ହାତୀ ଉପଦ୍ରବ କ୍ଷତି ପୂରଣ ଦାବିରେ ରେଞ୍ଜ ଅଫିସ୍ ଘେରାଓ

Published By : Prameya-News7 Bureau | September 22, 2021 IST

ଆଠମଲ୍ଲିକ ୨୨।୯: ଆଠମଲ୍ଲିକ ବନଖଣ୍ଡ ଅନ୍ତର୍ଗତ ବାମୁର ରେଞ୍ଜରେ ଦିନକୁ ଦିନ ହାତୀ ଓ ବନ୍ୟଜନ୍ତୁଙ୍କର ଉପଦ୍ରବ ବୃଦ୍ଧି ପାଇବାରେ ଲାଗିଛି । ଲୋକେ ନିଜ ଫସଲକୁ ହାତୀ ଓ ବନ୍ୟଜନ୍ତୁଠାରୁ ରକ୍ଷା କରିବା ପାଇଁ ବିଭାଗକୁ ଜଣାଇଲେ ବି ସୁଫଳ କିଛି ହେଉନାହିଁ ।  ଗାଁ ମୁହାଁ ହାତୀପଲଙ୍କର ଉପଦ୍ରବ ଅସହ୍ୟ ହେଲାଣି । ଫସଲ ନଷ୍ଟର କ୍ଷତିପୂରଣ ପାଇଁ ଲୋକେ ରେଞ୍ଜ ଅଫିସ୍ ଘେରାଓ କରିଛନ୍ତି । ବନ୍ୟଜନ୍ତୁଙ୍କ ପାଇଁ କ୍ଷତି ହେଇଥିବା ଲୋକଙ୍କୁ ସାତ ଦିନରେ କ୍ଷତିପୂରଣ ଦେବା । ଅଞ୍ଚଳର ବେକାର ଯୁବକମାନକୁ ହାତୀ ଓ ବନ୍ୟଜନ୍ତୁ ଘଉଡ଼ାଇ କାମରେ ନିଯୁକ୍ତ ଦିଆଯିବାର ଏକ ଦାବି ପତ୍ର ଦେବା ପରେ ବିକ୍ଷୋଭ ଶେଷ କରିଥିଲେ ଅଞ୍ଚଳର ଚାଷୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.