ସାବଧାନ! ଆସୁଛନ୍ତି, ଲୁଟୁଛନ୍ତି ଆଉ ମୁହୁର୍ତ୍ତକ ମଧ୍ୟରେ ଉଭାନ ହେଇଯାଉଛନ୍ତି
17/06/2019 at 8:35 PM

ଭୁବନେଶ୍ବର୧୭|୬: ଆସୁଛନ୍ତି ଲୁଟୁଛନ୍ତି ଆଉ ମୁହୁର୍ତ୍ତକ ମଧ୍ୟରେ ଉଭାନ ହେଇଯାଉଛନ୍ତି । ଯାହାକୁ ଧରିବା ପାଇଁ ନାକେଦମ ହୋଇସାରିଲାଣି କମିସନରେଟ ପୋଲିସ । ହେଲେ ଏବେ ସୁଦ୍ଧା କାହାରିକୁ ଧରିବାରେ ସଫଳ ହୋଇ ପାରିନାହିଁ କମିସନରେଟ ପୋଲିସ
ଲୁଟ ଆଉ ଲୁଟ । ରାଜଧାନୀରେ ଯୁଆଡେ ଶୁଣିବ ସିଆଡେ ଲୁଟର ଖବର । କେଉଁଠି ମହିଳାଙ୍କ ବେକରୁ ଗହଣା ଲୁଟ ତ ଆଉ କେଉଁଠି କାର ଆଉ ଟଙ୍କା ଲୁଟ । ଗତ ଦଶଦିନ ମଧ୍ୟରେ ରାଜଧାନୀରେ ବିଭିନ୍ନ ସ୍ଥାନରେ ଲୁଟ ଘଟଣାରେ ପୋଲିସକୁ ଦିଗହରା କରାଇଦେଇଛି । ଗତ ଶନିବାର ରାତିରେ ଜାଗମରା ରାସ୍ତାରେ ଜଣେ ପରିବାରଙ୍କ ଠାରୁ ସବୁକିଛି ଲୁଟି ନେଇଛନ୍ତି ଲୁଟେରା ।
ସେହିଭଳି କ୍ୟାପିଟାଲ ଥାନା ଅଧିନରେ ଥିବା ରାଜମହଲ ଓ ମାର୍କେଟ ବିଲଡିଂ ଅଞ୍ଚଳରୁ ମହିଳା ମାନଙ୍କ ନିକଟରୁ ଗହଣା ଲୁଟିଛନ୍ତି ଲୁଟେରା । ଆଉ ଖଣ୍ଡଗିରି , ନୟାପଲ୍ଲୀ କାର ଲୁଟ ଘଟଣାରେ ପୋଲିସ ଏବେପୋଲିସ ଅନ୍ଧାରରେ । ପୋଲିସର କହିବା କଥା ପାହାଳ ଥାନା ଅଧିନରେ ହୋଇଥିବା ଟଙ୍କା ଲୁଟ ଓ କାର ଲୁଟ ଘଟଣାର ଅଭିଯୁକ୍ତ ମାନେ ଗୋଟିଏ ଗ୍ୟାଙ୍ଗର ।
ଧଳା ରଙ୍ଗର କାରଟିରେ ଲୁଟେରା ମାନେ ନିଆଳି ବ୍ୟାଙ୍କରୁ ଆସୁଥିବା ୩୫ ଲକ୍ଷ ଟଙ୍କା ଲୁଟ ଘଟଣାରେ ବ୍ୟବହାର କରିଥିଲେ । ଆଉ ସମାନ ଷ୍ଟାଇଲରେ ବୌଦ୍ଧ ଅଞ୍ଛଳରୁ ଗତ କିଛିଦିନ ତଳେ ହୋଇଥିବା ଦାମି କାର ଲୁଟ ଘଟଣାରେ ଏହି ଗ୍ୟଙ୍ଗର ହାତ ଥିବା ସନ୍ଦେହ କରୁଛି ପୋଲିସ ।
ରାଜ୍ୟର ଆଉ କେଉଁ କେଉଁ ସ୍ଥାନରେ ଏହିଭଳି ଲୁଟ ହୋଇଛି ସେ ସବୁ ବିଷୟରେ ଛାନଭିନ କରୁଛି କମିସନରେଟ ପୋଲିସ । ଅପରାଧି ଯିଏବି ହେଇଥାଉ , ପୋଲିସ ହାତରେ ନିଶ୍ଚିତ ଦିନେ ନା ଦିନେ ଧରା ପଡିବ ବୋଲି କହିଛନ୍ତି ଡିସିପି ।