କୌଣସି ଗୁଜବକୁ ବିଶ୍ୱାସ କରନ୍ତୁନାହିଁ - ଗଞ୍ଜାମ ଜିଲ୍ଲାପାଳ

Published By : Prameya-News7 Bureau | May 07, 2020 IST

ବ୍ରହ୍ମପୁର ୦୭।୦୫: ସାରା ରାଜ୍ୟରେ କରୋନା ସ୍ଥିତି ଚିନ୍ତାଜନକ ରହିଛି । କରୋନା ସ୍ଥିତିକୁ ଦେଖି ଅନେକ ଜିଲ୍ଲାର ଜିଲ୍ଲାପାଳ ମାନେ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି । ଏହି ପ୍ରରିପେକ୍ଷୀରେ ଗଞ୍ଜାମ ଜିଲ୍ଲାବାସୀଙ୍କୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି । କୌଣସି ଗୁଜବକୁ ବିଶ୍ୱାସ କରନ୍ତୁନାହିଁ  । ଘରୁ ବାହାରିଲେ ମୁହଁରେ ମାସ୍କ ବ୍ୟବହାର କରନ୍ତୁ । ଏବଂ ପ୍ରତ୍ୟେକ ବ୍ୟକ୍ତିଙ୍କ ଠାରୁ ଦୁଇ ମିଟର ଦୂରତା ବଜାର ରଖନ୍ତୁ ।

wp:html /wp:html

ସେହିପରି ଘରେ ଥିବା ବୟସ୍କ ଓ ଶିଶୁଙ୍କ ଦାୟିତ୍ୱ ନିଅନ୍ତୁ । ସାମାଜିକ ଗଣମାଧ୍ୟମରେ କୌଣସି ମିଥ୍ୟା ଖବରକୁ ସେୟାର କରନ୍ତୁ ନାହିଁ । ଗଞ୍ଜାମ ଜିଲ୍ଲାପାଳ ଟ୍ୱିଟ୍‌ କରି ଏହି ସମସ୍ତ କଥା ମାନିବାକୁ ଜିଲ୍ଲାବାସୀଙ୍କୁ ଅନୁରୋଧ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.