ସମୁଦ୍ରକୂଳରେ ହଜାର ହଜାର ମୃତ ପେଙ୍ଗୁଇନ୍, ରହସ୍ୟ ଘେରରେ କାରଣ
22/07/2023 at 4:41 PM

ନୂଆଦିଲ୍ଲୀ, ୨୨/୦୭: ସମୁଦ୍ରକୂଳରେ ହଜାର ହଜାର ମଲା ପେଙ୍ଗୁଇନ୍। ଉରୁଗୁଏର ପୂର୍ବ ସାମୁଦ୍ରିକ ତଟବର୍ତ୍ତୀ ଅଞ୍ଚଳରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି । ଏଠାରେ ପ୍ରାୟ ୧୦ ଦିନ ମଧ୍ୟରେ ପ୍ରାୟ ୨ ହଜାର ପେଙ୍ଗୁଇନ୍ ଶବ ଦେଖିବାକୁ ମିଳିଛି। କୌଣସି ଏନଫ୍ଲୁଏଞ୍ଜା କାରଣରୁ ଏମାନଙ୍କର ମୃତ୍ୟୁ ହୋଇନଥିବା କୁହାଯାଇଥିବାବେଳେ ପ୍ରକୃତ କାରଣ କ’ଣ ତାହା ଏବେ ଏକ ରହସ୍ୟ ପାଲଟିଛି।
ମୃତ ପେଙ୍ଗୁଇନ୍ ଗୁଡ଼ିକ ମାଜିଲ୍ଲାନିକ୍ ପ୍ରଜାତିର ଏବଂ ମୁଖ୍ୟତଃ କିଶୋର ବୟସର ପେଙ୍ଗୁଇନ୍। ଏହି ଫେଙ୍ଗୁଇନ୍ଗୁଡ଼ିକର ମୃତ୍ୟୁ ଆଟ୍ଲାଣ୍ଟିକ୍ ମହାସାଗରରେ ମୃତ୍ୟୁ ହୋଇଛି ଏବଂ ଏମାନେ ସମୁଦ୍ରର ବିଦ୍ୟୁତ୍ରେ ଟାଣିହୋଇ ଆସି ଉରୁଗୁଏର ସମୁଦ୍ରକୂଳରେ ଲାଗୁଥିବା କହିଛନ୍ତି ପରିବେଶ ମନ୍ତ୍ରାଳୟର ଫନା ବିଭାଗ ମୁଖ୍ୟ କାରମେନ ଲିଜାଗୋୟେନ୍। ସେ ଆହୁରି କହିଛନ୍ତି ଏହି ପେଙ୍ଗୁଇନ୍ଙ୍କ ମୃତ୍ୟୁ ପାଣିରେ ହୋଇଛି। ମୃତ ପେଙ୍ଗୁଇନ୍ଙ୍କ ଠାରୁ ନିଆଯାଇଥିବା ସବୁ ସାମ୍ପୁଲରୁ ଆଭିଅନ ଇନଫ୍ଲୁଏଞ୍ଜା ନଥିବା ଜଣାପଡ଼ିଛି।
ଆହୁରି ପଢ଼ନ୍ତୁ: ବୈଜ୍ଞାନିକଙ୍କୁ ବଡ଼ ସଫଳତା, ମିଳିଲା ୫୭ ନିୟୁତ ବର୍ଷ ପୁରୁଣା ପେଙ୍ଗୁଇନ୍ର ଜୀବାଶ୍ମ
ମାଜିଲ୍ଳାନିକ୍ ପେଙ୍ଗୁଇନ୍ ମୁଖ୍ୟତଃ ଆର୍ଜେଣ୍ଟିନାର ଦକ୍ଷିଣ ଅଞ୍ଚଳରେ ଦେଖାଯାଆନ୍ତି। ତେବେ ଶୀତଦିନେ ଏହି ପେଙ୍ଗୁଇନ୍ମାନେ ଖାଦ୍ୟର ସନ୍ଧାନ ଏବଂ ଅତ୍ୟଧିକ ଥଣ୍ଡାରୁ ବର୍ତ୍ତିବା ପାଇଁ ଉତ୍ତର ଆଡ଼କୁ ଚାଲିଯାଇଥାନ୍ତି। ଏମିତିକି ସେମାନେ ବ୍ରାଜିଲ୍ର ଇସପିରିଟୋ ସାଣ୍ଟୋ ପର୍ଯ୍ୟନ୍ତ ମଧ୍ୟ ଚାଲିଯାଇଥାନ୍ତି। ସେ ଆହୁରି କହିଛନ୍ତି ଅଳ୍ପ କିଛି ପେଙ୍ଗୁଇନ୍ଙ୍କ ମୃତ୍ୟୁ ସ୍ବାଭାବିକ କିନ୍ତୁ ଏତେ ମାତ୍ରାରେ ନୁହେଁ। ଏହା ସହ ସେ କହିଛନ୍ତି ଗତବର୍ଷ ମଧ୍ୟ ବ୍ରାଜିଲ୍ରେ ଏଭଳି ମଡ଼କ ଦେଖିବାକୁ ମିଳିଥିଲା ଯାହାର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ।
ପରିବେଶ ବିଶେଷଜ୍ଞ ଏମାନଙ୍କ ମୃତ୍ୟୁକୁ ଅବୈଧ ଭାବରେ ମାଛ ଧରିବା ଯୋଗୁଁ ଏଭଳି ହେଉଥିବା ନେଇ ଆଶଙ୍କା କରିଛନ୍ତି। NGO SOSର ରିଚାର୍ଡ ଟେସୋର କହିଛନ୍ତି, ଜୁଲାଇ ମାସର ମଧ୍ୟ ଭାଗରେ ଆଟଲାଣ୍ଟିକ୍ରେ ହୋଇଥିବା ବାତ୍ୟା ମଧ୍ୟ ଏହାର କାରଣ ହୋଇଥାଇପାରେ ବୋଲି କହିଛନ୍ତି। ଏହା ସହ ସେ ଆହୁରି କହିଛନ୍ତି ମାଲଡୋନାଡୋର ବିଭିନ୍ନ ସମୁଦ୍ର ଉପକୂଳରେ ଅନ୍ୟ ସାମୁଦ୍ରିକ ଜୀବଙ୍କ ମଧ୍ୟ ମୃତଦେହ ମିଳିଥିବା କହିଛନ୍ତି।