ବାହୁଡ଼ିଲେ ୬ ଟିକିଆ ହାତୀ ପଲ, ଗାଁରେ ପଶି କଲେ ଉତ୍ପାତ

Published By : Prameya-News7 Bureau | December 28, 2019 IST

ମୟୂରଭଞ୍ଜ ୨୮/୧୨: ୬ଟିକିଆ ହାତୀ ପଲ ଗାଁରେ ପଶି କଲେ ଉତ୍ପାତ। ଏହି ହାତୀପଲଙ୍କ ଉତ୍ପାତରେ ଜଣେ ବୃଦ୍ଧା ଆଘାତ ପାଇଛନ୍ତି। ମୟୂରଭ ଜିଲ୍ଲା ଉଦଳା ରେ ଅଧତ୍ନ ଦାମାସାହି ଗ୍ରାମରେ ଗତକାଲି ୬ ଟିକିଆ ହାତୀପଲ ପଶିଥିଲେ । ସେଠାରେ ହାତୀପଲ ଉତ୍ପାତ କରିଥିଲେ। ଏଥିସହ ହାତୀ ପାଦ ତଳୁ ଜଣେ ଯୁବକ ଅଳ୍ପକେ ବର୍ତ୍ତି ଯାଇଥିଲେ ।

ଏହା ପରେ ସନ୍ଧ୍ୟା ସମୟରେ ହାତୀପଲକୁ କୁଲଡିହାକୁ ଘୋଉଡ଼ାଇ ଦେଇଥିଲା ବନବିଭାଗ । ହେଲେ ବିଳମ୍ବିତ ରାତିରେ ପୁଣି ହାତୀପଲ ରହିଛନ୍ତି । ହାତୀପଲ ନରହରିପୁର ଗ୍ରାମ ଦେଇ ପଶିବା ସମୟରେ ପାଣି ଆଣି ଆଣିବାକୁ ଯାଉଥିବା ଜଣେ ବୃଦ୍ଧାଙ୍କୁ ଆକ୍ରମଣ କରିଥିଲେ । ଆକ୍ରମଣରେ ବୃଦ୍ଧାଙ୍କ ଦୁଇ ଗୋଡ ଭାଙ୍ଗି ଯାଇଛି ।

ଆକ୍ରମଣର ଶିକାର ବୃଦ୍ଧା ହଲେ ନରହରିପୁର ଗ୍ରାମର ଚାନ୍ଦମଣି କିସ୍କୁ । ତାଙ୍କୁ ଗୁରୁତର ଅବସ୍ଥାରେ ଚି ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ବାରିପଦା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.