oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୋହନା: ଲଗାଣ ବର୍ଷାରେ ଭୁଶୁଡ଼ିଲା କାନ୍ଥ, ଅଳ୍ପକେ ବର୍ତ୍ତିଲେ ପରିବାରର ୪ ସଦସ୍ୟ
  • ||
  • କେନ୍ଦ୍ର ଉପରେ ବର୍ଷିଲେ ସତ୍ୟପାଲ ମଲିକ୍, କହିଲେ ମୁଁ ଏବେ ସ୍ୱାଧୀନ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୩ କୋଭିଡ୍ ପଜିଟିଭ୍
  • ||
  • ମୁମ୍ୱାଇ: ଜଣାଶୁଣା ଅଭିନେତା ଅରୁଣ ବାଲୀଙ୍କ ନିଧନ, ୭୯ ବର୍ଷ ବୟସରେ ପରଲୋକ
  • ||
  • ରାଜ୍ୟର ବିଭିନ୍ନ ସ୍ଥାନରେ ତୁହାକୁ ତୁହା ବର୍ଷା, ଆସୁଛି ଘୁର୍ଣ୍ଣିବଳୟ
  • ||
  • ଭଦ୍ରକ: ଧାମନଗର ଉପନିର୍ବାଚନ ପାଇଁ ଶୁକ୍ରବାରଠୁ ନାମାଙ୍କନ ଦାଖଲ, ୧୫ରେ ଯାଞ୍ଚ
  • ||
  • ଚାନ୍ଦବାଲୀ: ପଦ୍ମାବତୀ ଟ୍ରଲରରେ ଅଗ୍ନିକାଣ୍ଡ ଘଟଣା, ୧୦ ଘଣ୍ଟା ପରେ ଉଦ୍ଧାର ହେଲେ ୧୦ ଧୀବର
  • ||

ସ୍ପିଡ୍‌ ବାଇକ୍‌କୁ ଜାଳି ଦେଲେ ଲୋକ – ଚାଳକକୁ ନିର୍ଧୁମ ପିଟିଲେ, ଦ୍ରୁତ ଗତିରେ ତିନି ଜଣଙ୍କୁ ଧକ୍କା ଦେଇଥିଲା

3/12/2019 at 9:35 PM

ଯାଜପୁର ୦୩।୧୨ – ଯାଜପୁର କୋରେଇରେ ଜଣେ ବାଇକ୍‌ ଚାଳକ ସ୍ପିଡ୍‌ ବାଇକ୍‌ରେ ଦୁର୍ଘଟଣା ଘଟାଇବା ପରେ ଲୋକଙ୍କ ରୋଷର ଶିକାର ହୋଇଛନ୍ତି । ଲୋକମାନେ ବାଇକ୍‌ ଚାଳକ ଶିବରାମକୁ ନିର୍ଧୁମ ଛେଚିବା ପରେ ସ୍ପିଡ୍‌ ବାଇକ୍‌କୁ ଜାଳି ଦେଇଛନ୍ତି ।


ଗାଁ ରାସ୍ତାରେ ଦ୍ରୁତ ଗତିରେ ବାଇକ ଚଳାଇ ୩ ଜଣ ଶ୍ରମିକଙ୍କୁ ଗୁରୁତର ଆହତ କରିଥିବା ଚାଳକ ଜଣଙ୍କୁ ମାଡ ମାରି ଲହୁ ଲୁହାଣ କରିଛନ୍ତି ଉତ୍ୟକ୍ତ ଲୋକେ | ଏପରିକି ଦୁର୍ଘଟଣା ଘଟାଇଥିବା ବାଇକକୁ ନିଆଁ ଲଗାଇ ଜାଳି ଦେଇଛନ୍ତି | ଏଭଳି ଘଟଣା ଘଟିଛି ଯାଜପୁର ଜିଲା କୋରେଇ ଥାନା କୋ ଗାଁ ଖେଳ ପଡିଆ ସମ୍ମୁଖ ରାସ୍ତାରେ | ବାଇକ ଚାଳକ ଜଣଙ୍କ ସ୍ଥାନୀୟ ପୂର୍ବକୋଟ ତେଲେଙ୍ଗା ବସ୍ତିର ଆଲୁ ଶିବରାମ ହୋଇଥିବା ବେଳେ ଆହତ 3 ଜଣ ଶ୍ରମିକ ହେଉଛନ୍ତି ଜଳନ୍ଦା ଗ୍ରାମର ବୁଦ୍ଧିରାମ ଜେନା, ଦୁଃଶାସନ ସେଠି ଓ ଗୌରାଙ୍ଗ ସାହୁ | ଶିବରାମଙ୍କ ସହିତ ବାଇକରେ ବସିଥିବା ଅନ୍ୟ ଜଣେ ସହଯୋଗୀ ଉତ୍ୟକ୍ତ ଲୋକଙ୍କ ମାଡ ଭୟରେ ଖସି ପଳାଇବାକୁ ସମର୍ଥନ ହୋଇଥିବାବେଳେ ଘଟଣା ସ୍ଥଳରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଉତେଜନା ଲାଗି ରହିଥିବା ଦେଖିବାକୁ ମିଳିଛି | ସମସ୍ତ ଆହତ ମାନଙ୍କୁ ଯାଜପୁର ରୋଡ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ସ୍ଥାନୀୟ କିଛି ସ୍ଵେଚ୍ଛାସେବୀ ଭର୍ତି କରିଥିବା ବେଳେ ବାଇକ ଚାଳକ ଜଣଙ୍କ ମଧ୍ଯ ମେଡିକାଲ ରେ ଭର୍ତି ହୋଇଥିବା ପୁଲିସ ସୁଚନା ଦେଇଛି. | କୋରେଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି |

ଶିବରାମ ଦ୍ରୁତ ଗତିରେ ବାଇକ୍‌ ଚଳାଇ ୩ ଜଣ ଶ୍ରମିକଙ୍କୁ ଧକ୍କା ଦେଇଥିଲେ । ସେମାନେ ଆହତ ହେବାରୁ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଏହାପରେ ଲୋକମାନେ ଶିବରାମଙ୍କୁ ମାଡ ମାରିବା ପରେ ବାଇକ୍‌କୁ ଜାଳି ଦେଇଛନ୍ତି ।

   Related Posts