ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଏବେ ଚିକେନଠୁ ମହଙ୍ଗା ପଣସ କଠା : ଭେଜ୍ ବିରିୟାନୀ ବେଶୀ ପସନ୍ଦ…କାହିଁକି ଏପରି ହେଲା?

11/03/2020 at 5:28 PM

ନୂଆଦିଲ୍ଲୀ ୧୧/୩: କରୋନା ଭାଇରସ୍ ଏବେ ଯାଏଁ ଦେଶବ୍ୟାପି ୪ହଜାର ଲୋକଙ୍କ ଜୀବନ ନେଇ ସାରିଛି। ଭାରତରେ ୫୦ରୁ ଅଧିକ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇଛନ୍ତି। ସମଗ୍ର ଦେଶ​‌ରେ ଏହି ମହାମାରୀ ଭାଇରସକୁ ନେଇ ଆତଙ୍କ ଖେଳିଯାଇଛି। ମଟନ ଏବଂ ଚିକେନ୍ ଖାଇବାରୁ ଲୋକେ ବିରତ ହେଉଛନ୍ତି।

ଲୋକେ ଏବେ ମାଂସାହାରକୁ ଛାଡ଼ି ପନିପରିବା ଖାଇବାରେ ଲାଗିଛନ୍ତି। ପରିବାରେ ତାଙ୍କ ପ୍ରଥମ ପସନ୍ଦ ହୋଇଛି ପଣସ କଠା।

ଏବେ ପଣସ କଠା ଚିକେନଠୁ ବି ବେଶୀ ଦାମରେ ବିକ୍ରି ହେଉଛି। ଚିକେନର ଦାମ୍ ୮୦ଟଙ୍କା କିଲୋ ବିକ୍ରି ହେଉଥିବାବେଳେ ପଣସ କଠାର ଦାମ୍ ୧୨୦ଟଙ୍କା ପ୍ରତି କିଲୋ ବିକ୍ରି ହେଉଛି।

ଏବେ ପ୍ରାୟ ଲୋକେ ପଣସ କଠାର ବିରିୟାନୀ ଖାଉଛନ୍ତି ଏବଂ ଏହାର ବିରିୟାନୀ ମଧ୍ୟ ଲୋକଙ୍କୁ ବହୁତ ସୁଆଦିଆ ଲାଗୁଛି।

ପଣସ କଠାର ସ୍ବାଦ ମାଂସ ଭଳି ଲାଗୁଥିବାରୁ ପ୍ରାୟ ଲୋକେ ପଣସ କଠା କିଣୁଛନ୍ତି।

   Related Posts