ଲକ୍ଷ୍ମୀ ବସରୁ ଷ୍ଟିକର ଗାଏବ, ବସ୍‌ ବନ୍ଦ୍‌ ହେବା ନେଇ ଆଶଙ୍କାରେ ଲୋକ

Published By : Prameya-News7 Bureau | June 08, 2024 IST

ଆସ୍କା ୦୮/୦୬: ଲକ୍ଷ୍ମୀ ବସରୁ ଲକ୍ଷ୍ମୀ ଷ୍ଟିକର ହଟିବା ପରେ ଲକ୍ଷ୍ମୀ ବସକୁ ନେଇ ଏବେ ଆଶା ଆଶଙ୍କାରେ ଜନତା l ୨୦୨୪ ନିର୍ବାଚନ ଫଳାଫଳ ଆସିଛି ବିଜେପି ରାଜ୍ୟରେ ସଂଖ୍ୟା ଗରିଷ୍ଠତା ହାସଲ କରିଥିବା ବେଳେ ସରକାର ଗଠନ କରିବାକୁ ଯାଉଛି l ହେଲେ ଓଡ଼ିଶାରେ ସରକାର ପରିବର୍ତ୍ତନ ହେବା ସଙ୍ଗେ ସଙ୍ଗେ ବିଭିନ୍ନ ଯୋଜନା ଗୁଡିକରେ ମଧ୍ୟ ପରିବର୍ତ୍ତନ ଲକ୍ଷ୍ୟ କରାଯାଉଛି l  

୨୦୨୪ ନିର୍ବାଚନ ପୂର୍ବରୁ ବିଜେଡି ସରକାର ଗାଁ ଠାରୁ ସହରକୁ ଲୋକ ମାନଙ୍କ ଯାତାୟତର ସୁବିଧା ପାଇଁ ଲକ୍ଷ୍ମୀ ବସ ଯୋଜନା ଆରମ୍ଭ କରିଥିଲେ l ଏହି ଯୋଜନାରେ ମାଧ୍ୟମରେ ସହରୁ ପ୍ରତ୍ୟେକ ଗ୍ରାମକୁ ଲକ୍ଷ୍ମୀ ବସ ଯାତାୟତ ଆରମ୍ଭ ହୋଇଥିଲା l ଲୋକ ମାନେ ସ୍ୱଳ୍ପ ଖର୍ଚ୍ଚରେ ଗାଁ ଠାରୁ ନିକଟ ସହରକୁ ଯିବା ଆସିବା କରୁଥିଲେ l 

କିନ୍ତୁ ନିର୍ବାଚନର ଫଳାଫଳ ଆସିବାର ଚାରି ଦିନ ପୁରିନି ଏବେ ଲକ୍ଷ୍ମୀ ବସରୁ ଲକ୍ଷ୍ମୀ ଷ୍ଟିକର ହଟିଛି । କିନ୍ତୁ ବସ ଚଳାଚଳ ଜାରି ରହିଛି । ତେବେ ଲକ୍ଷ୍ମୀ ବସ ଗୁଡ଼ିକରୁ ଲକ୍ଷ୍ମୀ ନାମ ଥିବା ଷ୍ଟିକର ଗୁଡିକ ହଟାଯିବା ପରେ ଆଶଂକା ଭିତରେ ରହିଛନ୍ତି ସାଧାରଣ ଜନତା l 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.