳ୍ପ ଉପରେ ଗୁରୁତ୍ୱ ଦେଉଛନ୍ତି।

{"id":639393,"width":838,"height":409,"sizeSlug":"full","linkDestination":"none"}

କାରଣ ଚଳିତବର୍ଷ ଶେଷ ଆଡକୁ ଗୁଜରାଟରେ ବିଧାନସଭା ନିର୍ବାଚନ। ଏହି ପ୍ରକଳ୍ପକୁ ଏବେ ଗୁଜରାଟ ଲାଗି ଉପହାର ବୁଝା ଯାଉଛି। ଏଣୁ ଗୁଜରାଟ ଭାଗରେ ଷ୍ଟେସନମାନଙ୍କ ମଧ୍ୟରେ ପ୍ରକଳ୍ପ ଚୂଡ଼ାନ୍ତ କରି ଚଳିତ ବର୍ଷ ଶେଷ ସୁଦ୍ଧା ଯାତ୍ରୀଙ୍କ ନିମନ୍ତେ ଉପଲବ୍ଧ କରିବା ଲାଗି କେନ୍ଦ୍ର ରେଳମନ୍ତ୍ରାଳୟ ଜୋର ଦେଉଛନ୍ତି। ଏଣୁ ବର୍ଷ ଶେଷ ବେଳକୁ ଭାରତରେ ଲୋକେ ବୁଲେଟ୍ ଟ୍ରେନ ଯାତ୍ରା କରିପାରିବେ ବୋଲି ଏବେ ଆଶା କରାଯାଉଛି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.