ବଞ୍ଚିଥିବା ହିତାଧିକାରୀଙ୍କୁ ମୃତ ଦର୍ଶାଇଲେ ପିଇଓ; ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି
30/01/2023 at 10:45 PM

ନୀଳଗିରି ୩୦/୦୧: ଜଣେ ଜୀବନ୍ତ ଲୋକଙ୍କୁ ସରକାରୀ କାଗଜପତ୍ରରେ ମୃତ ବୋଲି ଦର୍ଶାଇଲେ ପଞ୍ଚାୟତ ନିର୍ବାହୀ ଅଧିକାରୀ।ଏଭଳି ଘଟଣା ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ବରମପୁର ପଞ୍ଚାୟତରୁ ସାମ୍ନାକୁ ଆସିଛି। ନୀଳଗିରି ବ୍ଲକ ବରମପୁର ପଞ୍ଚାୟତ ଅଧୀନ ବରମପୁର ଗାଁର ବାସିନ୍ଦା ନାରାୟଣ ପାଣି (୮୩)।ସରକାରଙ୍କ ମଧୁସୂଦନ ପେନ୍ନ୍ ଯୋଜନାରେ ସେ ବାର୍ଦ୍ଧକ୍ୟ ଭତ୍ତା ପାଉଥିଲେ। ତେବେ ୩ ମାସ ହେଲା ତାଙ୍କ ଆକାଉଣ୍ଟକୁ ଭତ୍ତା ଟଙ୍କା ଆସୁନଥିଲା। ତେବେ ଏନେଇ ସେ ବ୍ଲକ୍ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ।
ଏହାର ଖୋଳାତାଡ଼ ପରେ ବ୍ରହ୍ମପୁର ପଞ୍ଚାୟତର ପିଇଓ ଶାନ୍ତିଲତା ନାୟକ ୩ ମାସ ପୂର୍ବରୁ ନାରୟଣ ମୃତ ବୋଲି ବ୍ଲକକୁ ରିପୋର୍ଟ ଦେଇଥିବା ଜଣାପଡ଼ିଥିଲା। ସେଥିପାଇଁ ତାଙ୍କୁ ଭତ୍ତାଟଙ୍କା ମିଳୁନଥିଲା ବୋଲି ବିଭାଗୀୟ ଅଧିକାରୀ ଜଣାଇଥିଲେ। ସମ୍ପୃକ୍ତ ପିଇଓଙ୍କ ଏପରି ତଞ୍ଚକତା ପାଇଁ ହିତାଧିକାରୀଙ୍କ ସହିତ ପରିବାର ଓ ଅଞ୍ଚଳବାସୀ ଏହାକୁ ତିବ୍ର ନିନ୍ଦା କରିଛନ୍ତି। ଏହା ସହ ସମ୍ପୃକ୍ତ ଅଧିକାରିଣୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଅନ୍ୟପଟେ ଅଧିକାରିଣୀ ଜଣଙ୍କ ଭୁଲରେ ଏପରି ହୋଇଥିବା କହିଛନ୍ତି। ସେପଟେ ଅତିରିକ୍ତ ସାମାଜିକ ସୁରକ୍ଷା ଅଧିକାରୀ ଘଟଣା ବିଷୟରେ ବିଡ଼ିଓଙ୍କୁ ଜଣାଇଥିବା ବେଳେ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜଣାଇଛନ୍ତି।