ଭୁବନେଶ୍ବରରେ ପାର୍କ ଯିବାକୁ ଡର ଯେତିକି, ଲାଜ ସେତିକି : ଯୁବପୀଢିଙ୍କ ଉପରେ ନାହିଁ ଅଙ୍କୁଶ, ଚିତ୍ର ଅସଞ୍ଜତ

Published By : Prameya-News7 Bureau | March 06, 2020 IST

ଭୁବନେଶ୍ବର ୦୬।୦୩: ସକାଳ ଓ ସଂଧ୍ୟା ସମୟରେ ଭୁବନେଶ୍ବରବାସୀଙ୍କ ପାଇଁ ସହରରେ ଥିବା ବିଭିନ୍ନ ପାର୍କରେ ଭିନ୍ନ ଭିନ୍ନ ପ୍ରକାରର ବ୍ୟବସ୍ଥା ରହିଛି । ପାର୍କରେ ଯୋଗ କରିବା , ରାଉଣ୍ଡ ଓ୍ବାର୍କ, ମୁକ୍ତାକଶ ବ୍ୟାୟମଶାଳ ଭଳି ବିଭିନ୍ନ ପ୍ରକାରର ଆୟୋଜନ କରାଯାଇଛି । କିନ୍ତୁ ସହରବାସୀ ଏବେ ପାର୍କକୁ ଯିବା ପାଇଁ ଅନିଚ୍ଛା ପ୍ରକାଶ କରୁଛନ୍ତି । କାରଣ ସହରରେ ଥିବା ପାର୍କରେ ଯୁବକ ଓ ଯୁବତୀମାନେ ଅସଂଯତ ଅବସ୍ଥାରେ ବସୁଥିବାରେ ସହରବାସୀ ପରିବାର ସହ ପାର୍କକୁ ଯିବା ପାଇଁ ମନଉଣା କରୁଛନ୍ତି ।

ଭୁବନେଶ୍ବର ମଧ୍ୟରେ ଥିବା ଏକ ପାର୍କ ଭିତରେ ଏପରି ଘଟଣା ଦେଖିବାକୁ ମିଳୁଛି । ଖଣ୍ଡଗିରି କିଛି ଦୂରରେ ଏହି ପାର୍କ ରହିଛି । ପାର୍କରେ  ଯୁବକ ଓ ଯୁବତୀମାନ ଗହଳି ଲାଗିଯାଉଛି  । ଉଭୟଙ୍କ ଯୁବକ ଓ ଯୁବତୀ ପାର୍କରେ ଏମିତି ବସୁଛନ୍ତି , ଯେପରି ସେ ସର୍ବସାଧାରଣ ସ୍ଥାନରେ ବସୁନାହାନ୍ତି , ନିଜ ବେଡ୍‌ରୁମ୍‌ରେ ବସିବା ଭଳି ବସୁଛନ୍ତି । ଯାହାକୁ ନେଇ ପାର୍କକୁ ଆସୁଥିବା ଲୋକ ବିରକ୍ତି ଭାବ ପ୍ରକାଶ କରୁଛନ୍ତି । ତେବେ ପାର୍କରେ ଉପସ୍ଥିତ ଥିବା ସୁରକ୍ଷାକର୍ମୀ ମଧ୍ୟ ସବୁକିଛି ଦେଖି ନଦେଖିଲା ପରି ଆଚରଣ କରୁଛନ୍ତି । ପାର୍କରେ ସୁରକ୍ଷାକୁ ଧ୍ୟାନ ରଖାଯାଇ ସୁରକ୍ଷାକର୍ମୀ ନିୟୋଜିତ ଅଛନ୍ତି । କିନ୍ତୁ ସେମାନେ ଏଭଳି ଘଟଣା ନିତିଦିନିଆ ସମସ୍ୟା ଭାବନେଇ ଆଖିବନ୍ଦ କରିଦେଉଛନ୍ତି ।

ରାଜଧାନୀର କିଛି ହାତଗଣତି ବଡ ପାର୍କ ମଧ୍ୟରେ ମଧୂସୂଦନ ପାର୍କ ଅନ୍ୟତମ । ଏଠାରେ ପରିବାର ଲୋକ  ଓ ପିଲାଙ୍କ ଖେଳ ପାଇଁ  ସ୍କେଟିଂ ଅଞ୍ଚଳ, ଯୋଗ ମଣ୍ଡପ, ରାଉଣ୍ଡ ଟ୍ରାକ, ମୁକ୍ତାକଶ ବ୍ୟାୟମଶାଳ ଆଦି କରାଯାଇଛି । ପାର୍କକୁ କିପରି ସବୁବର୍ଗର ଲୋକ ଆସିପାରିବେ , ସେଥିପାଇଁ ମଧ୍ୟ ଧ୍ୟାନ ରଖାଯାଇଛି । କିନ୍ତୁ ଏତେ ସବୁ ବ୍ୟବସ୍ଥା ଥାଇ ମଧ୍ୟ ଫଳ ଶୁନ୍‌ । ପାର୍କରେ ପ୍ରେମୀଯୁଗଳଙ୍କ ଆଗମନ କଲେ କୌଣସି ଅସୁବିଧା ହେବ ନାହିଁ , କିନ୍ତୁ ଉଭୟ ଯୁବକ ଓ ଯୁବତୀ ଯେଉଁଭଳି ଭାବରେ ଅସଞ୍ଜତ ଅବସ୍ଥାରେ ବସି ରହୁଛନ୍ତି । ତାହାକୁ ନେଇ ପରିବାର ଲୋକ ନିଜ ପିଲାଛୁଆଙ୍କ ସହ ଆସିବା ପାଇଁ ଅନିଚ୍ଛା ପ୍ରକାଶ କରୁଛନ୍ତି । ମାନସିକ ସନ୍ତୁଳନ ପାଇଁ ଲୋକେ ପାର୍କକୁ ଆସନ୍ତି , କିନ୍ତୁ ଲୋକ ପାର୍କକୁ ଆସିଲେ ସେମାନଙ୍କ ମାନସିକ ସନ୍ତୁଳନ ବିଗିଡିଯାଉଛି ବୋଲି କୁହାଯାଉଛି ।

ତେବେ ପ୍ରେମୀଯୁଗଳଙ୍କ ପାର୍କରେ ଏପରି ଆଚରଣର ଫାଇଦା ନେଉଛନ୍ତି କିଛି ଅସମାଜିକ ଯୁବକ । ପ୍ରେମୀଯୁଗଳଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଉଠାଇ ବ୍ଲାକମେଲ୍‌ କରୁଛନ୍ତି । ଏବଂ ବିଭିନ୍ନ ସମୟରେ ଧମକ ମଧ୍ୟ ଦେଉଛନ୍ତି । ଯାହାକି ଭବିଷ୍ୟତରେ ସେମାନଙ୍କୁ ଅସୁବିଧାର ପକାଇବ ବୋଲି ଆଶଙ୍କା ସୃଷ୍ଟି କରୁଛି । ତେଣୁ ଏସବୁ ଦିଗରେ କର୍ତ୍ତୃପକ୍ଷ ଧ୍ୟାନ ଦେବା ଉଚିତ୍‌ । ଏବଂ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବା ଉଚିତ୍‌ ବୋଲି ସାଧାରଣରେ ଦାବି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.