ଲୋକେ ଭଡାରେ ଦେଉଛନ୍ତି ଫେସବୁକ ଆକାଉଣ୍ଟ ; ମିଳୁଛି ୩୫ ହଜାର ଟଙ୍କା ସହ ଲାପଟପ

Published By : Prameya-News7 Bureau | January 21, 2019 IST

ଏକ ସୂତ୍ରରୁ ଜଣାପଡିଛି ଯେ, କିଛି ଲୋକେ ନିଜ ଫେସବୁକ ଆକାଉଣ୍ଟ ଭଡାରେ ଦେଇ ବଦଳରେ ଟଙ୍କା କିମ୍ବା ଫ୍ରି ଲାପଟପ ଭଳି ସୁବିଧା ନେଉଛନ୍ତି | ଏଭଳି କରିବା ଦ୍ୱାରା ବ୍ୟକ୍ତିଗତ ଏବଂ ସ୍ୱେକ୍ୟୁରିଟି ନେଇ ସମସ୍ୟା ଉପୁଜିପାରେ ଏବଂ ଲୋକଙ୍କ ଆକାଉଣ୍ଟ ମଧ୍ୟ ବ୍ଲକ ହୋଇପାରେ | ଇଣ୍ଟରନେଟ ମାର୍କେଟିଙ୍ଗ କରୁଥିବା କିଛି କମ୍ପାନୀ ଏହି କାମରେ ସାମିଲ ଥିବ ଜଣାପଡିଛି |


buzzfeednews.com ର ରିପୋର୍ଟ ଅନୁଯାୟୀ, ଯେଉଁ ସବୁ କମ୍ପାନୀଗୁଡିକୁ ଫେସବୁକ ବିଜ୍ଞାପନ ଚଳାଇବା ପାଇଁ ବ୍ୟାନ କରିଦେଇଛି ସେହି କମ୍ପାନୀଗୁଡିକ ସାଧାରଣ ଲୋକଙ୍କୁ ଟଙ୍କା ଦେଇ ଭଡାରେ ତାଙ୍କ ଆକାଉଣ୍ଟ ବ୍ୟବହାର କରୁଛନ୍ତି | ରିପୋର୍ଟ ଦାବି କରିଛି ଯେ, ଏହି ଉଦାହରଣ ଏହା ପ୍ରମାଣିତ ହେଉଛି ଯେ, ଫେସବୁକର ବିଜ୍ଞାପନ ପ୍ଲାଟଫର୍ମ ଷ୍ଟେଟସର କିଭଳି ଦୁରୁପଯୋଗ କରାଯାଇପାରେ |

{"id":76688,"width":584,"height":418}


ଭଡା ଆକାଉଣ୍ଟରୁ ତୁରନ୍ତ ବିଜ୍ଞାପନ ଚଳାଯାଇଥାଏ ଏବଂ ଯେତେବେଳେ ଫେସବୁକ ସେହିସବୁ ଆକାଉଣ୍ଟକୁ ବନ୍ଦ କରିଥାଏ, ସେତେବେଳେ ଏହିଭଳି ଅନ୍ୟ ଆକାଉଣ୍ଟରୁ ବିଜ୍ଞାପନ ଚଲା ଯାଇଥାଏ | ଭଡା ଆକାଉଣ୍ଟରେ ଜଣେ ବ୍ୟକ୍ତି ତୁରନ୍ତ ଏକ ପେଜ ତିଆରି କରିଥାଏ ଏବଂ ବିଜ୍ଞାପନ ଦେବା ଆରମ୍ଭ କରିଦେଇଥାଏ |


ଆକାଉଣ୍ଟ ଭଡାରେ ଦେବା ବଦଳରେ ୟୁଜର୍ସଙ୍କୁ ମାସକୁ ୩୫ ହଜାର ଟଙ୍କା ଦିଆଯାଉଥିବା ଦାବି କରାଯାଉଛି | ବିଜ୍ଞାପନ ଦେଉଥିବା କମ୍ପାନୀ ଏଭଳି ୟୁଜର୍ସଙ୍କୁ ଲାପଟପ ମଧ୍ୟ ଦେଇଥାନ୍ତି | ସେହି ଲାପଟପରେ ପୂର୍ବରୁ ହିଁ ଏକ ସଫ୍ଟୱେୟାର ଇନଷ୍ଟଲ ହୋଇ ରହିଥାଏ | ଏହି ସଫ୍ଟୱେୟାର ଜରିଆରେ ୟୁଜର୍ସଙ୍କୁ ଆକାଉଣ୍ଟ ମାଧ୍ୟମରେ ବିଜ୍ଞାପନ ଆରମ୍ଭ କରାଯାଇଥାଏ |

{"id":76689,"width":587,"height":391}


ରିପୋର୍ଟ ଅନୁସାରେ, ଫେସବୁକ ପ୍ରଡକ୍ଟ ମ୍ୟାନେଜର ରବ ଲିଦର୍ଣ୍ଣ କହିଛନ୍ତି ଯେ, ଫେସବୁକ ପାଖରେ ଏହି ମାମଲାର ଜାନକାରୀ ଅଛି | ଗତ ୨ ବର୍ଷ ହେଲା ଆକାଉଣ୍ଟ ଭଡା ନେଇ ଚଳାଉଥିବା ଅଭିଯୋଗରେ କମ୍ପାନୀ ବିରୋଧରେ ମୁକଦ୍ଦମା କରୁଛି | ଏହିଭଳି ଆକାଉଣ୍ଟ ବିଷୟରେ ଜାଣିବା ପରେ ଫେସବୁକ ସେହି ଆକାଉଣ୍ଟକୁ ବନ୍ଦ କରିଦେଇଥାଏ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.