ପୁରୀ ପେଟ୍ରୋଲ ପମ୍ପ୍ରେ ଭଙ୍ଗାରୁଜା ଘଟଣା ; ପେଟ୍ରୋଲ ପମ୍ପ୍କୁ ତୁରନ୍ତ ବନ୍ଦ ଦାବିରେ ବଡଦାଣ୍ଡରେ ସ୍ଥାନୀୟଲୋକଙ୍କ ରାସ୍ତା ଅବରୋଧ
29/09/2018 at 12:27 PM

ପୁରୀ ୨୯|୯: ପୁରୀ ଗ୍ରାଣ୍ଡରୋଡ୍ ରେ ଥିବା ଖୁଣ୍ଟିଆ ପେଟ୍ରୋଲ ପମ୍ପକୁ ତୁରନ୍ତ ବନ୍ଦ କରିବା ଦାବିରେ ବଡଦାଣ୍ଡରେ ରାସ୍ତା ଅବରୋଧ କରିଛନ୍ତି ସ୍ଥାନୀୟଲୋକ । ବଡଦାଣ୍ଡରେ ଟାୟାର ଜାଳି ସ୍ଥାନୀୟଲୋକଙ୍କ ଦ୍ବାରା ରାସ୍ତା ଅବରୋଧ ହୋଇଛି । ଘଟଣାସ୍ଥଳରେ କୁମ୍ଭାରପଡ଼ା ଥାନା ପୋଲିସ ପହଞ୍ଚି ଉତ୍ତ୍ୟକ୍ତଲୋକଙ୍କୁ ବୁଝାସୁଝା କରୁଛି ।
ସୂଚନା ଅନୁସାରେ ଗତକାଲି ରାତିରେ ପୁରୀ ଡ଼ାକ୍ତରଖାନା ଛକରେ ଥିବା ଖୁଣ୍ଟିଆ ପେଟ୍ରେ।ଲ ଟାଙ୍କିରେ ପ୍ରବଳ ଉତ୍ତେଜନା ସୃଷ୍ଟି ହେ।ଇଥିଲା। କମ୍ ପରିମାଣର ପେଟ୍ରୋଲ୍ ଓ ଅପମିଶ୍ରିତ ପେଟ୍ରୋଲ୍ ଦିଆଯାଉଥିବା ଅଭିଯେ।ଗରେ ଲେ।କେ ଟାଙ୍କିରେ ପାଟିତୁଣ୍ଡ ଓ ହେ।ହାଲ୍ଲା କରିଥିଲେ। ପରେ ୨୦୦ରୁ ଉର୍ଦ୍ଧ୍ବ ସ୍ଥାନୀୟଲେ।କେ ଏକାଠି ହେ।ଇ ପେଟ୍ରେ।ଲ୍ ଟାଙ୍କିରେ ଭଙ୍ଗାରୁଜା କରିଥିଲେ। ସେହି ସମୟରେ ୩୦ରୁ ଉର୍ଦ୍ଧ୍ବ ସାମ୍ବାଦିକ, କ୍ୟାମେରା ମ୍ୟାନ୍ ସେଠାରେ ପହଞ୍ଚି ଖବର ସଂଗ୍ରହ କରୁଥିବା ବେଳେ ପେ।ଲିସ ରେ।ଷର ଶିକାର ହେ।ଇଥିଲେ। ହଠାତ୍ ପ୍ରାୟ ୫୦ରୁ ଉର୍ଦ୍ଧ୍ବ ପେ।ଲିସ ଲାଠି ଧରି ଅମାନୁଷିକ ଭାବେ ପିଟିବା ଆରମ୍ଭ କରିଥିଲେ। ସାମ୍ବାଦିକ ମାନେ ନିଜର ପରଚୟ ପତ୍ର କ୍ୟାମେରା ଓ ବୁମ୍ ଦେଖାଇ ମାଡ଼ରୁ ବର୍ତ୍ତିବା ପାଇଁ ଉଦ୍ୟମ କରିଥିଲେ ମଧ୍ୟ ପୋଲିସ ସେମାନଙ୍କୁ ଛାଡ଼ିନଥିଲା। ବଡ଼ଦାଣ୍ଡରେ ଗେ।ଡ଼ାଇ ଗେ।ଡ଼ାଇ ନିସ୍ତୁକ ପଟିଥିଲା। ପେ।ଲିସ ମାଡ଼ରେ ଅନେକ ନିରୀହ ଦେଖେଣାହାରୀ, କର୍ତ୍ତବ୍ୟରତ ସାମ୍ବାଦିକ, ବାର୍ ଆସୋସିଏସନରେ କର୍ମକର୍ତ୍ତାମାନେ ଆହତ ହେ।ଇଥିଲେ।