ଆମାଜନ ଇ-କମର୍ସରେ ଛଟେଇ, ଅଫିସରେ କାନ୍ଦୁଛନ୍ତି କର୍ମଚାରୀ, ସୋସିଆଲ ମିଡିଆରେ ପୋଷ୍ଟ ଭାଇରାଲ୍
16/01/2023 at 3:27 PM

ନୂଆଦିଲ୍ଲୀ: ବିଶ୍ବରେ ମାନ୍ଦାବସ୍ଥା ଜାରି ରହିଛି । ଆଇଟି ଠାରୁ ଇ-କମର୍ସ କମ୍ପାନୀ ପର୍ଯ୍ଯନ୍ତ ସବୁଠି ଛଟେଇ ଜାରି ରହିଛି । ଅନଲାଇନ୍ ମାର୍କେଟିଂ କମ୍ପାନୀ ଆମାଜନ ଛଟେଇ କରିବା ପରେ ଅଫିସରେ କର୍ମଚାରୀ କାନ୍ଦୁଛନ୍ତି । ବୈଟମ୍ୟାନ ନାମକ ଜଣେ କର୍ମଚାରୀ ଆମାଜନ ଇଣ୍ଡିଆର ବର୍ତ୍ତମାନର ପରିସ୍ଥିତିକୁ ନେଇ ଏକ ପୋଷ୍ଟ କରିଛନ୍ତି । ଏଥିରେ ସେ ନିଜ ଟିମ୍ର ୭୫ ପ୍ରତିଶତ କର୍ମଚାରୀ ଛଟେଇ ହେବା ପରେ ଅଫିସରେ କାମ କରିବାକୁ କାହା ଠାରୁ ପ୍ରେରଣ ମିଳୁନାହିଁ । କମ୍ପାନୀ କ୍ୟାବିନରୁ ଜଣକ ପରେ ଜଣେ କର୍ମଚାରୀଙ୍କୁ ଛଟେଇ କରାଯାଉଛି । ଫଳରେ ଅଫିସରେ କର୍ମଚାରୀ କାନ୍ଦୁଥିବା ବୋଲି କହିଛନ୍ତି ।
Atmosphere at Amazon India as layoffs take place:
— Corporate Chat India (@anonCorpChatInd) January 13, 2023
“You can hear people breaking down and crying in the office”
"75% of my team is gone, I'm still employeed but don't feel like working anymore”
Link to post on Grapevine: https://t.co/Af6tAtOgLw pic.twitter.com/qqGpKYV2sd
ଆମାଜନ-ଇଣ୍ଡିଆର କର୍ମଚାରୀଙ୍କ ପୋଷ୍ଟର ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। କର୍ମଚାରୀ ଜଣଙ୍କ କମ୍ପାନୀ ଭିତରେ ଲାଗିରହିଥିବା ସମସ୍ୟାକୁ ନେଇ ସୋସିଆଲ୍ ମିଡିଆରେ ପରାମର୍ଶ ମାଗିଛନ୍ତି । ଇଣ୍ଡିଆ ଟୁଡେ ରିପୋର୍ଟ ଅନୁଯାୟୀ, ଆମାଜନ-ଇଣ୍ଡିଆର ଛଟେଇ ପରେ ଗୁରୁଗ୍ରାମ ଓ ବେଙ୍ଗାଲୁରୁରେ ଥିବା ଅଫିସ୍ ବିଶେଷ ଭାବେ ପ୍ରଭାବିତ ହୋଇଛି।
ଗତବର୍ଷ ଆମାଜନ ଇ-କମର୍ସରୁ ବହୁଳ ସଂଖ୍ୟାରେ କର୍ମଚାରୀ ଛଟେଇ ନେଇ ଘୋଷଣା ହୋଇଥିଲା। ୧୮ ହଜାର କର୍ମଚାରୀଙ୍କୁ ଚାକିରିରୁ ବାହାର କରାଯିବ ବୋଲି ଆମାଜନ ସିଇଓ ପ୍ରକାଶ କରିଥିଲେ। ଏହା ଦ୍ବାରା ଅନେକ ଟିମ୍ ପ୍ରଭାବିତ ହେବେ ବୋଲି କୁହାଯାଇଥିଲା ।