ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ମହିଳା ଉଦ୍ୟୋଗୀଙ୍କ ପାଇଁ ହେବ ଶିଳ୍ପ ପାର୍କ, ମେକ୍‌ ଇନ୍‌ ଓଡିଶା କନ୍‌କ୍ଲେଭ୍‌ରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
  • ||
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

ମୁଁ ସ୍ୱାଧିନତା ଚାହୁଁନି, ସାର୍ଥକ ସ୍ୱାୟତତା ଓ ତିବ୍ବତୀୟ ବୌଦ୍ଧ ସଂସ୍କୃତିର ସଂରକ୍ଷଣ ଚାହୁଁଛି ବୋଲି ଚୀନ ଲୋକେ ଜାଣିଲେଣି: ଦଲାଇ ଲାମା

14/07/2022 at 5:56 PM

ନୂଆଦିଲ୍ଲୀ: ଜୁଲାଇ ୬ ତାରିଖରେ ତିବ୍ବତ ଧର୍ମଗୁରୁ ଦଲାଇଲାମା ଜନ୍ମଦିନ ଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦଲାଇ ଲାମାଙ୍କୁ ଫୋନ୍ କରି ଜନ୍ମଦିନରେ ବଧେଇ ଜଣାଇଥିଲେ। ମୋଦୀଙ୍କ ଫୋନ୍‌ ଚୀନକୁ ବାଧି ଯାଇଥିଲା।

ଆଉ ଏବେ ଗୁରୁବାର(ଜୁଲାଇ ୧୪)ଦଲାଇ ଲାମା ଚୀନକୁ ଏକ ନୂଆ ବୟାନ ଜାରି କରିଛନ୍ତି। ସେ କହିଛନ୍ତି ଯେ ଚୀନର ଅଧିକାଂଶ ଲୋକ ଏବେ ଅନୁଭବ କରିବା ଆରମ୍ଭ କଲେଣି ଯେ ମୁଁ ସ୍ୱାଧୀନତା ଚାହୁଁ ନାହିଁ ବରଂ ସାର୍ଥକ ସ୍ୱାୟତତା ଓ ତିବ୍ବତୀୟ ବୌଦ୍ଧ ସଂସ୍କୃତିର ସଂରକ୍ଷଣ ଚାହୁଁଛି।

ଆଲୋଚନା ମାଧ୍ୟମରେ ସମାଧାନ କରିବାକୁ ଗୁରୁତ୍ୱ ଦେଇ ଦଲାଇ ଲାମା କହିଛନ୍ତି ଯେ ସବୁ ମଣିଷ ସମାନ। ସେମାନେ ମୋ ଦେଶ ମୋ ଆଦର୍ଶ ସଂକୀର୍ଣ୍ଣ ମାନସିକତା ଠାରୁ ଉପରକୁ ଉଠିବାକୁ ଚାହାନ୍ତି। କାରଣ ଏଭଳି ମାନସିକତା ହିଁ ଲୋକମାନଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଝଗଡ଼ାର ମୂଳକାରଣ ବୋଲି ଦଲାଇ ଲାମ କହିଛନ୍ତି।

ସେହିପରି ତାଙ୍କ ଗସ୍ତକୁ ଚୀନର ବିରୋଧ ବିଷୟରେ ପ୍ରଶ୍ନ କରିବାର ସେ ରିପୋର୍ଟରମାନଙ୍କୁ କହିଛନ୍ତି “ ଏହା ସାଧାଣ କଥା। ଚୀନ ଲୋକ ଏହାକୁ ବିରୋଧ କରୁ ନାହାନ୍ତି। ଅଧିକାଂଶ ଚାଇନିଜ୍ ତିବ୍ବତୀୟ ବୌଦ୍ଧ ଧର୍ମରେ ରୁଚି ଦେଖାଉଛନ୍ତି। ତିବ୍ବତୀୟ ବୌଦ୍ଧ ସଂସ୍କୃତି ବିଜ୍ଞାନ ସମ୍ମତ ବୋଲି ସେଠାକାର କିଛି ଜ୍ଞାନୀ ଲୋକ ଅନୁଭବ ବି କଲେଣି। ବର୍ତ୍ତମାନ ଦୁନିଆ ପରିବର୍ତ୍ତନ ହେଲାଣି।”

ସୂଚନା ଥାଉକି, ଦଲାଇ ଲାମାଙ୍କ ପ୍ରକୃତ ନାଁ ହେଉଛି ତେନ୍ଞ୍ଜିନ ଗ୍ୟାସ୍ତୋ। ୧୯୮୯ରେ ତାଙ୍କୁ ନୋବେଲ୍‌ ପୁରସ୍କାରରେ ସମ୍ମାନିତ କରାଯାଇଛି। ତିବ୍ବତର ସ୍ୱାଧୀନତା ପାଇଁ ସେ ସାରା ବିଶ୍ୱରେ ସ୍ୱର ଉତ୍ତୋଳନ କରୁଛନ୍ତି।

   Related Posts