ଅଜଣା ଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା, ରାସ୍ତାରୋକ କରି କ୍ଷତିପୂରଣ ଦାବି କଲେ ସ୍ଥାନୀୟ ବାସିନ୍ଦା
28/11/2020 at 2:53 PM

ଝାରସୁଗୁଡା ୨୮।୧୧: ଝାରସୁଗୁଡା ଜିଲ୍ଲାର ଲଖନପୁର ବ୍ଲକର ପଞ୍ଚଗାଁରେ ସଡକ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଛି । ସ୍ଥାନୀୟ ଲୋକଙ୍କ ଦ୍ବାରା ୪୯ ନମ୍ବର ଜାତୀୟ ରାଜପଥ ଅବରୋଧ ଯୋଗୁଁ ଛତିଶଗଡ ଓଡିଶା ମଧ୍ୟରେ ଗମନାଗମନ ଠପ୍ ହୋଇଯାଇଛି ।
ଶୁକ୍ରବାର ରାତି ପ୍ରାୟ ସାଢେ ୯ଟା ସମୟରେ ଛତିଶଗଡରୁ ବାଇକରେ ନିଜ ସଂପର୍କୀୟଙ୍କ ଘରୁ ପଲସଦା ଗାଁକୁ ଫେରୁଥିଲେ ଗୁରୁଦେବ ବଞ୍ଜାରା । ଏହି ସମୟରେ ପଞ୍ଚଗାଁ ନିକଟରେ ଅଜଣା ଗାଡି ଧକ୍କାରେ ତାଙ୍କର ମୃତ୍ୟୁ ହୋଇଛି । ଶନିବାର ସକାଳୁ ଗୁରୁଦେବଙ୍କ ଶବ ବ୍ୟବଚ୍ଛେଦ କରାଯିବା ପରେ ପଲସଦା ଓ ନାଏକପଡା ବାସିନ୍ଦା ମୃତକଙ୍କ ଶବକୁ ଜାତୀୟ ରାଜପଥ ଉପରେ ରଖି ରାସ୍ତାରୋକ କରି ମୃତକଙ୍କୁ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି । ଘଟଣାସ୍ଥଳରେ ରେଙ୍ଗାଲୀ ପୋଲିସ ଓ ଲଖନପୁର ତହସିଲଦାର ଉପସ୍ଥିତ ରହି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରୁଥିଲେ ସୁଦ୍ଧା ସେମାନେ ଦୁର୍ଘଟଣା ଘଟାଇଥିବା ଟ୍ରକ୍ ମାଲିକଙ୍କୁ ହାଜର କରିବାକୁ ଦାବି କରିଛନ୍ତି ।