ଲୋକେ ମାଂସ ଖାଉଛନ୍ତି ସେଥିପାଇଁ ହିମାଚଳରେ ବାରମ୍ବାର ଆସୁଛି ପ୍ରଳୟ: ଆଇଆଇଟି ନିର୍ଦ୍ଦେଶକଙ୍କ ବୟାନ​‌ରେ ପୁଣି ବଢ଼ିଲା ବିବାଦ

Published By : Prameya-News7 Bureau | September 07, 2023 IST

ନୂଆଦିଲ୍ଲୀ: ଆଇଆଇଟି ମଣ୍ଡୀର ନିର୍ଦ୍ଦେଶକ ଲକ୍ଷ୍ମୀଧର ବେହେରାଙ୍କ ଏକ ବୟାନକୁ ନେଇ ଏବେ ଚର୍ଚ୍ଚା। ପ୍ରକୃତରେ ତାଙ୍କର ଏକ ଭିଡିଓ ଖୁବ୍‌ ଭାଇରାଲ ହେଉଛି। ଯେଉଁ ଭିଡିଓରେ ସେ କହିଛନ୍ତି ‘ହିମାଚଳରେ ପ୍ରଳୟ ମାଂସ ଖାଇବା ଫଳରେ ଆସିଛି । ପଶୁଙ୍କ ଉପରେ ହେଉଥିବା କ୍ରୁରତା ଫଳରେ ହିମାଚଳରେ ବାଦଲ ଫାଟୁଛି।’ ଏହା ସହ ସେ କହିଛନ୍ତି ପିଲାଙ୍କୁ ମାଂସ ନଖାଇବାକୁ ଶପଥ ନେବାକୁ କହିଛନ୍ତି।

ପ୍ରକୃତରେ ହିମାଚଳ ପ୍ରଦେଶରେ ମୌସୁମୀର ତାଣ୍ଡବର ଜାରି ରହିଛି । ପାହାଡ଼ ଧସିବା, ବଡ଼ ବଡ଼ ଅଟ୍ଟାଳିକା କ୍ଷଣିକେ ଭୁଶୁଡ଼ିଯିବାର ଭିଡିଓ ସମସ୍ତଙ୍କୁ ଚକିତ କରିଛି। ଏହି ପ୍ରାକୃତିକ ବିପଦରେ  ୨୩୮ରୁ ଅଧିକ ଲୋକଙ୍କ ପ୍ରାଣ ଗଲାଣି। ତେବେ ଏହି ପ୍ରଳୟ ପରେ ଏବେ ଆଇଆଇଟି ମଣ୍ଡୀର ନିର୍ଦ୍ଦେଶକ ଲକ୍ଷ୍ମୀଧର ବେହେରାଙ୍କ ଏହି ବୟାନକୁ ନେଇ ଚର୍ଚ୍ଚା ହେଉଛି ।

ଆହୁରି ପଢ଼ନ୍ତୁ: ହିମାଚଳ ପ୍ରଦେଶରେ ବର୍ଷା ବିତ୍ପାତ: ୭୦୦ରୁ ଅଧିକ ରାସ୍ତା ବନ୍ଦ, ମୃତ୍ୟୁ ସଂଖ୍ୟା ୨୩୮କୁ ବୃଦ୍ଧି

ଆଇଆଇଟି ଡାଇରେକ୍ଟର ଲକ୍ଷ୍ମୀଧର ବେହେରା କହିଛନ୍ତି ‘‘ଯଦି ଆମେ ପଶୁଙ୍କୁ ମାରିବା ବନ୍ଦ କରିବାନି ତେବେ ହିମାଚଳ ପ୍ରଦେଶର ପତନ ହୋଇଯିବ। କାରଣ ସେହି ପଶୁପକ୍ଷୀଙ୍କ ପରିବେଶ ସହ ସମ୍ପର୍କ ଅଛି। ସେ ସମ୍ପର୍କ ଆପଣଙ୍କୁ ଦେଖାଯାଉନାହିଁ। ପଶୁପକ୍ଷୀଙ୍କୁ ଉପରେ ନିଷ୍ଠୁରତା ଫଳରେ ହିମାଚଳରେ ବାରମ୍ବାର ଭୂମିକମ୍ପ ଏବଂ ବାଦଲ ଫାଟୁଛି। ଲୋକେ ମାଂସ ଖାଉଛନ୍ତି।’

ଲକ୍ଷ୍ମୀଧର ବେହରାଙ୍କ ଏହି ବୟାନର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ ଭଲ ମଣିଷ ହେବାକୁ କ’ଣ କରିବାକୁ ହେବ ତାହା କହିବା ସହ ‘‘କହିଛନ୍ତି ଆପଣଙ୍କୁ ମାଂସ ଖାଇବା ବନ୍ଦ କରିବାକୁ ହେବ। ଏହା ସହ ସେ ଛାତ୍ରଙ୍କୁ ମାଂସ ନଖାଇବାକୁ ଶପଥ ନେବାକୁ କହୁଛନ୍ତି।

ଗତ ବର୍ଷ ମଧ୍ୟ ଲକ୍ଷ୍ମୀଧର ତାଙ୍କର ଏକ ବୟାନକୁ ନେଇ ଚର୍ଚ୍ଚାରେ ଥିଲେ। ସେ କହିଥିଲେ ଯେ ନିଜ ବନ୍ଧୁ ଏବଂ ତାଙ୍କ ପରିବାରଙ୍କୁ ଖରାପ ଆତ୍ମାଙ୍କ ଠାରୁ ବଞ୍ଚାଇଥିଲେ ପବିତ୍ର ମନ୍ତ୍ର ଜାପ କରି। ଆଉ ଏବେ ପୁଣି ଥରେ ସେ ମାଂସ ଖାଇବାକୁ ଦାୟୀ କହି ଚର୍ଚ୍ଚାରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.