ନୂଆଦିଲ୍ଲୀ ୧୭।୪: ଦେଶର ଯେଉଁ ଜିଲ୍ଲାମାନଙ୍କରେ କୋଭିଡର ପ୍ରକୋପ ଅଧିକ ଥିଲା ସେଠାରେ ସୁନା ପ୍ରତି ଲୋକଙ୍କ ଆକର୍ଷଣ ପୂର୍ବାପେକ୍ଷା ଅଧିକ ବଢିଯାଇଛି। ଇଣ୍ଟରନ୍ୟାସନାଲ ରିଭ୍ୟୁ ଅଫ ଇକନୋମିକ୍ସ ଆଣ୍ଡ ଫାଇନାନ୍ସର ଏକ ଅଧ୍ୟୟନ ଆଧାରରେ ଟାଇମସ୍ ଅଫ ଇଣ୍ଡିଆର ଏକ ରିପୋର୍ଟରେ ଏହା କୁହାଯାଇଛି। ରିପୋର୍ଟ ଅନୁସାରେ କୋଭିଡ ପ୍ରକୋପ କରିଥିବା ଜିଲ୍ଲାମାନଙ୍କର ଲୋକେ ଅନ୍ୟ ଜିଲ୍ଲା ଅପେକ୍ଷା ଏବେ ଅଧିକ ସୁନା କିଣୁଛନ୍ତି।
ପ୍ରତି ୧ ହଜାର ଜନସଂଖ୍ୟାରେ ସବୁଠୁ ଅଧିକ କୋଭିଡ କେସ୍ର ଟପ୍-ଥାର୍ଡ ଜିଲ୍ଲାରେ ଏହା ଦେଖା ଯାଇଛି ଯେ ହାଉସହୋଲ୍ଡ ସେଭିଂରେ ସୁନାର ଭାଗିଦାରୀ ସବୁଠୁ ଅଧିକ ରହିଛି। ଅଧ୍ୟୟନ ଅନୁସାରେ ଅନ୍ୟ ଜିଲ୍ଲା ତୁଳନାରେ ଅଧିକ କୋଭିଡ କେସ୍ ଥିବା ଟପ ଥାର୍ଡ ଜିଲ୍ଲା (ସିଭିଡି ଡିଷ୍ଟ୍ରିକ୍ଟସ୍)ର ହାଉସ ହୋଲ୍ଡ ସେଭିଂସରେ ସୁନାର ଅଂଶିଦାରୀ ୬.୯ ପ୍ରତିଶତ ପଏଣ୍ଟ ଅଧିକ। ଏପରି ଜିଲ୍ଲାମାନଙ୍କର ଗରିବ ପାରିବାର ମଧ୍ୟ ସୁନା କିଣୁଛନ୍ତି। ସିଭିଡି ଡିଷ୍ଟ୍ରିକ୍ଟର ଗରିବ ପରିବାରମାନଙ୍କରେ ସୁନା ଆଲୋକେସନ ୭.୩ ପର୍ସେଣ୍ଟେଜ ପଏଣ୍ଟ ରହିଛି, ଯାହା ସେହି ଜିଲ୍ଲାର ଧନୀ ପରିବାରଙ୍କ ସୁନା କ୍ରୟର ୫.୪ପର୍ସେଣ୍ଟେଜ ପଏଣ୍ଟ ଠାରୁ ମଧ୍ୟ ଅଧିକ।
ଅଧ୍ୟୟନରୁ ଜଣାପଡିଛି ଯେ ନନ୍ ସିଭିଡି ଡିଷ୍ଟ୍ରିକ୍ଟ ତୁଳନାରେ ସିଭିଡି ଡିଷ୍ଟ୍ରିକ୍ଟର ପରିବାରମାନେ ସୁନାରେ ୩,୮୯୮ ଟଙ୍କାରୁ ଅଧିକ ନିବେଶ କରିଛନ୍ତି। ଅନ୍ୟପଟେ ଫାଇନାନସିଆଲ ଆସେଟ୍ ଓ ଅନ୍ୟ ଆସେଟରେ ଏହାର ଅଂଶିଦାରୀ ବହୁତ କମ୍। ଫାଇନାନସିଆଲ ଆସେଟ୍ ଓ ଅନ୍ୟ ଆସେଟ୍ ରେ ନନ୍ ସିଭିଡି ଡିଷ୍ଟ୍ରିକ୍ଟ ତୁଳନାରେ ସିଭିଡି ଡିଷ୍ଟ୍ରିକ୍ ପରିବାରମାନେ ଯଥାକ୍ରମେ ୧୧,୪୬୬ ଓ ୩,୪୭୮ ଟଙ୍କା କମ୍ ନିବେଶ କରିଛନ୍ତି।
ଏହି ଅଧ୍ୟୟନରୁ ଏହା ଜଣାପଡିଛି ଯେ କୋଭିଡର ଅଧିକ ପ୍ରକୋପ ସହିଥିବା ଲୋକେ ଏବେ ସୁନାକୁ ସୁରକ୍ଷିତ ନିବେଶ ରୂପେ ଦେଖୁଛନ୍ତି। ଦେଶରେ କୋଭିଡ ମହାମାରୀ ଲୋକଙ୍କ ଉପରେ ସ୍ୱାସ୍ଥ୍ୟ ସହିତ ଆର୍ଥିକ ରୂପେ ମଧ୍ୟ ଆକ୍ରମଣ କରିଥିଲା। ଏହି କାରଣରୁ ମହାମାରୀ ଯୋଗୁ ଲୋକଙ୍କ ଖର୍ଚ୍ଚ, ସଞ୍ଚୟ ଓ ନିବେଶ କରିବାର ଶୈଳୀ ଉପରେ ବ୍ୟାପକ ପ୍ରଭାବ ପକାଇଛି। ଏହି କାରଣରୁ ଯେଉଁ ଅଞ୍ଚଳରେ କୋଭିଡ ଅଧିକ ପ୍ରକୋପ କରିଥିଲା ସେହି ଅଞ୍ଚଳର ଲୋକଙ୍କ ଭରସା ସୁନା ଉପରେ ଅଧିକ ବଢି ଯାଇଛି। ସେହି ଅଞ୍ଚଳର ଗରିବ ପରିବାରଙ୍କର ମଧ୍ୟ ସୁନା ଉପରେ ଭରସା ବଢିଛି। କାରଣ ମହାମାରୀ ସେମାନଙ୍କୁ ଆର୍ଥିକ ରୂପେ ଅଧିକ ପ୍ରଭାବିତ କରିଥିଲା।