ଅଷ୍ଟ୍ରେଲିଆରେ ଛୋଟିଆ କ୍ୟାପସୁଲ ଖେଳାଇଛି ଆତଙ୍କ, ଆଲର୍ଟରେ ସରକାର, ଜାଣନ୍ତୁ କେତେ ଭୟଙ୍କର
30/01/2023 at 9:45 PM

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆରେ ଗୋଟିଏ ଛୋଟିଆ କ୍ୟାପସୁଲ ହଜିଯାଇଛି, ଯାହାକୁ ନେଇ ଏବେ ସେଠାରେ ଭୟର ମାହୋଲ ସୃଷ୍ଟି ହୋଇଛି । ଆଷ୍ଟ୍ରେଲିଆ ସରକାର ମଧ୍ୟ ଆଲର୍ଟ ମୋଡକୁ ଆସିଛନ୍ତି । ଦାବି କରାଯାଉଛି ଦୁଇ ସପ୍ତାହ ପୂର୍ବେ ଗୋଟିଏ ମରୁଭୂମି ଖଣିରୁ ପର୍ଥ ସହରକୁ ନେବା ସମୟରେ ଏହି କ୍ୟୁପସୁଲ ଟ୍ରକରୁ ପଡ଼ି ଯାଇଥିଲା । କ୍ୟାପସୁଲ ହଜିବା ପରେ ଏବେ ସରକାର ଏବଂ ପ୍ରଶାସନ ଚିନ୍ତାରେ ପଡ଼ିଛନ୍ତି, ଏହା ଏକ ରେଡିଓ ଆକ୍ଟିଭ କ୍ୟାପସୁଲ ଏବଂ ଏହା ଅତ୍ୟନ୍ତ ଘାତକ ଅଟେ । ଅଷ୍ଟ୍ରେଲିଆର ଅଗ୍ନିଶମ ଏବଂ ଜରୁରୀ ସେବା ଦିନ ରାତି ଏହାକୁ ଖୋଜିବାକୁ ଉଦ୍ୟମ କରୁଛନ୍ତି ।
ଅନେକ ଦିନ ପରେ ମଧ୍ୟ କ୍ୟାପସୁଲର କୌଣସି ସନ୍ଧାନ ମିଳିପାରି ନାହିଁ । ୧୪୦୦୦ କିଲୋମିଟରର ଦୀର୍ଘ ରାସ୍ତାର ଯାତ୍ରା ସମୟରେ କ୍ୟାପସୁଲ କେଉଁଠାରେ ପଡ଼ି ଯାଇଥିବ ବୋଲି ଅନୁମାନ କରାଯାଉଛି । ଏହି ରେଡିଓ ଆକ୍ଟିଭ କ୍ୟାପସୁଲ ଗୋଟିଏ ଗେଜର ଅଂଶ, ଏହାକୁ ଆଇରନ ଏବଂ ଫିଡର ଘନତ୍ୱ ମାପିବାରେ ପ୍ରୟୋଗ କରାଯାଇଥାଏ । ଏହାସହ ସିଜିୟମ-୧୩୭ (ସିଏସ-୧୩୭)ରୁ ତିଆରି, ଏଥିରୁ ବହୁ ମାତ୍ରାରେ ରେଡିୟସନ ବାହାରିଥାଏ । ସିଜିୟମ-୧୩୭ ପରମାଣୁ ରିଏକ୍ଟର ଏବଂ ପରମାଣୁ ହତିଆରର ପରୀକ୍ଷଣରେ ନ୍ୟୁକ୍ଲିୟର ଫ୍ୟୁଜନ ପ୍ରକ୍ରିୟାର ବୟୋ ପ୍ରଡକ୍ଟ ମଧ୍ୟରୁ ଗୋଟିଏ ।
ଏହି କ୍ୟାପସୁଲରେ ବିକିରଣ ନିର୍ଗମନର କ୍ଷମତା ଏକ ଘଣ୍ଟାରେ ୧୦ ଏକ୍ସରେର ବିକିରଣ ସହ ସମାନ । ବୈଜ୍ଞାନିକଙ୍କ ଚେତାବାନୀ ଏହି କ୍ୟାପସୁଲ ଦୀର୍ଘ ସମୟ ଯାଏଁ ସମ୍ପର୍କରେ ରହିଲେ ଚର୍ମ ଜଳାପୋଡା କରିବା ଆରମ୍ଭ କରିବ । କ୍ୟାପସୁଲର ଆକାର ଛୋଟ ହେଲେ ମଧ୍ୟ ଏହାର ବିପଦ ବହୁ ଅଧିକ ରହିଛି ।