ସମବାୟ ସଭାପତି ପ୍ରଦୀପ ବିଶ୍ବାଳ ହତ୍ୟା ଘଟଣାକୁ ମାସେ ପୁରିଲାଣି - ହେଲେ ଗିରଫ ହୋଇନି ଅଭିଯୁକ୍ତ

Published By : Prameya-News7 Bureau | October 21, 2019 IST

ସୁବର୍ଣ୍ଣପୁର ୨୧।୧୦ - ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଖଣ୍ଡହତାର ଯୁବ ବ୍ୟବସାୟୀ ତଥା ସେବା ସମବାୟ ସଭାପତି ପ୍ରଦୀପ ବିଶ୍ବାଳ ହତ୍ୟା ଘଟଣାକୁ ମାସେ ପୁରିଲାଣି । ହେଲେ ଏଯାଏ  ଅଭିଯୁକ୍ତ ଗିରଫ ହୋଇନାହିଁ ।

ହତ୍ୟାକାରୀଙ୍କୁ ଗିରଫ ଦାବିରେ ସେ।ମବାର ମୃତ ପ୍ରଦୀପଙ୍କ ପତ୍ନୀ,ପୁଅ ଓ ସମ୍ପର୍କୀୟମାନେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ପାଖରେ ଫେରାଦ ହୋଇଥିଲେ ।ପ୍ରଦୀପଙ୍କୁ ଯେ।ଜନାବଦ୍ଧ ଭାବେ ହତ୍ୟା କରାଯାଇଛି । ଗତ ସେପ୍ଟେମ୍ବର ମାସ ୧୯ ତାରିଖରେ ଖଣ୍ଡହତାରୁ ମେଡିସିନ ଦୋକାନ ବନ୍ଦ କରିବା ପରେ ଘରକୁ ଫରେି ନଥିଲେ ପ୍ରଦୀପ ।ପରେ  ବିଳମ୍ବିତ ରାତିରେ ଖଣ୍ଡହତାରୁ ପୁଇଁପାନ ରାସ୍ତାରେ ମୃତ ଅବସ୍ତାରେ ପଡିଥିଲେ ପ୍ରଦୀପ । ଘଟଣାକୁ ଏକମାସ ପୁରିଯାଇଥିଲେବି ଏଯାଏଁ ହତ୍ୟାକାରୀମାନଙ୍କୁ ଗିରଫ କରାଯାଇ ନଥିବା ପରିବାର ଲୋକ ଅଭିଯୋଗ । ସେପଟେ ଘଟଣାର ତଦନ୍ତ ଚାଲିଛି ଏବଂ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.