ନିଦା ବିଷ୍ଣୁ ସାଜିଛି ପ୍ରଶାସନ: ମୌଳିକ ସୁବିଧା ଦାବିରେ ବ୍ଲକ୍‌ କାର୍ଯ୍ୟାଳୟ ତାଲା ପକାଇଲେ ଗାଁ ଲୋକ

Published By : Prameya-News7 Bureau | January 18, 2023 IST

ବୋରିଗୁମ୍ମା ୧୮/୦୧: ବ୍ଲକ୍‌ କାର୍ଯ୍ୟାଳୟ ତାଲା ପକାଇ ଆନ୍ଦୋଳନ କଲେ ମୌଳିକ ସୁବିଧାରୁ ବଞ୍ଚିତ ଗ୍ରାମବାସୀ। ଗାଁକୁ ଆଜି ପର୍ଯ୍ୟନ୍ତ ଭଲ ରାସ୍ତାଟିଏ ନଥିବା ବେଳେ ସେଠାକାର ଲୋକମାନେ ଚୁଆ ପାଣି ପିଅନ୍ତି। ସ୍ୱଚ୍ଛ ପାନୀୟ ଜଳ ସେମାନଙ୍କ ପାଇଁ ସାତ ସପନ ପାଲଟିଛି। ସେହିପରି ଆବଶ୍ୟକୀୟ ସ୍ୱାସ୍ଥ୍ୟସେବା ମିଳୁନଥିବା ବେଳେ ଅଙ୍ଗନୱାଡ଼ି କେନ୍ଦ୍ର ଟିଏ ମଧ୍ୟ ସେଠାରେ ନାହିଁ। ସେମାନଙ୍କ ଗାଁ ପାହାଡ଼ ଉପରେ ଥିବାରୁ ସେଠାକୁ ବହୁ କଷ୍ଟରେ ଲୋକମାନେ ଯିବା ଆସିବା କରନ୍ତି। ଏପରି ସ୍ଥଳେ କୌଣସି ବ୍ୟକ୍ତି ରୋଗାକ୍ରାନ୍ତ ହେଲେ ବା ଗର୍ଭବତୀ ମହିଳାଙ୍କୁଡାକ୍ତରଖାନାକୁ ୫ କିମି ଖଟିଆରେ ବୁହାଯାଉଥିବା ଦେଖିବାକୁ ମିଳିଥାଏ। ଏପରି ଅଭାବନୀୟ ଦୃଶ୍ୟ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ ଉପାନ୍ତ ଅଞ୍ଚଳ ରାଣିଗଡ଼ ଏବଂ ସରଗିପଦର ଗାଁରେ ଦେଖିବାକୁ ମିଳିଛି।

{"id":734630,"width":761,"height":428,"sizeSlug":"full","linkDestination":"none"}

ଏନେଇ ଗାଁ ଲୋକମାନେ ନେତା ମନ୍ତ୍ରୀଙ୍କ ଠାରୁ ପ୍ରଶାସକଙ୍କ ଠାରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ଗତ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନରେ ରାଣିଗଡ଼ ଓ ସରଗିପଦର ଗାଁ ଲୋକମାନେ ଭୋଟ୍ ବର୍ଜନ କରିଥିଲେ ମଧ୍ୟ କୌଣସି ଅଗ୍ରଗତି ଦେଖିବାକୁ ମିଳିନାହିଁ। ଶେଷରେ ଗାଁ ଲୋକମାନେ ବୁଧବାର ରାଣିଗଡ଼ ଏବଂ ସରଗିପଦର ଗାଁର ୧୦୦ରୁ ଅଧିକ ମହିଳା ଓ ପୁରୁଷ ଏକାଠି ହୋଇ ବୋରିଗୁମ୍ମା ବ୍ଲକ କାର୍ଯ୍ୟାଳୟ ତାଲା ପକାଇ ପ୍ରତିବାଦ କରିଛନ୍ତି। ଏହା ଦେଖିବ ବୋରିଗୁମ୍ମା ବ୍ଲକ୍‌ ଉନ୍ନୟନ ଅଧିକାରୀ ଓ ପୋଲିସ ଅଧିକାରୀ ଧାରଣା ସ୍ଥଳରେ ପହଞ୍ଚି ଗାଁ ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲେ। ପରେ ସେମାନେ ଧାରଣାରୁ ଓହରି କାର୍ଯ୍ୟାଳୟ ଗେଟ୍‌ ତାଲା ଖୋଲିଥିବା ଦେଖିବାକୁ ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.