previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଝାରସୁଗୁଡା ଉପକାରାଗାରରେ ଅଘଟଣ, ଗଳାକାଟି କଏଦୀଙ୍କ ଆତ୍ମହତ୍ୟା ଉଦ୍ୟମ
  • ||
  • ଜଙ୍ଗଲର ରାଜାକୁ ପାଳିବା ପାଇଁ ଟଙ୍କା ନାହିଁ : ଚିଡିଆଖାନାର ସିଂହକୁ ବିକ୍ରି କରିଦେବ ପାକିସ୍ତାନ
  • ||

ଅମର ନାଥ ଗୁମ୍ଫାର ଅସମାହିତ ରହସ୍ୟ ଆଜିବି ରୋମାଞ୍ଚିତ କରେ ଭକ୍ତଙ୍କୁ

5/07/2022 at 7:15 PM

ଦୁର୍ଗମ ହିମାଳୟ ଗିରିଶୃଙ୍ଖଳାରେ ରହିଛି ଅମରନାଥ ଗୁମ୍ଫା। ଭାରତୀୟ ସଂସ୍କୃତିର ପ୍ରମୁଖ ତୀର୍ଥ ଯାତ୍ରା ମଧ୍ୟରେ ଅମରନାଥ ଯାତ୍ରା ଅନ୍ୟତମ। ଏଣୁ ପ୍ରଶିଦ୍ଧ ତୀର୍ଥ ମଧ୍ୟରେ ଅମରନାଥ ଧାମର ରହିଛି ଅନନ୍ୟ ମହତ୍ୱ। କୁହାଯାଏ ଯିଏ ବି ନିଷ୍କାମ ମନରେ ଏଠାରେ ପ୍ରଭୁ ଭୋଲେନାଥଙ୍କ ଦର୍ଶନ କରେ ସେ ଜନ୍ମ-ମୃତ୍ୟୁ ବନ୍ଧନରୁ ମୁକ୍ତ ହୋଇଯାଏ। ଉଲ୍ଲେଖଯୋଗ୍ୟ ଯେ ଭଗବାନ ଶିବଶଙ୍କର ଏହି ଗୁମ୍ଫାରେ ମାତା ପାର୍ବତୀଙ୍କୁ ଅମରତ୍ୱର ରହସ୍ୟ ଶୁଣାଇଥିଲେ। ଏଣୁ ଏହି ଗୁମ୍ଫାର ନାମ ସେହି ଅନୁସାରେ ଅମରନାଥ ଧାମ ରହିଛି।

ଚଳିତବର୍ଷ ଅମରନାଥ ଯାତ୍ରା ଜୁନ ୩୦ ତାରିଖରୁ ଆରମ୍ଭ ହୋଇଯାଇଛି। ଦୀର୍ଘ ୪୩ ଦିନ ପର୍ଯ୍ୟନ୍ତ ଜାରି ରହିବ ଏହି ଯାତ୍ରା। ରକ୍ଷାବନ୍ଧନ ଦିନ ଶେଷ ଦର୍ଶନ  ହେବ। ତେବେ ଆସନ୍ତୁ ଜାଣିବା ଅମରନାଥ ଧାମର ଇତିହାସ ଓ ସମ୍ପର୍କିତ ରହସ୍ୟ। ଏହା ବିଶ୍ୱର ଏକମାତ୍ର ଏପରି ଶିବଲିଙ୍ଗ ଯାହା ଚନ୍ଦ୍ରଙ୍କ ଜ୍ୟୋତ୍ସ୍ନା ସହ ବୃଦ୍ଧି ଓ ହ୍ରାସ ହୋଇଥାଏ। ଶ୍ରାବଣ ଶୁକ୍ଳପକ୍ଷ ପୂର୍ଣ୍ଣିମାରେ ଏହି ଶିବଲିଙ୍ଗ ପୂର୍ଣ୍ଣ ରୂପା ଧାରଣ କରନ୍ତି ଓ ପରବର୍ତ୍ତି ଅମାବାସ୍ୟା ପର୍ଯ୍ୟନ୍ତ ହ୍ରାସ ହୋଇ ହୋଇ ଅତ୍ୟନ୍ତ କ୍ଷୁଦ୍ର ହୋଇଯାଆନ୍ତି।

ପ୍ରତିବର୍ଷ ଗୁମ୍ଫାରେ ବରଫ ଶିବଲିଙ୍ଗ ମନକୁ ମନ ସୃଷ୍ଟି ହୁଅନ୍ତି। ଗୁମ୍ଫାର ଛାତରେ ଥିବା ଛିଦ୍ରରୁ ପାଣି ଝରି ଏହି ହିମଲିଙ୍ଗ ଗଢି ଉଠନ୍ତି। ଭୀଷଣ ଥଣ୍ଡାରେ ପାଣି ବରଫରେ ପରିଣତ ହୋଇ କ୍ରମଶଃ ଶିବଲିଙ୍ଗ ଆକାର ଧାରଣ କରେ। ବିଶାଳକାୟ ହିମଲିଙ୍ଗ କଡରେ ମଧ୍ୟ ଆଉ ଦୁଇଟି ଛୋଟ ଲିଙ୍ଗ ଉତ୍ପତି ହୁଅନ୍ତି। କୁହାଯାଏ ଏହା ମାତା ପାର୍ବତୀ ଓ ଗଣେଶଙ୍କ ପ୍ରତୀକ ଅଟନ୍ତି। ଅମରନାଥରେ ଭଗବାନ ଶିବଙ୍କ ହିମଲିଙ୍ଗ ଦର୍ଶନ ସାଙ୍ଗକୁ ଏଠାରେ ମାତା ସତୀଙ୍କ ଶକ୍ତିପୀଠ ହେବା ମଧ୍ୟ ଏକ ଦୁର୍ଲଭ ସଂଯୋଗ।

ପୃଥିବୀରେ ଥିବା ୫୧ ଶକ୍ତିପୀଠ ମଧ୍ୟରେ ମହାମାୟା ଶକ୍ତି ପୀଠ ଏହି ଗୁମ୍ଫାରେ ରହିଛି। ଦେବୀ ପୁରାଣ ଅନୁସାରେ ମାତା ସତୀଙ୍କ କଣ୍ଠ ଏଠାରେ ପଡିଥିଲା। କୁହାଯାଏ ଶିବ-ପାର୍ବତୀଙ୍କ ଅମର କଥା ଶୁଣି ଅମର ହୋଇଯାଇଥିବା ପାରାଙ୍କ ଜୋଡି ଏଠାରେ ଅନେକ ସମୟରେ ଦେଖା ଯାଆନ୍ତି।

   Related Posts