ଖାଲ ଖମାରେ ଭର୍ତ୍ତି ଜାତୀୟ ରାଜପଥ, ମାଛ ଧରୁଛନ୍ତି ଲୋକେ

Published By : Prameya-News7 Bureau | August 02, 2024 IST

କରଞ୍ଜିଆ ୦୨/୦୮: ରାସ୍ତା ପାଲଟିଛି ମରଣଯନ୍ତା । ମୟୂରଭଞ୍ଜ ଜିଲ୍ଲା ଯଶିପୁର ଦେଇ ଯାଇଥିବା ୪୯ ନଂ ଜାତୀୟ ରାଜପଥରେ ଅସରାଏ ବର୍ଷା ହେଲେ ଯଶିପୁର ବଜାରରେ ସୃଷ୍ଟି ହୁଏ ପୋଖରିର ଭ୍ରମ । ଦୀର୍ଘ ୨ କିମି ପର୍ଯ୍ୟନ୍ତ ରାସ୍ତା ଖାଲ ଖମାରେ ଭର୍ତ୍ତି ହୋଇଥିବା ହେତୁ ଅନେକ ସମୟରେ ଲୋକେ ଦୁର୍ଘଟଣାରେ ମୃତ୍ୟୁ ମୁଖରେ ପଡିଥାନ୍ତି । 

ହେଲେ ଚଳିତ ବର୍ଷ ଜାତୀୟ ରାଜପଥ ପ୍ରାଧିକରଣ ବିଭାଗ ପକ୍ଷରୁ ରାସ୍ତାର ମରାମତି ନ ହେବାରୁ ଲଗାଣ ବର୍ଷାରେ ଖାଲ ଖମାରେ ପାଣି ଭର୍ତ୍ତି ହୋଇ ସେଠାରେ ଲୋକେ ମାଛ ଧରୁଥିବା ଦୃଶ୍ୟ ଦେଖିବାକୁ ମିଳିଛି । ଯାହାକି ସବୁଠୁ ଆଶ୍ଚର୍ଯ୍ୟ ଜନକ, ଆଗାମୀ ଦିନରେ ରାସ୍ତା ମରାମତି ନ ହେଲେ ଲୋକେ ଦୁର୍ଘଟଣାରେ ପଡ଼ିବା ସହ ଜଳ ଜନ୍ତୁର ମଧ୍ୟ ଶିକାର ହେବେ ଏ କଥାକୁ ଏଡାଇ ଦିଆଯାଇ ନପାରେ ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.