ମାନିଲା ପେଣ୍ଟାଗନ୍‌ : ଇରାନ ଆକ୍ରମଣରେ ୩୪ ଆମେରିକୀୟ ସୈନ୍ୟ ଘାଇଲା , କିନ୍ତୁ ନିହତ ହୋଇନାହାନ୍ତି କେହି

Published By : Prameya-News7 Bureau | January 25, 2020 IST

ଓ୍ବାସିଂଟନ ୨୫।୦୧: ଶେଷରେ ସତ ମାନିଲା ଆମେରିକା ।  ଇରାନର ଆକ୍ରମଣରେ ୩୪ ଜଣ ଆମେରିକୀୟ ସୈନ୍ୟ ଘାଇଲା ହୋଇଥିବା ମାନିଛି ପେଣ୍ଟାଗନ୍ ।  ଇରାନ୍‌ ନିଜର ସେନା କମାଣ୍ଡ କାସିମ ସୁଲେମାନୀଙ୍କ ନିଧନର ପ୍ରତିଶୋଧ ନେବା ପାଇଁ ଇରାକ ସ୍ଥିତ ଆମେରିକା ସୈନ୍ୟ ଆଡ୍ଡା ଉପରେ ଆକ୍ରମଣ କରିଥିଲା । ଏହି ଆକ୍ରମଣରେ ୮୦ ଆମେରିକୀୟ ସୈନ୍ୟ ଆହତ ହୋଇଥିବା ଇରାନ ଦାବି କରିଆସୁଥିଲା । କିନ୍ତୁ ଆମେରିକା ତାହାକୁ ଅସ୍ବୀକାର କରୁଥିଲା । କିନ୍ତୁ ଏବେ ଇରାନର ଆକ୍ରମଣରେ ୩୪ଜଣ ସୈନିକ ଆହତ ହୋଇଥିବା ମାନିଛି ଆମେରିକା ।

{"id":215712,"sizeSlug":"large"}

ଗତ ୩ ତାରିଖରେ ଇରାନର ସୁପ୍ରିମ କମାଣ୍ଡର କାସିମ ସୁଲେମାନୀଙ୍କୁ ଇରାକ ସ୍ଥିତ ବାଗଦାଦ ଏୟାରପୋର୍ଟ ବାହାରେ ଡ୍ରୋନ ଆକ୍ରମଣରେ ନିହତ କରାଯାଇଥିଲା । ଆମେରିକା ପକ୍ଷରୁ ଡ୍ରୋନ ଆକ୍ରମଣ କରାଯାଇଥିଲା ବୋଲି ରାଷ୍ଟ୍ରପତି ଟ୍ରମ୍ପ ଟ୍ବିଟ୍ ଜରିଆରେ ସୂଚନା ଦେଇଥିଲେ । ତେବେ ଇରାନ ନିଜର ସୁପ୍ରିମ କମାଣ୍ଡରକୁ ହରାଇ ପ୍ରତିଶୋଧ ନେବା ପାଇଁ ଧମକ ମଧ୍ୟ ଦେଇଥିଲା । କାସିମ୍ ସୁଲେମାନୀଙ୍କୁ ନିହତ କରିବାର ପରିଣାମ ଆମେରିକା ଭୋଗିବ ବୋଲି ଇରାନ ସ୍ପଷ୍ଟ ମଧ୍ୟ କରିଦେଇଥିଲା । ଇରାକ ସ୍ଥିତ ଆମେରିକାର ସୈନ୍ୟ ଆଡ୍ଡା ଉପରେ ଇରାନ ରକେଟ ମାଡ କରିଥିଲା । ଏହି ରକେଟ ମାଡରେ ଆମେରିକାର ୮୦ଜଣ ସୈନିକ ଆହତ ହୋଇଛନ୍ତି ବୋଲି ଦାବି କରିଥିଲେ ଇରାନ । କିନ୍ତୁ ଆମେରିକା ଏହା ଖାରଜ କରିଦେଇଥିଲେ ।

{"id":215713,"sizeSlug":"large"}

ଶୁକ୍ରବାର ଦିନ ପେଣ୍ଟାଗନ ପକ୍ଷରୁ ଦିଆଯାଇଥିବା ସୂଚନାନୁସାରେ ଇରାନର ରକେଟ ମାଡରେ ୩୪ଜଣ ଆମେରିକୀୟ ସେନା ଆହତ ହୋଇଛନ୍ତି । ସେମାନଙ୍କ ଚିକିତ୍ସା ଜାରି ରହିଛି ବୋଲି ପେଣ୍ଟାଗନର ମୁଖ୍ୟ ପ୍ରବକ୍ତା ସୂଚନା ଦେଇଛନ୍ତି । ୩୪ଜଣଙ୍କ ମଧ୍ୟରୁ ୧୭ଜଣ ଏବେ କଡା ନଜରରେ ରଖାଯାଇଛି । ତେବେ ଆହତ ହୋଇଥିବା ସୈନ୍ୟମାନଙ୍କ ମଧ୍ୟରୁ ପ୍ରାୟ ସମସ୍ତଙ୍କ ମୁଣ୍ଡରେ ଆଘାତ ଲାଗିଛି ।

{"id":215714,"sizeSlug":"large"}

ରକେଟ ମାଡରେ ଆହତ ହୋଇଥିବା ସୈନ୍ୟମାନଙ୍କ ମଧ୍ୟରୁ ୮ଜଣ ଯବାନଙ୍କ ଆଗାମୀ ଚିକିତ୍ସା ପାଇଁ ଆମେରିକା ଅଣାଯାଇଥିବା ବେଳେ କିଛି ଯବାନମାନଙ୍କୁ ଚିକିତ୍ସା ପାଇଁ ଜର୍ମାନୀ ପଠାଯାଇଛି । ତେବେ ୧୭ଜଣ ଯବାନ ନିଜ କର୍ମକ୍ଷେତ୍ରକୁ ଫେରିଛନ୍ତି । ତେବେ କର୍ମକ୍ଷେତ୍ରକୁ ଫେରିଥିବା ଯବାନମାନଙ୍କ ମଧ୍ୟରୁ ୧୬ଜଣଙ୍କ ଚିକିତ୍ସା ଇରାକରେ କରାଯାଇଛି । 

{"id":215715,"sizeSlug":"large"}

ପଣ୍ଟୋଗନ୍‌ ପକ୍ଷରୁ ଦିଆଯାଇଥିବା ଏହି ବୟାନ ଅତ୍ୟନ୍ତ ମହତ୍ବପୂର୍ଣ୍ଣ ରହିଛି ।  ଜାନୁଆରୀ ୮ରେ ଇରାନ ୨ୟ ଥର ପାଇଁ ଆମେରିକା ବାୟୁ ସେନା ଆଡ୍ଡା ଉପରେ ଆକ୍ରମଣ କରିଥିଲା । ଆକ୍ରମଣରେ କୌଣସି ଯବାନ ଆହତ ହୋଇନଥିବା କଥା ଆମେରିକା ରାଷ୍ଟ୍ରପତି ଟ୍ରମ୍ପ କହିଥିଲେ ।  ଏହାପୂର୍ବରୁ ଗତ ସପ୍ତାହରେ ଆମେରିକା ସେନାର ଏକ ବୟାନନୁସାରେ ୧୧ଜଣ ସୈନିକଙ୍କ ମୁଣ୍ଡରେ ଆଘାତ ଲାଗି ବାହାରକୁ ପଠାଯାଇଛି । କିନ୍ତୁ ଦାବୋସରେ ହୋଇଥିବା ବିଶ୍ବ ଇକୋନୋମିକ ଫୋରମ୍‌ ସମୟରେ ଟ୍ରମ୍ପ କହିଥିଲେ ଯେ, ସୈନ୍ୟମାନଙ୍କ ମୁଣ୍ଡରେ ବ୍ୟଥା ଓ ଅନ୍ୟ ସମସ୍ୟା ଅଛି । ଯାହାକି ବହୁତ ଗମ୍ଭୀର ନୁହେଁ, ତେଣୁ ସେମାନଙ୍କ ଚିକିତ୍ସା ପାଇଁ ବାହାରକୁ ପଠଯାଇଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.